ଗୁରୁତ୍ବ ମିଳୁଥିବାରୁ ଖୁସି ଲାଗୁଛି: ମେଲିଣ୍ଡା ଗେଟ୍‌ସ

Advertisment

ମାଇକ୍ରୋସଫ୍ଟ ପ୍ରତିଷ୍ଠାତା ବିଲ୍‌ ଗେଟ୍‌ସଙ୍କଠାରୁ ଅଲଗା ହେବା ପରେ ତାଙ୍କ ପୂର୍ବତନ ପତ୍ନୀ ମେଲିଣ୍ଡା ଗେଟ୍‌ସ ନିଜ ଜୀବନକୁ ଭରପୁର ଉପଭୋଗ କରୁଛନ୍ତି। ଭାନିଟି ଫେୟାର ସହ ଏକ ସାକ୍ଷାତକାରରେ ସେ କହିଛନ୍ତି ଯେ ବିଲ୍‌ ଗେଟ୍‌ସଙ୍କଠାରୁ ଅଲଗା ହେବା ପରେ ମୋତେ ଗୁରୁତ୍ବ ମିଳୁଛି।

gdjjgddgjdgj

ନୂଆଦିଲ୍ଲୀ: ମାଇକ୍ରୋସଫ୍ଟ ପ୍ରତିଷ୍ଠାତା ବିଲ୍‌ ଗେଟ୍‌ସଙ୍କଠାରୁ ଅଲଗା ହେବା ପରେ ତାଙ୍କ ପୂର୍ବତନ ପତ୍ନୀ ମେଲିଣ୍ଡା ଗେଟ୍‌ସ ନିଜ ଜୀବନକୁ ଭରପୁର ଉପଭୋଗ କରୁଛନ୍ତି। ଭାନିଟି ଫେୟାର ସହ ଏକ ସାକ୍ଷାତକାରରେ ସେ କହିଛନ୍ତି ଯେ ବିଲ୍‌ ଗେଟ୍‌ସଙ୍କଠାରୁ ଅଲଗା ହେବା ପରେ ମୋତେ ଗୁରୁତ୍ବ ମିଳୁଛି। ପୂର୍ବରୁ ତାଙ୍କ ସହିତ କୌଣସି ରାଷ୍ଟ୍ରପତି କିମ୍ବା ପ୍ରଧାନମନ୍ତ୍ରୀଙ୍କୁ ଭେଟିବା ବେଳେ ସେମାନେ ପ୍ରଥମେ ବିଲ୍‌ଙ୍କ ପାଖକୁ ଯାଉଥିଲେ। ତାଙ୍କ ସହିତ କଥା ହେଉଥିଲେ।

ମୁଁ ହସ୍ତକ୍ଷେପ ନ କରିବା ପର୍ଯ୍ୟନ୍ତ ମୋତେ ଗୁରୁତ୍ବ ମିଳୁନଥିଲା। କିନ୍ତୁ ତାଙ୍କଠାରୁ ଅଲଗା ହେବା ପରେ ମୋତେ ଗୁରୁତ୍ବ ମିଳୁଛି। ଯେତେବେଳେ ମୁଁ କାହାକୁ ଭେଟୁଛି, ମୋ ନିଜ ଉଦ୍ୟମରେ ଭେଟୁଛି। ତାହା ମୋତେ ବହୁତ ଭଲ ଲାଗୁଛି ବୋଲି ମେଲିଣ୍ଡା କହିଛନ୍ତି। ବିଲ୍‌ ଗେଟ୍‌ସଙ୍କଠାରୁ ଅଲଗା ହେବା ପରେ ସେ ଦାତବ୍ୟ ଅନୁଷ୍ଠାନ ବିଲ୍ ଆଣ୍ଡ ମେଲିଣ୍ଡା ଗେଟ୍‌ସ ଫାଉଣ୍ଡେସନରୁ ମଧ୍ୟ ଓହରିଯାଇଛନ୍ତି। ନିଜର ଦାତବ୍ୟ ସଂସ୍ଥା ‘ପାଇଭଟାଲ୍ ଭେଞ୍ଚର୍ସ’ ଗଠନ କରି ସେ କାର୍ଯ୍ୟ କରୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe