New Indian Express
ମୁମ୍ବାଇ : ଦେଶର ସର୍ବବୃହତ ଘରୋଇ ବ୍ୟାଙ୍କର ସିଇଓ ଓ ଏମଡି ଆଦିତ୍ୟ ପୁରୀ ନିଜର ୯୫% ସେୟାରକୁ ୮୪୩ କୋଟି ଟଙ୍କାରେ ବିକ୍ରି କରିଛନ୍ତି। ଆଦିତ୍ୟଙ୍କ ପାଖରେ ବ୍ୟାଙ୍କର ପ୍ରାୟ ୭୭ ଲକ୍ଷ ୯୬ ହଜାର ସେୟାର ଥିଲା। ସେଥି ମଧ୍ୟରୁ ୭୪ ଲକ୍ଷ ୨ ହଜାର ସେୟାରକୁ ସେ ଚଳିତ ମାସ ୨୧ରୁ ୨୪ ଭିତରେ ବିକ୍ରି କରିଛନ୍ତି। ୨୦୧୯-୨୦ରେ ଆଦିତ୍ୟ ୧୮.୯୨ କୋଟି ଟଙ୍କା ଦରମା ପାଇଥିଲେ। ଦେଶର ଅନ୍ୟ କୌଣସି ବ୍ୟାଙ୍କ ସିଇଓଙ୍କ ଦରମା ଏତେ ଅଧିକ ନଥିଲା। ୧୯୯୪ରେ ଏଚ୍ଡିଏଫ୍ସି ବ୍ୟାଙ୍କ ସ୍ଥାପନ ହେବା ଦିନ ଠାରୁ ସେ ବ୍ୟାଙ୍କର ସିଇଓ ଦାୟିତ୍ବ ନିର୍ବାହ କରୁଛନ୍ତି। ଚଳିତ ବର୍ଷ ଅକ୍ଟୋବର ୨୦ରେ ତାଙ୍କର କାର୍ଯ୍ୟକାଳ ଶେଷ ହେବ। ତାଙ୍କ ଉତ୍ତରାଧିକାରୀ ସନ୍ଧାନ କରିବା ଲାଗି ଗତବର୍ଷ ନଭେମ୍ବରରୁ ବ୍ୟାଙ୍କ କର୍ତ୍ତୃପକ୍ଷ ଏକ ଚୟନ କମିଟି ଗଠନ କରିଛନ୍ତି। ଏହି କମିଟି ପାଇଁ ଆଦିତ୍ୟ ପରାମର୍ଶଦାତା ଭାବେ କାର୍ଯ୍ୟ କରିବେ।
Follow Us