ଶସ୍ତା ହେବ କ୍ୟାନସର ଔଷଧ, ଜିଏସଟି ପରିଷଦ ବୈଠକରେ ବଡ଼ ନିଷ୍ପତ୍ତି

କ୍ୟାନସର ଚିକିତ୍ସାରେ ବ୍ୟବହୃତ ଔଷଧ ଉପରେ ଜିଏସଟି କୁ ୫ ପ୍ରତିଶତକୁ ହ୍ରାସ କରିବାକୁ ଜିଏସଟି କାଉନସିଲ ନିଷ୍ପତ୍ତି ନେଇଛି । ବର୍ତ୍ତମାନ ସୁଦ୍ଧା କର୍କଟ ଔଷଧ ଉପରେ ୧୨ ପ୍ରତିଶତ ଜିଏସଟି ଲାଗୁ ହେଉଥିଲା

ଭାରତକୁ ଆଖି ଦେଖାଇବା ପାକିସ୍ତାନକୁ ପଡିପାରେ ମହଙ୍ଗା, ସ୍ୱର ଉତ୍ତୋଳନ କଲେ ଔଷଧ କମ୍ପାନୀ

ସାଂକେତିକ ଚିତ୍ର

ନୂଆଦିଲ୍ଲୀ: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ ସୋମବାର ଅନୁଷ୍ଠିତ ହୋଇଥିବା ୫୪ତମ ଜିଏସଟି ପରିଷଦ ବୈଠକ ଶେଷ ହୋଇଛି । ବୈଠକରେ କେତେକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ଆସନ୍ତୁ ଜାଣିବା ଏହି ବୈଠକରେ ଏପର୍ଯ୍ୟନ୍ତ କ'ଣ ବଡ଼ ନିଷ୍ପତ୍ତି ନିଆଯାଇଛି। 

କ୍ୟାନସର ଚିକିତ୍ସାରେ ବ୍ୟବହୃତ ଔଷଧ ଉପରେ ଜିଏସଟି କୁ ୫ ପ୍ରତିଶତକୁ ହ୍ରାସ କରିବାକୁ ଜିଏସଟି କାଉନସିଲ ନିଷ୍ପତ୍ତି ନେଇଛି । ବର୍ତ୍ତମାନ ସୁଦ୍ଧା କର୍କଟ ଔଷଧ ଉପରେ ୧୨ ପ୍ରତିଶତ ଜିଏସଟି ଲାଗୁ ହେଉଥିଲା । ସରକାରଙ୍କ ଏହି ବଡ ନିଷ୍ପତ୍ତି ଦ୍ୱାରା କ୍ୟାନସର ଚିକିତ୍ସା ଖର୍ଚ୍ଚ ହ୍ରାସ ପାଇବ ।

ଜିଏସଟି କାଉନସିଲ ନମକିନ ଉପରେ ଜିଏସଟି ୧୮ରୁ ୧୨ ପ୍ରତିଶତକୁ ହ୍ରାସ କରିବାକୁ ନିଷ୍ପତ୍ତି ନେଇଛି । କାର୍ ସିଟ୍ ଉପରେ ଜିଏସ୍ ଟି ୧୮ ପ୍ରତିଶତରୁ ୨୮ ପ୍ରତିଶତକୁ ବୃଦ୍ଧି କରାଯାଇଛି। ସେହିପରି  ହେଲିକପ୍ଟର ଯୋଗେ ତୀର୍ଥଯାତ୍ରା ମଧ୍ୟ ଶସ୍ତା ହେବ । ହେଲିକପ୍ଟର ମାଧ୍ୟମରେ ତୀର୍ଥଯାତ୍ରା ଉପରେ ଜିଏସଟି ୧୮ ପ୍ରତିଶତରୁ ୫ ପ୍ରତିଶତକୁ ହ୍ରାସ କରିବା ଦାବିକୁ ଜିଏସଟି କାଉନସିଲ ଗ୍ରହଣ କରିଛି ।

ଅନ୍ୟପକ୍ଷରେ ୨ ହଜାର ଟଙ୍କାରୁ ଅଧିକ ଅନଲାଇନ୍ ପେମେଣ୍ଟ ଉପରେ ଜିଏସଟି ଆଦାୟ ପ୍ରସ୍ତାବକୁ ଜିଏସଟି କାଉନସିଲ ସ୍ଥଗିତ ରଖିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe