ନୂଆଦିଲ୍ଲୀ: ଓଲା ଇ-ସ୍କୁଟର ପୁଣିଥରେ ଚର୍ଚ୍ଚାର ପରିସରକୁ ଆସିଛି। କିଛିଦିନ ହେବ ଓଲା ଇ-ସ୍କୁଟରକୁ ନେଇ ଅନେକ ଭାଇରାଲ ଭିଡିଓ ସାମ୍ନାକୁ ଆସିଛି। ଏହି ଭାଇରାଲ ଭିଡିଓଗୁଡ଼ିକରେ କେତେ ବେଳେ ଗ୍ରାହକ ଓଲା ଇ-ସ୍କୁଟରରେ ନିଆଁ ଲଗାଇ ଦେଲେଣି ତ ଆଉ କେତେବେଳେ ଲାଉଡସ୍ପିକର ଜରିଆରେ ଓଲା କମ୍ପାନିକୁ ନେଇ ନିଜର ଅସନ୍ତୋଷ ବ୍ୟକ୍ତ କରୁଛନ୍ତି।
ଏହି କ୍ରମରେ ଏକ ନୂଆ ଭିଡିଓ ଭାଇରାଲ ହେଉଛି। ଏହି ଭାଇରାଲ ଭିଡିଓରେ ଜଣେ ବ୍ୟକ୍ତି ରାଗରେ ଓଲା ଇ-ସ୍କୁଟରକୁ ରାସ୍ତା ମଝିରେ ଲୋକଙ୍କ ସାମ୍ନାରେ ଭାଙ୍ଗୁଥିବା ଦେଖିବାକୁ ମିଳୁଛି।
ଏହି ଘଟଣାକୁ ନେଇ ଦାବି କରାଯାଉଛି କି ବ୍ୟକ୍ତି ଜଣକ ଓଲା କମ୍ପାନିର ସେବାକୁ ନେଇ ଅସନ୍ତୋଷ ଥିବା ହେତୁ ଏଭଳି ଏକ ପଦକ୍ଷେପ ନେଇଛନ୍ତି। ଭିଡିଓରେ ଦେଖିବାକୁ ମିଳୁଥିବା ବ୍ୟକ୍ତିଜଣକ ମାସକ ପୂର୍ବରୁ ଗାଡ଼ି କିଣିଥିଲେ। ଗାଡ଼ିର ପ୍ରଥମ ସର୍ଭିସରେ କମ୍ପାନି ଗ୍ରାହକଙ୍କୁ ୯୦,୦୦୦ଟଙ୍କାର ଏକ ବିଲ ଧରାଇ ଦେଇଥିଲା ।
Follow Us