ନୂଆଦିଲ୍ଲୀ,: ଜିଏସଟି ପରିଷଦର ୩୩ତମ ବୈଠକ ଆସନ୍ତାକାଲି ଅନୁଷ୍ଠିତ ହେବ। ଅର୍ଥମନ୍ତ୍ରୀ ଅରୁଣ ଜେଟଲିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବାକୁ ଥିବା ଏହି ବୈଠକ ନିର୍ବାଚନ ଆଚରଣ ବିଧି ଲାଗୁ ହେବା ପୂର୍ବରୁ ସମ୍ଭବତଃ ଶେଷ ବୈଠକ ହୋଇଥିବାରୁ କେତେକ ଗୁରୁତ୍ବପୂର୍ଣ୍ଣ ଘୋଷଣା ହୋଇପାରେ ବୋଲି ଆଶା କରାଯାଉଛି। ବିଶେଷକରି ରିଅଲ ଇଷ୍ଟେଟ କ୍ଷେତ୍ରକୁ ରିହାତି ଦେବା ଲାଗି ପଦକ୍ଷେପ ନିଆଯାଇପାରେ। ପୂର୍ବରୁ ଗୃହ ନିର୍ମାଣ କ୍ଷେତ୍ରର ଟିକସ ସମ୍ପର୍କରେ ନିଷ୍ପତ୍ତି ନେବା ଲାଗି ଗୁଜରାଟର ଉପମୁଖ୍ୟମନ୍ତ୍ରୀ ନୀତିନ ପଟେଲଙ୍କ ଅଧ୍ୟକ୍ଷତାରେ ଗଠିତ ମନ୍ତ୍ରୀଗୋଷ୍ଠୀ ଆଜି ଏହାର ରିପୋର୍ଟ ଜିଏସଟି ପରିଷଦକୁ ପ୍ରଦାନ କରିଛନ୍ତି। ସୁଲଗ ଗୃହ ପାଇଁ ୩ ପ୍ରତିଶତ ଟିକସ ଆଦାୟ ପାଇଁ ଏହି ମନ୍ତ୍ରୀଗୋଷ୍ଠୀ ସୁପାରିସ କରିଛି। ଏହା ଉପରେ ଆସନ୍ତାକାଲି ପରିଷଦର ବୈଠକରେ ନିଷ୍ପତ୍ତି ନିଆଯିବ। ଏତଦବ୍ୟତୀତ ରିଅଲ ଇଷ୍ଟେଟ କ୍ଷେତ୍ରକୁ ପ୍ରୋତ୍ସାହନ ଦେବା ଲାଗି ସିମେଣ୍ଟ ଉପରେ ଟିକସ ହାର ୨୮ ପ୍ରତିଶତରୁ ୧୮ ପ୍ରତିଶତ ହ୍ରାସ ହେବାର ସମ୍ଭାବନା ରହିଛି।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us