ଗୁଜୁରାଟ ପରେ ମହାରାଷ୍ଟ୍ର ସରକାର ପେଟ୍ରୋଲ ଓ ଡିଜେଲରେ କଲେ ଭାଟ୍‌ ହ୍ରାସ

Advertisment
ଗୁଜୁରାଟ ପରେ ମହାରାଷ୍ଟ୍ର ସରକାର ପେଟ୍ରୋଲ ଓ ଡିଜେଲରେ କଲେ ଭାଟ୍‌ ହ୍ରାସ

ମୁମ୍ବାଇ: ଗୁଜୁରାଟ ପରେ ମହାରାଷ୍ଟ୍ର ସରକାର ପେଟ୍ରୋଲ ଓ ଡିଜେଲ ଉପରେ ଭାଟ୍‌ ହ୍ରାସ କରିବା ପାଇଁ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରିଛନ୍ତି। ଫଳରେ ମହାରାଷ୍ଟ୍ରରେ ପେଟ୍ରୋଲର ମୂଲ୍ୟରେ ୨ ଟଙ୍କାର ହ୍ରାସ ଘଟିଥିବା ବେଳେ ଡିଜେଲର ମୂଳ୍ୟରେ ୧ ଟଙ୍କାର ହ୍ରାସ ଘଟିବ। ଆଜି ଅନୁଷ୍ଠିତ ହୋଇଥିବା ମହାରାଷ୍ଟ୍ର ସରକାରଙ୍କ କ୍ୟାବିନେଟ ବୈଠକରେ ଏହି ନିଷ୍ପତ୍ତି ଗୃହୀତ ହୋଇଛି ଏବଂ ଆଜି ମଧ୍ୟରାତ୍ର ଠାରୁ ଏହା କାର୍ଯ୍ୟକାରୀ ହେବ ବୋଲି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍‌ ଘୋଷଣା କରିଛନ୍ତି।

କେନ୍ଦ୍ର ପେଟ୍ରୋଲିୟମ୍‌ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରାଜ୍ୟ ସରକାରମାନଙ୍କୁ ପେଟ୍ରୋଲ ଓ ଡିଜେଲ ଉପରେ ଭାଟ୍‌ (ମୂଲ୍ୟ ଯୁକ୍ତ କର)ରେ ୫ ପ୍ରତିଶତ ହ୍ରାସ ଘଟାଇ ଖାଉଟିମାନଙ୍କୁ କିଛିଟା ରିହାତି ପ୍ରଦାନ କରିବା ପରେ ମହାରାଷ୍ଟ୍ରର ଫଡନାଭିସ୍‌ ସରକାର ଏହି ନିଷ୍ପତ୍ତି ନେଇଥିବା ଜଣାଯାଇଛି। ଉଲ୍ଲେଖଯୋଗ୍ୟ ଏହା ପୂର୍ବରୁ କେନ୍ଦ୍ର ପେଟ୍ରାଲିୟମ ମନ୍ତ୍ରୀ ଶ୍ରୀ ପ୍ରଧାନ ପେଟ୍ରୋଲ ଓ ଡିଜେଲର ମୂଲ୍ୟ ଉପରେ କେନ୍ଦ୍ର ସରକାର ଲଗାଉ ଥିବା ଏକ୍ସାଇଜ୍‌ ଡ୍ୟୁଟିରେ ଲିଟର ପିଛା ୨ଟଙ୍କାର ହ୍ରାସ ଘଟାଇଥିଲେ।

ଅବଶ୍ୟ ମହାରାଷ୍ଟ୍ର ସରକାରଙ୍କ ପୂର୍ବରୁ ଗୁଜୁରାଟ ସରକାର ଆଜି ପୂର୍ବାହ୍ନରେ ପେଟ୍ରୋଲ ଓ ଡିଜେଲରେ ଲାଗୁଥିବା ଭାଟକୁ ୪ ପ୍ରତିଶତ କମାଇ ଦେଇଥିଲେ। ଫଳରେ ଗୁଜୁରାଟରେ ପେଟ୍ରୋଲ ଓ ଡିଜେଲର ମୂଲ୍ୟରେ ଯଥାକ୍ରମେ ୨ ଟଙ୍କା ୯୩ ପଇସା ଓ ୨ ଟଙ୍କା ୭୨ ପଇସା ହ୍ରାସ ଘଟିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe