ଭୁବନେଶ୍ୱର: ଗୁପ୍ତା ଡିଷ୍ଟ୍ରିବ୍ୟୁଟର୍ସର ଏକ ମେଗା ସୋ’ରୁମ୍ ଭଦ୍ରକଠାରେ ଖୋଲିଛି। ଏହାକୁ ସୋ’ରୁମ୍ ତତ୍ତ୍ୱାବଧାୟକ ରାଜେଶ ଗୁପ୍ତା ଉଦ୍ଘାଟନ କରିଛନ୍ତି। ରାଜ୍ୟରେ ଏହା ଗୁପ୍ତା ଡିଷ୍ଟ୍ରିବ୍ୟୁଟର୍ସର ୧୨ତମ ସୋ’ରୁମ୍ ହୋଇଥିବା ବେଳେ ଆଗାମୀ ଦିନରେ ଏହା ଜଗତସିଂହପୁରଠାରେ ଏହାର ଆଉ ଏକ ସୋ’ରୁମ୍ ଖୋଲିବାକୁ ଯୋଜନା ରଖିିଛି। ଏହି ଅବସରରେ ଶ୍ରୀ ଗୁପ୍ତା କହିଛନ୍ତି ଯେ, ଭଦ୍ରକ ସୋ’ରୁମ୍ ଜରିଆରେ ଆଖପାଖ ଅଞ୍ଚଳର ଲୋକମାନଙ୍କୁ ସୁଲଭ ମୂଲ୍ୟରେ ବିଭିନ୍ନ ସାମଗ୍ରୀ ଯୋଗାଇଦେବା, ବିନା ସୁଧରେ ସହଜ ଫାଇନାନ୍ସ ଏବଂ ଆକର୍ଷଣୀୟ ଉପହାର ପ୍ରଦାନ କରିବାକୁ ଆମେ ଚାହୁଁଛୁ। ଏହି ସୋ’ରୁମ୍ ସବୁ ନାମିଦାମୀ କଂପାନିର କଞ୍ଜ୍ୟୁମର ଇଲେକ୍ଟ୍ରୋନିକ୍ସ ଉତ୍ପାଦ ଏବଂ ମୋବାଇଲ୍ ଫୋନ୍ ବିକ୍ରି ହେଉଛି।
ଭଦ୍ରକରେ ଗୁପ୍ତା ଡିଷ୍ଟ୍ରିବ୍ୟୁଟର୍ସର ମେଗା ସୋ’ରୁମ୍
Advertisment
Follow Us