ମୁଢି, ଚୁଡ଼ା ଉପରେ ଲାଗିବ ଜିଏସଟି

Advertisment

ଖାଉଟିଙ୍କ ଉପରେ ଜିଏସଟି ପାହାର, ସୋମବାରଠାରୁ ମହଙ୍ଗା ହେବ ଏସବୁ ଖାଦ୍ୟ ସାମଗ୍ରୀ

ଖାଉଟିଙ୍କ ଉପରେ ଜିଏସଟି ପାହାର, ସୋମବାରଠାରୁ ମହଙ୍ଗା ହେବ ଏସବୁ ଖାଦ୍ୟ ସାମଗ୍ରୀ

ମୁଢି, ଚୁଡ଼ା ଉପରେ ଲାଗିବ ଜିଏସଟି

ନୂଆଦିଲ୍ଲୀ : ମହଙ୍ଗା ମାଡ଼ରେ ହନ୍ତସନ୍ତ ହେଉଥିବା ଖାଉଟିଙ୍କ ବୋଝ ବଢିବାକୁ ଯାଉଛି । ଆସନ୍ତା ସୋମବାରଠାରୁ କେତେକ ନିତ୍ୟ ବ୍ୟବହାର୍ଯ୍ୟ ଓ ଜରୁରୀ ସେବା ଓ ସାମଗ୍ରୀ ଉପରେ ଜିଏସଟି ଲାଗୁ ହେଉଥିବାରୁ ସେଗୁଡ଼ିକ ମହଙ୍ଗା ହେବ ।

ବିଶେଷ କରି ଆମେ ନିତିଦିନିଆ ଜୀବନରେ ବ୍ୟବହାର କରୁଥିବା ଖାଦ୍ୟ ସାମଗ୍ରୀ ମହଙ୍ଗା ହେବାକୁ ଯାଉଥିବାରୁ ତାହା ଖାଉଟିକୁ ବିଶେଷଭାବେ ପ୍ରଭାବିତ କରିବ । ସେସବୁ ସାମଗ୍ରୀ ମଧ୍ୟ ରହିଛି ମୁଢି, ଚୁଡ଼ା, ପନୀର, ଦହି, ଲସି, ଘୋଳଦହି, ଗୁଡ଼, ଖଇ, ଚାଉଳ, ଗହମ, ଓଟ୍ସ, ବାର୍ଲି, ପଇଡ଼ ପାଣି, ଚାଉଳ ଅଟା, ମହୁ ଇତ୍ୟାଦି । କେବଳ ପଇଡ଼ ପାଣିକୁ ଛାଡ଼ି ଅନ୍ୟ ଖାଦ୍ୟ ସାମଗ୍ରୀ ଉପରେ ୫ ପ୍ରତିଶତ ଜିଏସଟି ଲାଗୁ ହେବ । ପଇଡ ପାଣି ଉପରେ ୧୨ ପ୍ରତିଶତ ଜିଏସଟି ଲାଗୁ ହେବ ବୋଲି ସୂଚନା ରହିଛି।

କେବଳ ଏତିକି ନୁହେଁ, ଏଲଇଡି ବଲବ୍, ଛୁରୀ, ପେନସିଲ ସାର୍ପେନର, ସୋଲାର ଓ୍ବାଟର ହିଟର, ମାନଚିତ୍ର,ହସପିଟାଲ ରୁମଭଡ଼ା, ଗ୍ରାଇଣ୍ଡର ଇତ୍ୟାଦି ମଧ୍ୟ ମହଙ୍ଗା ହେବ ।

ଗତ ମାସରେ ଚଣ୍ଡିଗଡ଼ରେ ହୋଇଥିବା ଜିଏସଟି ପରିଷଦ ବୈଠକରେ ଏସବୁ ସାମଗ୍ରୀ ଉପରେ ଜିଏସଟି ହାର ବଢାଇବାକୁ ନିଷ୍ପତ୍ତି ନିଆଯାଇଥିଲା । ଏସବୁ ବର୍ଦ୍ଧିତ ଜିଏସଟି ହାର ଜୁଲାଇ ୧୮ରୁ ଲାଗୁ ହେବ। ତେବେ ଜିଏସଟି କାଉନସିଲର ଏହି ନିଷ୍ପତ୍ତିକୁ ନେଇ ବିଭିନ୍ନ ରାଜ୍ୟର ବ୍ୟବସାୟୀମାନେ ବିରୋଧ କରିବା ଆରମ୍ଭ କରିଦେଇଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe