ହିରୋ ମୋଟୋକର୍ପର ହାର୍ଲେ-ଡେଭିଡ୍ସନ୍ ଭାରତରେ ରୋଡ୍ଷ୍ଟାର୍ର ନୂଆ ଡିଜାଇନ୍ ନେଇ ‘ଏକ୍ସ୪୪୦ ଟି’ ଲଞ୍ଚ କରିବାକୁ ଯାଉଛି ବୋଲି କମ୍ପାନି ପକ୍ଷରୁ ସୂଚନା ଦିଆଯାଇଛି। ଖୁବ୍ଶୀଘ୍ର ଏହା ଭାରତ ଅଟୋମୋବାଇଲ୍ ଶିଳ୍ପରେ ସାମିଲ ହେବ।
କ’ଣ ରହିଛି ବୈଶିଷ୍ଟ୍ୟ:
ଏହାର ଇଞ୍ଜିନ୍, ଚେସିସ୍ ଓ ହାର୍ଡୱେର୍ ଦେଖିଲେ ଏକ୍ସ୪୪୦ ସହିତ ସମାନ ଦେଖାଯାଉଛି। ଏଥିରେ ୪୪୦ ସିସି ସିଙ୍ଗଲ୍-ସିଲିଣ୍ଡର୍, ଏୟାର୍-ଅଏଲ୍ କୁଲ୍ଡ ଇଞ୍ଜିନ୍ ୨୭.୩ ହର୍ସପାୱାର୍ ଓ ୩୮ ଏନ୍ଏମ୍ ପିକ୍ ଟର୍କ ରହିଛି। ଇଞ୍ଜିନ୍ ୬-ସ୍ପିଡ୍ ଟ୍ରାନ୍ସମିସନ୍ ସହିତ ଯୋଡ଼ା ହୋଇଛି ଏବଂ ଏଥିରେ ସ୍ଲିପ୍-ଏଣ୍ଡ-ଆସିଷ୍ଟ କ୍ଲଚ୍ ରହିଛି। ଏହାସହିତ ଏକ୍ସ୪୪୦ରେ ଏକ ୩.୫ ଇଞ୍ଚ ସର୍କୁଲାର୍, ଟିଏଫ୍ଟି ଡିସ୍ପ୍ଲେ ଅଛି ଯାହା ଏକ୍ସ୪୪୦ଟି ସହିତ ସେୟାର୍ ହୋଇଥିବା ପରି ମନେହୁଏ। ଇନ୍ଫୋଟେନ୍ମେଣ୍ଟ କନେକ୍ଟିଭିଟି ଓ ନାଭିଗେସନ୍, ରାଇଡ୍-ବାଏ-ୱାୟାର୍, ଟ୍ରାକ୍ସନ୍ କଣ୍ଟ୍ରୋଲ୍ ଓ ରାଇଡ୍ ମୋଡ୍ ସହ ଡୁଆଲ୍-ଚ୍ୟାନେଲ୍ ଏବିସଏ୍ ପରି ବୈଶିଷ୍ଟ୍ୟ ରହିପାରେ।
ଆହୁରି ପଢ଼ନ୍ତୁ- Saving Tips for Youth: ଯୁବପିଢ଼ି କେମିତି କରିବେ ସଞ୍ଚୟ? ଜାଣନ୍ତୁ କିଛି ଟିପ୍ସ...
କେତେ ରହିବ ମୂଲ୍ୟ:
ଆହୁରି ପଢ଼ନ୍ତୁ- Putin's Love Story: ପୁଟିନ୍ ଥରେ କି ଦୁଇଥର ନୁହେଁ ଆଠ ଥର ପ୍ରେମରେ ପଡ଼ିଥିଲେ: ୫୮ ବର୍ଷ ବୟସରେ ୧୭ ବର୍ଷୀୟ ଝିଅ ସହିତ ପ୍ରେମ ସମ୍ପର୍କ
ଏହାର ପ୍ରାରମ୍ଭିକ ମୂଲ୍ୟ ପ୍ରାୟ ୨.୫୦ ଲକ୍ଷ ଟଙ୍କା (ଏକ୍ସ-ସୋରୁମ୍) ହେବ ବୋଲି ଆକଳନ କରାଯାଉଛି। ଖୁବ୍ ଶୀଘ୍ର ଏହା ବଜାର ପ୍ରବେଶ କରିବ ବୋଲି କମ୍ପାନି ପକ୍ଷରୁ ସୂଚନା ଦିଆଯାଇଛି।
ବଜାର ପ୍ରତିଦ୍ବନ୍ଦ୍ବୀ:
ହାର୍ଲେ-ଡେଭିଡ୍ସନ୍ ସିଧାସଳଖ ୩୫୦-୫୦୦ ସିସି ସେଗମେଣ୍ଟର ରାଜା ରୟାଲ୍ ଏନ୍ଫିଲ୍ଡକୁ ଟାର୍ଗେଟ୍ କରିଥିଲା। ୪୪୦ ପ୍ଲାଟଫର୍ମରେ ଦ୍ୱିତୀୟ ଉତ୍ପାଦ RE Classic 350, Meteor 350 ଓ Bullet 350 ପରି ଗାଡ଼ିଗୁଡ଼ିକୁ ମୁକାବିଲା କରିପାରେ। H-D X440 T ମଧ୍ୟ Honda CB350 H'ness, CB350 RS, Triumph Speed ​​400, Thruxton 400, Scrambler 400 ଓ Yezdi Roadster ସହିତ ପ୍ରତିଯୋଗିତା କରିବ ବୋଲି ଅଟୋମୋବାଇଲ୍ ବିଶ୍ଳେଷକମାନେ ମତପ୍ରକାଶ କରୁଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/11/15/2025-11-15t113812157z-whatsapp-image-2025-11-13-at-33111-pm-2025-11-15-17-08-12.jpeg)
/sambad/media/media_files/2025/12/03/x_440_gallery-images-1340-x-751-px_03-2025-12-03-16-26-01.jpg)