ଡଲାର ମୂଲ୍ୟ ପ୍ରଥମ ଥର ୭୮ ଟଙ୍କା ଟପିଲା

Advertisment
ଟଙ୍କା ମୂଲ୍ୟରେ ସୁଧାର

Image: PTC News

ନୂଆଦିଲ୍ଲୀ: ଆମେରିକୀୟ ଡଲାରର ଚାହିଦା ବଢ଼ୁଥିବାରୁ ଭାରତୀୟ ଟଙ୍କା ସେହି ଅନୁସାରେ ଦୁର୍ବଳ ହେବାରେ ଲାଗିଛି। ଆଜି ପ୍ରଥମ ଥର ଲାଗି ଡଲାର ତୁଳନାରେ ଟଙ୍କା ଅତ୍ୟଧିକ ଦୁର୍ବଳ ହୋଇପଡ଼ିଛି। ଏକ ଡଲାର କିଣିବା ଲାଗି ୭୮ ଟଙ୍କାରୁ ଅଧିକ ମୂଲ୍ୟ ଦେବାକୁ ପଡ଼ିଛି। ଏହା ହେଉଛି ଟଙ୍କାର ସର୍ବନିମ୍ନ ସ୍ତର। ଶେଷ ଥର ପାଇଁ ୭୭ ଟଙ୍କା ୯୩ ପଇସା ଥିଲା ତାହାର ସର୍ବନିମ୍ନ ସ୍ତର। ଆମେରିକାରେ ମୁଦ୍ରାସ୍ଫୀତିରେ ବୃଦ୍ଧି ହେବାରୁ ‌ସେଠାକାର କେନ୍ଦ୍ରୀୟ ବ୍ୟାଙ୍କ ଫେଡେରାଲ୍‌ ରିଜର୍ଭ ସୁଧରେ ପୁଣି ବୃଦ୍ଧି କରିବାକୁ ପ୍ରସ୍ତୁତ ହେଉଛି। ସେଥିପାଇଁ ଡଲାର ଚାହିଦା ବଢ଼ୁଛି। ଆମେରିକାରେ ଖାଦ୍ୟ ଓ ଶକ୍ତି ମୂଲ୍ୟ ବହୁତ ବଢ଼ିବାରୁ ସେଠାକାର ଉପଭୋକ୍ତା ମୁଦ୍ରାସ୍ଫୀତି ହାର ୧୯୮୧ ପରେ ପ୍ରଥମ ଥର ଲାଗି ସର୍ବୋଚ୍ଚ ସ୍ତରରେ ପହଞ୍ଚିଛି। ଫଳରେ ‌ବିଶ୍ବର ଆର୍ଥିକ ବ୍ୟବସ୍ଥା ଡଲାର ଉପରେ ଅଧିକ ନିର୍ଭରଶୀଳ ହୋଇପଡ଼ିଛି। ସମସ୍ତେ ଡଲାର କିଣିବାକୁ ଉଦ୍ୟମ କରୁଥିବାରୁ ଡଲାର ମୂଲ୍ୟ ଦୁଇ ଦଶନ୍ଧିର ସର୍ବୋଚ୍ଚ ସ୍ତରରେ ପହଞ୍ଚିଯାଇଛି। କେବଳ ଭାରତୀୟ ମୁଦ୍ରା ନୁହେଁ ବିଶ୍ବର ବହୁ ଦେଶର ବିନିମୟ ମୁଦ୍ରା ଡଲାର ତୁଳନାରେ ଦୁର୍ବଳ ହୋଇଛି। ଡଲାର ତୁଳନାରେ ଟଙ୍କା ଦୁର୍ବଳ ହେଲେ ଅର୍ଥନୀତି ଉପରେ ତାହାର ଗଭୀର ପ୍ରଭାବ ପଡ଼ିଥାଏ। ଆମଦାନି କରାଯାଉଥିବା ସାମଗ୍ରୀ ପାଇଁ ଅଧିକ ଡଲାର ଗଣିବାକୁ ପଡ଼େ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe