ମାର୍ଚ୍ଚରେ ୫୮୦୯ କୋଟିର ଜିଏସ୍‌ଟି: ଆର୍ଥିକ ବର୍ଷରେ ୬୦,୯୨୮ କୋଟି

Advertisment

ଚଳିତ ବର୍ଷ ମାର୍ଚ୍ଚରେ ରାଜ୍ୟରେ ୫୮୦୯ କୋଟି ଟଙ୍କାର ସାମଗ୍ରୀ ଓ ସେବା ଟିକସ (ଜିଏସ୍‌ଟି) ସଂଗ୍ରହ ହୋଇଛି। ୨୦୨୪ ମାର୍ଚ୍ଚରେ ହୋଇଥିବା ୫୧୦୯ କୋଟି ଟଙ୍କାର ସଂଗ୍ରହ ତୁଳନାରେ ଏହା ୧୪ ପ୍ରତିଶତ ଅଧିକ।

ଚଳିତ ବର୍ଷ ମାର୍ଚ୍ଚରେ ରାଜ୍ୟରେ ୫୮୦୯ କୋଟି ଟଙ୍କାର ସାମଗ୍ରୀ ଓ ସେବା ଟିକସ (ଜିଏସ୍‌ଟି) ସଂଗ୍ରହ ହୋଇଛି। ୨୦୨୪ ମାର୍ଚ୍ଚରେ ହୋଇଥିବା ୫୧୦୯ କୋଟି ଟଙ୍କାର ସଂଗ୍ରହ ତୁଳନାରେ ଏହା ୧୪ ପ୍ରତିଶତ ଅଧିକ।

ହସ ଫୁଟାଇବ ଜିଏସ୍‌ଟି

ଭୁବନେଶ୍ବର: ଚଳିତ ବର୍ଷ ମାର୍ଚ୍ଚରେ ରାଜ୍ୟରେ ୫୮୦୯ କୋଟି ଟଙ୍କାର ସାମଗ୍ରୀ ଓ ସେବା ଟିକସ (ଜିଏସ୍‌ଟି) ସଂଗ୍ରହ ହୋଇଛି। ୨୦୨୪ ମାର୍ଚ୍ଚରେ ହୋଇଥିବା ୫୧୦୯ କୋଟି ଟଙ୍କାର ସଂଗ୍ରହ ତୁଳନାରେ ଏହା ୧୪ ପ୍ରତିଶତ ଅଧିକ। ‌‌ତେବେ ୨୦୨୪ ଏପ୍ରିଲ୍‌ରୁ ୨୦୨୫ ମାର୍ଚ୍ଚ ମଧ୍ୟରେ ରାଜ୍ୟରେ ୬୦,୯୨୮ କୋଟି ଟଙ୍କାର ଜିଏସ୍‌ଟି ସଂଗ୍ରହ ହୋଇଛି। କେନ୍ଦ୍ରୀୟ ଜିଏସ୍‌ଟି ବାବଦରେ ୧୪,୬୭୭ କୋଟି ଟଙ୍କା ସଂଗ୍ରହ କରାଯାଇଥିବା ବେଳେ ୧୮,୧୦୮ କୋଟି ଟଙ୍କାର ରାଜ୍ୟ ଜିଏସ୍‌ଟି, ୧୭,୯୫୭ କୋଟି ଟଙ୍କାର ସମନ୍ବିତ ଜିଏସ୍‌ଟି ଓ ୧୦,୧୮୫ କୋଟି ଟଙ୍କାର ସେସ୍‌ ସଂଗ୍ରହ କରାଯାଇଛି। ୨୦୨୩-୨୪ ଆର୍ଥିକ ବର୍ଷ ତୁଳନାରେ ୨୦୨୪-୨୫ରେ ରାଜ୍ୟରେ ଜିଏସ୍‌ଟି ସଂଗ୍ରହ ୧୧.୩ ପ୍ରତିଶତ ବଢ଼ିଛି।

ସର୍ବଭାରତୀୟ ସ୍ତରରେ ୨୦୨୫ ମାର୍ଚ୍ଚରେ ୧.୯୬ ‌ଲକ୍ଷ କୋଟି ଟଙ୍କାର ଜିଏସ୍‌ଟି ସଂଗ୍ରହ କରାଯାଇଛି ଯାହା ପୂର୍ବବର୍ଷର ସେହି ମାସରେ ହୋଇଥିବା ଆଦାୟ ତୁଳନାରେ ୯.୯ ପ୍ରତିଶତ ଅଧିକ। ଦେଶରେ ୩୮,୧୦୦ କୋଟି ଟଙ୍କାର କେନ୍ଦ୍ରୀୟ ଜିଏସ୍‌ଟି, ୪୯,୯୦୦ କୋଟି ଟଙ୍କାର ରାଜ୍ୟ ଜିଏସ୍‌ଟି, ୯୫,୯୦୦ କୋଟି ଟଙ୍କାର ସମନ୍ବିତ ଜିଏସ୍‌ଟି ଓ ୧୨,୩୦୦ କୋଟି ଟଙ୍କାର ସେସ୍‌ ସଂଗ୍ରହ କରାଯାଇଛି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe