ଅଧା ଲୋକଙ୍କୁ ମିଳୁନି ଦିନକୁ ୩ ଥର ଭୋଜନ

ଅଧା ଲୋକଙ୍କୁ ମିଳୁନି ଦିନକୁ ୩ ଥର ଭୋଜନ

The Better India

ନୂଆଦିଲ୍ଲୀ: ଦେଶରେ କ୍ଷୁଧା ଏକ ବଡ଼ ସମସ୍ୟା ହୋଇରହିଛି। ଏବେବି ପାଖାପାଖି ଅଧା ଲୋକ ଦିନକୁ ତିନି ବେଳା ଖାଇବା ପାଉନାହାନ୍ତି। ୧୪୦ କୋଟିରୁ ଅଧିକ ଜନସଂଖ୍ୟା ବିଶିଷ୍ଟ ଭାରତରେ ୫୦%ରୁ ସାମାନ୍ୟ ଅଧିକ ଲୋକ ଦିନକୁ ତିନିଟି ଭୋଜନ ଖାଇପାରୁଛନ୍ତି। ଅନ୍ୟମାନେ ତିନି ବେଳା ଖାଇବା ଯୋଗାଡ଼ କରିବାକୁ ସଂଘର୍ଷ କରୁଛନ୍ତି। ସରକାର ଜାରି କରୁଥିବା ପରିସଂଖ୍ୟାନରେ ଦାରିଦ୍ର୍ୟ ହ୍ରାସ ପାଇଥିବା ଦାବି କରାଯାଉଥିବା ବେଳେ ଉଚ୍ଚ ଅଭିବୃଦ୍ଧି ହେଉଥିବା କୁହାଯାଉଛି। ମାତ୍ର କରୋନା ମହାମାରୀ ବେଳେ ଏକ ସାଂଘାତିକ ଚିତ୍ର ସାମ୍ନାକୁ ଆସିଥିଲା। ଖାଇବାକୁ ନେଇ‌ ଲୋକମାନେ ସଂଘର୍ଷ କରିବାରୁ ସରକାରଙ୍କୁ ୮୦ କୋଟି ଲୋକଙ୍କୁ ମାଗଣା ଖାଦ୍ୟଶସ୍ୟ ବାଣ୍ଟିବାକୁ ପଡ଼ିଥିଲା। ଲୋକମାନେ ଖାଉଥିବା ଭୋଜନରେ କ୍ୟା‌ଲୋରି, ପ୍ରୋଟିନ ଓ ଅନ୍ୟ ଜୀବସାର ଉପାଦାନ କ’ଣ ରହୁଛି ତାହା ଉପରେ ବିଶେ‌ଷ ଧ୍ୟାନ ଦିଆଯାଉନାହିଁ। ସନ୍ତୁଳିତ ଆହାର ଏବେବି ଏକ ପ୍ରଶ୍ନ ହୋଇରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe