ନୂଆବର୍ଷରୁ ମହଙ୍ଗା ମାଡ଼: ବାଣିଜ୍ୟିକ ଏଲ୍‌ପିଜି ଦାମ୍‌ ୨୫ ଟଙ୍କା ବୃଦ୍ଧି

Advertisment
ନୂଆବର୍ଷରୁ ମହଙ୍ଗା ମାଡ଼: ବାଣିଜ୍ୟିକ ଏଲ୍‌ପିଜି ଦାମ୍‌ ୨୫ ଟଙ୍କା ବୃଦ୍ଧି

ନୂଆଦିଲ୍ଲୀ: ନୂଆବର୍ଷରେ ମହଙ୍ଗା ମାଡ଼ ଆରମ୍ଭ ହୋଇଛି। ସରକାରୀ ତେଲ କମ୍ପାନିଗୁଡ଼ିକ ବାଣିଜ୍ୟିକ ଏଲ୍‌ପିଜି ଦାମ୍‌ ବୃଦ୍ଧି ଘୋଷଣା କରିଛନ୍ତି। ୧୯ କିଲୋଗ୍ରାମ ବିଶିଷ୍ଟ ବାଣିଜ୍ୟିକ ଏଲ୍‌ପିଜି ସିଲିଣ୍ଡର ମୂଲ୍ୟ ୨୫ ଟଙ୍କା ବଢ଼ିଛି। ଫଳରେ ଦିଲ୍ଲୀରେ ଏହାର ମୂଲ୍ୟ ୧୭୬୮ ଟଙ୍କା, ମୁମ୍ବାଇରେ ୧୭୨୧ ଟଙ୍କା, କୋଲକାତାରେ ୧୮୭୦ ଟଙ୍କା ଏବଂ ଚେନ୍ନାଇରେ ୧୯୭୧ ଟଙ୍କାରେ ପହଞ୍ଚିଛି। ବାଣିଜ୍ୟିକ ଏଲ୍‌ପିଜି ମୂଲ୍ୟବୃଦ୍ଧିର ପ୍ରଭାବ ଲୋକଙ୍କ ହୋଟେଲ, ରେ‌ସ୍ତୋରାଁ ଆଦିରେ ଖାଇବାକୁ ମହଙ୍ଗା କରିଦେବ। ତେବେ ସରକାରୀ କମ୍ପାନିଗୁଡ଼ିକ ଘରୋଇ ଏଲ୍‌ପିଜି ମୂଲ୍ୟରେ କୌଣସି ବୃଦ୍ଧି କରିନାହାନ୍ତି।

ଘରୋଇ ଏଲ୍‌ପିଜି ଦାମ୍‌ ଶେଷ ଥର ପାଇଁ ଗତବର୍ଷ ଜୁଲାଇ ୬ ତାରିଖରେ ବୃଦ୍ଧି କରାଯାଇଥିଲା। ଗତବର୍ଷ କମ୍ପାନିଗୁଡ଼ିକ ୪ ଥର ଘରୋଇ ଏଲ୍‌ପିଜି ଦାମ ବଢ଼ାଇଥିଲେ। ପ୍ରଥମେ ୨୦୨୨ ମାର୍ଚ୍ଚରେ ୫୦ ଟଙ୍କା ବଢ଼ାଇଥିଲେ। ମେ’ ମାସରେ ଦୁଇ ଥରରେ ୫୩ଟଙ୍କା ୫୦ ପଇସା ଏବଂ ଜୁଲାଇ ମାସରେ ୫୦ ଟଙ୍କା ବଢ଼ାଇଥିଲେ। ଏଥିଯୋଗୁ ଘରୋଇ ଏଲ୍‌ପିଜି ଦାମ ଗତବର୍ଷ ୧୫୦ ଟଙ୍କାରୁ ଅଧିକ ବଢ଼ିଯାଇଥିଲା। ଏବେ ଭୁବନେଶ୍ବରରେ ୧୪.୨ କିଲୋଗ୍ରାମ ବିଶିଷ୍ଟ ଘରୋଇ ଏଲ୍‌ପିଜି ଦାମ ୧୦୭୯ ଟଙ୍କା ରହିଛି। ବାଣିଜ୍ୟିକ ଏଲ୍‌ପିଜି ଦାମ ବଢ଼ିବା ପରେ ସାମାଜିକ ଗଣମାଧ୍ୟମ ଟ୍ବିଟରରେ କେନ୍ଦ୍ର ସରକାରଙ୍କୁ ଅନେକ ସମାଲୋଚନା କରିଛନ୍ତି। କେତେକ ଏହାକୁ ମୋଦୀ ସରକାରଙ୍କ ନୂଆବର୍ଷର ଅପ୍ରତ୍ୟାଶିତ ଉପହାର ବୋଲି କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe