ନୂଆବର୍ଷରେ ଖୁସି ଖବର: ଖାତାକୁ ଆସିବ ଇପିଏଫ୍‌ ସୁଧ

ଏକକାଳୀନ ସବୁ ଖାତାରେ ପେନ୍‌ସନ୍  ଜମା କରିବ ଇପିଏଫ୍‌ଓ

News24

କରୋନା ମହାମାରୀ ବ୍ୟାପିବା ୨୦୨୦ର ସବୁଠୁ ଖରାପ ଅନୁଭୂତି ଥିଲା, ଯାହା ଏବେ ବି ଜାରି ରହିଛି। ତଥାପି ୨୦୨୧ର ପ୍ରଥମ ଦିନରୁ ଅନେକ ଖୁସି ଖବର ମିଳିବା ଆରମ୍ଭ ହୋଇଛି। ଇପିଏଫ୍‌ ଖାତାରେ ସୁଧ ଜମା ପ୍ରକ୍ରିୟା ଆରମ୍ଭ ହେବା ସହ ଜିଓରୁ ଅନ୍ୟ ନେଟ୍‌ୱର୍କକୁ ମାଗଣା କଲ୍‌ କରିବା ଓ ଉନ୍ନତ ରେଳ ଟିକଟ ବୁକିଂ ଆଦି ସୁବିଧା ଏଭିତରେ ରହିଛି

ଖାତାକୁ ଆସିବ ଇପିଏଫ୍‌ ସୁଧ
ନୂଆଦିଲ୍ଲୀ:କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସଂଗଠନର ୬ କୋଟି ସଦସ୍ୟଙ୍କୁ ୨୦୧୯-୨୦ ଆର୍ଥିକ ବର୍ଷର ସୁଧ ପ୍ରଦାନ ପ୍ରକ୍ରିୟା ଆରମ୍ଭ ହୋଇଛି। ୨୦୨୧ ଜାନୁଆରି ପହିଲାରୁ ସଦସ୍ୟମାନଙ୍କ ଖାତାରେ ଏହି ସୁଧ ରାଶି ଜମା ହେବ ବୋଲି ଇପିଏଫ୍‌ଓର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି। ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ସଦସ୍ୟମାନଙ୍କୁ ୮.୫ ପ୍ରତିଶତ ସୁଧ ପ୍ରଦାନ କରାଯିବାକୁ ପୂର୍ବରୁ ଘୋଷଣା କରାଯାଇଛି। ୮.୫ ପ୍ରତିଶତ ଇପିଏଫ ସୁଧ ସଦସ୍ୟମାନଙ୍କ ଖାତାକୁ ସ୍ଥାନାନ୍ତର କରିବା ଲାଗି ଶ୍ରମ ମନ୍ତ୍ରାଳୟ ନିର୍ଦ୍ଦେଶ ଦେଇସାରିଛି। ନିର୍ଦ୍ଦେଶ ମୁତାବକ ସେହି ସୁଧ ସଦସ୍ୟମାନଙ୍କ ଖାତାରେ ଜମା ହେବା ଆରମ୍ଭ ହୋଇଯାଇଛି। ଅର୍ଥ ମନ୍ତ୍ରାଳୟର ସମ୍ମତି ହାସଲ କରିବା ପରେ କେନ୍ଦ୍ର ଶ୍ରମମନ୍ତ୍ରୀ ସନ୍ତୋଷ ଗଙ୍ଗୱାର ଆଜି ଇପିଏଫଓ ସଦସ୍ୟମାନଙ୍କୁ ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ୮.୫ ପ୍ରତିଶତ ସୁଧ ପ୍ରଦାନକୁ ମଞ୍ଜୁରି ଦେଇଥିଲେ। ଏହାପରେ ହିତାଧିକାରୀଙ୍କ ଖାତାରେ ଉକ୍ତ ସୁଧ ରାଶି ଜମା କରିବା ଲାଗି ଇପିଏଫଓକୁ ନିର୍ଦ୍ଦେଶ ଦିଆଯାଇଛି। ଉଲ୍ଲେଖଯୋଗ୍ୟ ପୂର୍ବରୁ ୨୦୨୦ ମାର୍ଚ୍ଚରେ କେନ୍ଦ୍ରୀୟ ଟ୍ରଷ୍ଟି ବୋର୍ଡ ହିତାଧିକାରୀଙ୍କୁ ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ୮.୫ ପ୍ରତିଶତ ସୁଧ ଦେବାକୁ ନିଷ୍ପତ୍ତି ନେଇଥିଲା। ସେପ୍ଟେମ୍ବରରେ ଉକ୍ତ ସୁଧକୁ ଦୁଇଟି କିସ୍ତିରେ ଦେବାକୁ ସ୍ଥିର ହୋଇଥିଲା। କିନ୍ତୁ ଶେଷରେ ଗୋଟିଏ କିସ୍ତିରେ ଏହି ସୁଧ ହିତାଧିକାରୀଙ୍କୁ ମିଳିବା ଆରମ୍ଭ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe