thehindubusinessline.com
ନୂଆଦିଲ୍ଲୀ : କେନ୍ଦ୍ର ସରକାର ୨୦୧୮-୧୯ ଆର୍ଥିକ ବର୍ଷର ଜିଡିପି ତଥ୍ୟରେ ସଂଶୋଧନ କରିଛନ୍ତି। ଅଭିବୃଦ୍ଧି ୬.୮ ପ୍ରତିଶତ ରହିବା ନେଇ ସରକାର ପୂର୍ବରୁ ଆକଳନ କରିଥିଲେ। କିନ୍ତୁ ସଂଶୋଧିତ ଆକଳନରେ ଏହାକୁ ୬.୧ ପ୍ରତିଶତକୁ କମାଇ ଦିଆଯାଇଛି। ଖଣି, ବିନିର୍ମାଣ, କୃଷି କ୍ଷେତ୍ରର ଖରାପ ପ୍ରଦର୍ଶନ ଯୋଗୁ ଜିଡିପି କମିଛି ବୋଲି କେନ୍ଦ୍ରୀୟ ପରିସଂଖ୍ୟାନ ସଂଗଠନ ସୂତ୍ରରୁ ଜଣାଯାଇଛି। ଅନ୍ୟପକ୍ଷରେ ୨୦୨୦ ଜାନୁଆରି ମାସରେ ଦେଶରେ ଜିଏସ୍ଟି ଆଦାୟ ପରିମାଣ ୧ ଲକ୍ଷ କୋଟି ଟଙ୍କାକୁ ବୃଦ୍ଧି ପାଇଛି। ଏହି ମାସରେ ମୋଟ ୧.୧ ଲକ୍ଷ କୋଟି ଟଙ୍କାର ଜିଏସ୍ଟି ଆଦାୟ ହୋଇଛି ବୋଲି ରାଜସ୍ବ ସଚିବ ଅଜୟ ଭୂଷଣ ପାଣ୍ଡେ କହିଛନ୍ତି।
Follow Us