Advertisment

ଏଚ୍‌-୧ବି ଭିସା ବୃଦ୍ଧି ପ୍ରଭାବ: ଅତି ଦୁର୍ବଳ ସ୍ତରରେ ଟଙ୍କା

Advertisment

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏଚ୍‌-୧ବି ଭିସା ଫି’କୁ ୧,୦୦,୦୦୦ ଡଲାରକୁ ବଢ଼ାଇବା ଏବଂ ପୁଞ୍ଜି ବଜାରରୁ ନିବେଶକମାନେ ପାଣ୍ଠି ପ୍ରତ୍ୟାହାର କରୁଥିବାରୁ ଭାରତୀୟ ଟଙ୍କା ଉପରେ ଚାପ ସୃଷ୍ଟି ହୋଇଛି।

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏଚ୍‌-୧ବି ଭିସା ଫି’କୁ ୧,୦୦,୦୦୦ ଡଲାରକୁ ବଢ଼ାଇବା ଏବଂ ପୁଞ୍ଜି ବଜାରରୁ ନିବେଶକମାନେ ପାଣ୍ଠି ପ୍ରତ୍ୟାହାର କରୁଥିବାରୁ ଭାରତୀୟ ଟଙ୍କା ଉପରେ ଚାପ ସୃଷ୍ଟି ହୋଇଛି।

dollar

ମୁମ୍ବାଇ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏଚ୍‌-୧ବି ଭିସା ଫି’କୁ ୧,୦୦,୦୦୦ ଡଲାରକୁ ବଢ଼ାଇବା ଏବଂ ପୁଞ୍ଜି ବଜାରରୁ ନିବେଶକମାନେ ପାଣ୍ଠି ପ୍ରତ୍ୟାହାର କରୁଥିବାରୁ ଭାରତୀୟ ଟଙ୍କା ଉପରେ ଚାପ ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ଆମେରିକୀୟ ଡଲାର ତୁଳନାରେ ଟଙ୍କା ମୂଲ୍ୟ ଏହାର ସର୍ବନିମ୍ନ ସ୍ତରକୁ ଖସିଆସିଛି। ଏକ ଡଲାର ଦାମ୍ ୮୮ ଟଙ୍କା ୭୫ ପଇସା ହୋଇଯାଇଛି। ଏଚ୍‌-୧ବି ଭିସା ଫି’ ବୃଦ୍ଧି ପ୍ରଭାବରେ ଦେଶକୁ ପ୍ରବାସୀ ଭାରତୀୟମାନେ ପଠାଉଥିବା ପାଣ୍ଠି ପରିମାଣ ହ୍ରାସ ପାଇବାର ଆଶଙ୍କା ଦେଖାଦେଇଛି। 

ଏହାଦ୍ବାରା ସେବା ରପ୍ତାନି ମଧ୍ୟ ପ୍ରଭାବିତ ହେବ। ସେଥିପାଇଁ ଟଙ୍କା ଦୁର୍ବଳ ହେଉଛି। ବିଦେଶୀ ନିବେଶକମାନେ ମଧ୍ୟ ଲଗାତାର ଭାବେ ଭାରତୀୟ ପୁଞ୍ଜି ବଜାରରୁ ପାଣ୍ଠି ପ୍ରତ୍ୟାହାର କରୁଛନ୍ତି। ମିରାଏ ଆସେଟ୍‌ ସେୟାରଖାନ୍‌ର ରିସର୍ଚ୍ଚ ଆନାଲିଷ୍ଟ୍‌ ଅନୁଜ ଚୌଧୁରୀ କହିଛନ୍ତି ଯେ ଭିସା ଫି’ ବୃଦ୍ଧି ପ୍ରଭାବରେ ଟଙ୍କା ଆହୁରି କିଛି ଦିନ ଦୁର୍ବଳ ରହିବା ଆଶଙ୍କା କରାଯାଉଛି। ତେବେ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର କମ୍ ହେଉଥିବାରୁ ତାହା ଟଙ୍କାକୁ ସବଳ କରିବାରେ ସହାୟକ ହେବ ବୋଲି ସେ କହିଛନ୍ତି। ଭାରତୀୟ ରିଜର୍ଭ ବ୍ୟାଙ୍କ ବଜାରରେ ହସ୍ତକ୍ଷେପ କଲେ ଟଙ୍କା ମୂଲ୍ୟରେ ଆହୁରି ସୁଧାର ଘଟିବ ବୋଲି ସେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe