ଡାଟା ଅପଚୟ କରୁଥିବା ଏଚ୍‌ଡି ଭିଡିଓ ଷ୍ଟ୍ରିମିଂ ସେବା ବନ୍ଦ; ଏଣିକି ନେଟ୍‌ଫ୍ଲିକ୍ସ, ହଟ୍‌ଷ୍ଟାର୍‌ ଓ ୟୁଟ୍ୟୁବରେ ଏସ୍‌ଡି ସେବା

Advertisment
ଭାରତରେ ନେଟଫ୍ଲିକ୍ସର ଅଭିବୃଦ୍ଧି ସବୁଠୁ ଅଧିକ: ସିଇଓ

Kim Komando

ନୂଆଦିଲ୍ଲୀ : ମୋବାଇଲ୍ ଡାଟା ଅପଚୟ କରୁଥିବା ଏଚ୍‌ଡି ସେବାଗୁଡ଼ିକୁ ନେଟ୍‌ଫ୍ଲିକ୍ସ ଓ ହଟ୍‌ଷ୍ଟାର୍‌ ଭଳି ସଂସ୍ଥା ବନ୍ଦ କରିଦେଇଛନ୍ତି। ଗୁଗୁଲ୍‌ର ୟୁଟ୍ୟୁବ୍ ମଧ୍ୟ ସମାନ ନିଷ୍ପତ୍ତି ନେଇଛି। ସେମାନେ ଏବେ ଏସ୍‌ଡି ସେବା ପ୍ରଦାନ କରୁଛନ୍ତି। ଯେହେତୁ ଅଧିକାଂଶ ଲୋକ ଏବେ ଘରେ ରହୁଛନ୍ତି ଓ ଏଚ୍‌ଡି ସେବାରେ ଡାଟା ଶୀଘ୍ର ଶେଷ ହୋଇଯାଉଛି, ତେଣୁ ଏହି କଂପାନିଗୁଡ଼ିକ ଏଚ୍‌ଡି ସେବାକୁ ସାମୟିକ ସମୟ ପାଇଁ ବନ୍ଦ କରି ଏସ୍‌ଡି ସେବା ପ୍ରଦାନ କରିବା ଆରମ୍ଭ କରିଛନ୍ତି। ଏସ୍‌ଡି ସେବାରେ ଲୋକମାନେ ସମାନ ପରିମାଣର ଡାଟାରେ ଅଧିକ ସମୟ ମୋବାଇଲ୍‌ରେ ଭିଡିଓ ଦେଖିପାରିବେ।

ଭିଡିଓ ଷ୍ଟ୍ରିମିଂ କଂପାନିଗୁଡ଼ିକ ଏଚ୍‌ଡି ବଦଳରେ ଏସ୍‌ଡି ସେବା ପ୍ରଦାନ କରିବା ଲାଗି ଏକ ଇ-ବୈଠକରେ ନିଷ୍ପତ୍ତି ନେଇଛନ୍ତି। ଏଥିରେ ଗୁଗୁଲ୍, ଷ୍ଟାର୍, ଡିଜ୍‌ନି, ଫେସବୁକ୍, ଜି ଏଣ୍ଟରଟେନମେଣ୍ଟ୍, ସୋନି, ଭାୟାକମ୍୧୮, ଆମାଜନ୍ ପ୍ରାଇମ୍ ଭିଡିଓ, ଟିକ୍ଟକ୍, ନେଟ୍‌ଫ୍ଲିକ୍ସ, ଏମ୍ଏକ୍ସ ପ୍ଳେୟାର୍‌ ଓ ହଟ୍‌ ଷ୍ଟାର୍‌ର ପ୍ରତିନିଧିମାନେ ଅଂଶଗ୍ରହଣ କରିଥିଲେ। ଦେଶରେ ଲକ୍ ଡାଉନ୍ ଘୋଷଣା ହେବା ପରଠାରୁ ମୋବାଇଲ୍‌ରେ ଷ୍ଟ୍ରିମିଂ ଭିଡିଓ ଦେଖିବାର ଚାହିଦା ବହୁତ ବଢ଼ିଯାଇଛି। ଏହା ଟେଲିକମ୍ କଂପାନିଗୁଡ଼ିକର ନେଟ୍‌ୱର୍କରେ ଅତିରିକ୍ତ ଚାପ ସୃଷ୍ଟି କରିଛି। ଏ ବିଷୟରେ ନିକଟରେ ଟେଲିକମ୍ କଂପାନିଗୁଡ଼ିକର ସଂଘ ସିଓଏଆଇ ତରଫରୁ ଟେଲିକମ୍ ବିଭାଗ ଓ ଗୃହ ମନ୍ତ୍ରଣାଳୟକୁ ଅବଗତ କରାଯାଇଥିଲା। ଏଚ୍‌ଡି ବଦଳରେ ଏସ୍‌ଡି ସେବା ଯୋଗାଇ ଦେବା ନିମନ୍ତେ ଭିଡିଓ ଷ୍ଟ୍ରିମିଂ କଂପାନିଗୁଡ଼ିକୁ ନିର୍ଦେଶ ଦେବା ଲାଗି ସଂଘ ସରକାରଙ୍କୁ ଅନୁରୋଧ କରିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe