ବ୍ୟାଙ୍କ ନଥିବା ଅଞ୍ଚଳରେ ଶାଖା ଖୋଲ

Advertisment

ଏଚ୍‌ଡିଏଫ୍‌ସି ବ୍ୟାଙ୍କକୁ କହିଲେ ମୁଖ୍ୟମନ୍ତ୍ରୀ

ଏଚ୍‌ଡିଏଫ୍‌ସି ବ୍ୟାଙ୍କକୁ କହିଲେ ମୁଖ୍ୟମନ୍ତ୍ରୀ

ବ୍ୟାଙ୍କ ନଥିବା ଅଞ୍ଚଳରେ ଶାଖା ଖୋଲ

ଚନ୍ଦ୍ରଶେଖରପୁର: ରାଜ୍ୟର ସବୁ ଜିଲ୍ଲାରେ ଶାଖା ଖୋଲିଥିବାରୁ ଏଚ୍‌ଡିଏଫ୍‌ସି ବ୍ୟାଙ୍କକୁ ପ୍ରଶଂସା କରିବା ସହିତ ଯେଉଁ ସବୁ ଅଞ୍ଚଳରେ ବ୍ୟାଙ୍କ ସେବା ପହଞ୍ଚି ନାହିଁ, ସେଠାରେ ନୂଆ ଶାଖା ଖୋଲିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବ୍ୟାଙ୍କକୁ କହିଛନ୍ତି। ଏଠାରେ ଏଚ୍‌ଡିଏଫ୍‌ସି ବ୍ୟାଙ୍କର ବିପିଓ, ଦକ୍ଷତା ବିକାଶ ଏବଂ ତାଲିମ କେନ୍ଦ୍ରକୁ ଉଦ୍‌ଘାଟନ କରି ସେ କହିଲେ, ଏହି ସବୁ ଅଞ୍ଚଳରେ ଶାଖା ଖୋଲିବା ପାଇଁ ରାଜ୍ୟ ସରକାର ବ୍ୟାଙ୍କକୁ ସବୁ ପ୍ରକାର ସହାୟତା ଯୋଗାଇ ଦେବାକୁ ପ୍ରସ୍ତୁତ। ଏଚ୍‌ଡିଏଫ୍‌ସି ବ୍ୟାଙ୍କ ପକ୍ଷରୁ ବର୍ତମାନ ସୁଦ୍ଧା ବ୍ୟାଙ୍କ ସେବା ନଥିବା ଅଞ୍ଚଳରେ ୩୩ଟି ଶାଖା ଖୋଲାଯାଇଛି। ଆହୁରି ଅଧିକ ଶାଖା ଖୋଲିବବାକୁ ମୁଖ୍ୟମନ୍ତ୍ରୀ ବ୍ୟାଙ୍କକୁ କହିଛନ୍ତି।

ଏଚ୍‌ଡିଏଫ୍‌ସି ବ୍ୟାଙ୍କ ହେଉଛି ଦେଶର ଏକ ଅଗ୍ରଣୀ ଘରୋଇ ବ୍ୟାଙ୍କ। ବ୍ୟାଙ୍କ ଯେଉଁ ବିପିଓ ସେଣ୍ଟର୍‌ ଖୋଲିଛି ତାହାର ପ୍ରାରମ୍ଭରେ ୨୦୦ ଲୋକଙ୍କୁ ଏବଂ ଆଗାମୀ ଦିନରେ ୫୦୦ ଲୋକଙ୍କୁ ନିଯୁକ୍ତି ପ୍ରଦାନ କରିବ। ଏହା ବ୍ୟତୀତ କଂପାନିର ଦକ୍ଷତା ବିକାଶ ଏବଂ ତାଲିମ କେନ୍ଦ୍ରରେ ବିପୁଳ ପରିମାଣର ଯୁବକଯୁବତୀଙ୍କୁ ଦକ୍ଷତା ତାଲିମ ପ୍ରଦାନ କରାଯାଇପାରିବ। ଓଡ଼ିଶାରେ ଏଚ୍‌ଡିଏଫ୍‌ସି ବ୍ୟାଙ୍କର ୬୫% ଶାଖା ଅର୍ଧ ସହରାଞ୍ଚଳ ଏବଂ ଗ୍ରାମାଞ୍ଚଳରେ ରହିଛି। ଏହି ଅବସରରେ ରାଜ୍ୟର ମୁଖ୍ୟ ସଚବି ଆଦିତ୍ୟ ପ୍ରସାଦ ପାଢ଼ୀ ଏବଂ ଏଚ୍‌ଡିଏଫ୍‌ସି ବ୍ୟାଙ୍କର ପରିଚାଳନା ନିର୍ଦେଶକ ଆଦିତ୍ୟ ପୁରୀ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe