ରୁପାର ହଲ୍‌ମାର୍କିଂ ବାଧ୍ୟତାମୂଳକ ହେବ

Advertisment

ରୁପା ପ୍ରତି ଗ୍ରାହକମାନଙ୍କ ଆଗ୍ରହ ବଢ଼ିଛି। ରୁପାର ଗହଣାଠାରୁ ଆରମ୍ଭ କରି ଉପହାର ସାମଗ୍ରୀ ପର୍ଯ୍ୟନ୍ତ ଅନେକ କିଛି ବିପୁଳ ପରିମାଣରେ ବିକ୍ରି ହେଉଛି। ଗ୍ରାହକମାନେ କିଣୁଥିବା ରୁପାର ଗୁଣବତ୍ତାକୁ...

ରୁପା ପ୍ରତି ଗ୍ରାହକମାନଙ୍କ ଆଗ୍ରହ ବଢ଼ିଛି। ରୁପାର ଗହଣାଠାରୁ ଆରମ୍ଭ କରି ଉପହାର ସାମଗ୍ରୀ ପର୍ଯ୍ୟନ୍ତ ଅନେକ କିଛି ବିପୁଳ ପରିମାଣରେ ବିକ୍ରି ହେଉଛି। ଗ୍ରାହକମାନେ କିଣୁଥିବା ରୁପାର ଗୁଣବତ୍ତାକୁ...

ଟିକସ ଫାଙ୍କି କୋଟିଏ ଟଙ୍କାର ରୁପା ଚାଲାଣ

ନୂଆଦିଲ୍ଲୀ: ରୁପା ପ୍ରତି ଗ୍ରାହକମାନଙ୍କ ଆଗ୍ରହ ବଢ଼ିଛି। ରୁପାର ଗହଣାଠାରୁ ଆରମ୍ଭ କରି ଉପହାର ସାମଗ୍ରୀ ପର୍ଯ୍ୟନ୍ତ ଅନେକ କିଛି ବିପୁଳ ପରିମାଣରେ ବିକ୍ରି ହେଉଛି। ଗ୍ରାହକମାନେ କିଣୁଥିବା ରୁପାର ଗୁଣବତ୍ତାକୁ ନିଶ୍ଚିତ କରିବା ଲାଗି ସରକାର ହଲ୍‌ମାର୍କିଂ ବାଧ୍ୟତାମୂଳକ କରିବା ଉପରେ ବିଚାର କରୁଛନ୍ତି। ଗ୍ରାହକଙ୍କ ଚାହିଦାକୁ ନଜରରେ ରଖି ଭାରତୀୟ ମାନକ ବ୍ୟୁରୋ (ବିଆଇଏସ୍‌) ରୁପାର ହଲ୍‌ମାର୍କିଂ ବାଧ୍ୟତାମୂଳକ କରିବା ଦରକାର ବୋଲି କେନ୍ଦ୍ର ଖାଉଟି ବ୍ୟାପାର ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ କହିଛନ୍ତି। ରୁପାର ହଲ୍‌ମାର୍କିଂ କରିବାକୁ ଗୁଜରାଟ, କର୍ଣ୍ଣାଟକ ଓ ଅନ୍ୟ ‌କେତେକ ରାଜ୍ୟର ଗ୍ରାହକ ଦାବି କରିଥିବା ମନ୍ତ୍ରୀ କହିଛନ୍ତି।

ବିଆଇଏସ୍‌ର ୭୮ତମ ପ୍ରତିଷ୍ଠା ଦିବସ ସମାରୋହକୁ ସମ୍ବୋଧିତ କରି ସେ କହିଛନ୍ତି ରୁପାର ହଲ୍‌ମାର୍କିଂ ହେଉଛି ଗ୍ରାହକଙ୍କ ଦାବି। ବିଆଇଏସ୍‌ ତାହା ଉପରେ ବିଚାର କରି ନିଷ୍ପତ୍ତି ନେଇପାରିବ। ଗ୍ରାହକଙ୍କ ସ୍ବାର୍ଥ ରକ୍ଷା ଲାଗି ବର୍ତ୍ତମାନ ସୁନା ଓ ସେଥିରେ ତିଆରି ଜିନିଷର ହଲ୍‌ମାର୍କିଂ ବାଧ୍ୟତାମୂଳକ କରାଯାଇଛି। ଏଥି‌ରେ ଛଅ ସଂଖ୍ୟା ବିଶିଷ୍ଟ କୋଡ୍‌ ଦିଆଯାଉଛି ଯାହା ସୁନାର ଶୁଦ୍ଧତାକୁ ସ୍ପଷ୍ଟ କରୁଛନ୍ତି। ରୁପାର ହଲମାର୍କିଂ ବାଧ୍ୟତାମୂଳକ ହେଲେ ଗ୍ରାହକମାନେ ଆଉ ନକଲି ରୁପା ଠକାମିର ଶିକାର ହେବେନାହିଁ।  

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe