Image Courtesy of Hindustan Times
ନୂଆଦିଲ୍ଲୀ: ଯୁକ୍ତରାଷ୍ଟ୍ର ଆମେରିକାର ମୋଟର୍ସାଇକେଲ୍ ନିର୍ମାତା ହାର୍ଲି-ଡେଭିଡ୍ସନ୍ ଭାରତରେ ବିକ୍ରି ଓ ତିଆରି ବନ୍ଦ କରିବ ବୋଲି ଗୁରୁବାର ଦିନ କହିଛି। ଏକ ଦଶନ୍ଧିରୁ ଅଧିକ କାଳ ହେବ ଭାରତୀୟ ବଜାରରେ ପ୍ରବେଶ କରି ଏକାଧିକ ମୋଟର୍ସାଇକେଲ୍ ଲଞ୍ଚ୍ କରିବା ସତ୍ତ୍ବେ କମ୍ପାନିର ବ୍ୟବସାୟ ଭଲ ଚାଲିଲା ନାହିଁ। ରିପୋର୍ଟ ଅନୁସାରେ, ୨୦୨୦ରେ କମ୍ପାନିର ଅତିରିକ୍ତ ପୁନଃସଂରଞ୍ଚନା ନିମନ୍ତେ ମୂଳ କମ୍ପାନି ୭୫ ନିୟୁତ ଡଲାର୍ ଆବଶ୍ୟକ କରୁଛି। ତେଣୁ, ଭାରତରେ ବିକ୍ରୟ ଏବଂ ତିଆରି ବନ୍ଦ କରିବାକୁ କମ୍ପାନି ନିଷ୍ପତ୍ତି ନେଇଛି।
Image Courtesy of India Todayରିପୋର୍ଟ ଅନୁସାରେ, ବଶ୍ବ ବଜାରରେ ହାର୍ଲି ଯେତେ ବ୍ୟବସାୟ କରୁଛି ତା’ର ମାତ୍ର ୫% ଭାରତରୁ ପାଉଛି।
ଯୁକ୍ତରାଷ୍ଟ୍ର ଆମେରିକା ଭଳି ବଜାରରେ ଅଧିକ ଲାଭଦାୟକ ମୋଟର୍ସାଇକେଲ୍ ବାହାର କରିବା ଉପରେ ଗୁରୁତ୍ବ ଦେଇ ମଧ୍ୟ ବିଶ୍ବ ବଜାରରେ ହାର୍ଲି-ଡେଭିଡ୍ସନ୍ର ସ୍ଥିତି ଭଲ ନାହିଁ। ଆମେରିକା ମୁଖ୍ୟ ବଜାର ହୋଇଥିଲେ ମଧ୍ୟ ଗତ ୧୪ କ୍ବାର୍ଟସ୍ ମଧ୍ୟରେ ହାର୍ଲି ରିଟେଲ୍ ସେଲ୍ରେ ଅଭିବୃଦ୍ଧି ଘଟିନାହିଁ। ଏହାଛଡ଼ା କୋଭିଡ୍-୧୯ ମଧ୍ୟ କମ୍ପାନିର ବ୍ୟବସାୟକୁ ପ୍ରଭାବିତ କରିଛି।
Follow Us