ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ‘ୱାରେ ଏନର୍ଜିସ୍‌’ ମୁଖ୍ୟ: ୨୫ ହଜାର କୋଟି ନିବେଶ ଯୋଜନା

Advertisment

ସୋଲାର୍‌ ଉପକରଣ ଉତ୍ପାଦନ କରିବ

ସୋଲାର୍‌ ଉପକରଣ ଉତ୍ପାଦନ କରିବ

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ‘ୱାରେ ଏନର୍ଜିସ୍‌’ ମୁଖ୍ୟ: ୨୫ ହଜାର କୋଟି ନିବେଶ ଯୋଜନା

ଭୁବନେଶ୍ବର: ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ସାକ୍ଷାତ କରିଛନ୍ତି ୱା‌ରେ ଏନର୍ଜିସ୍‌ର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ହିତେଶ ସି ଦୋସୀ। ଉଭୟଙ୍କ ମଧ୍ୟରେ ରାଜ୍ୟରେ ଶକ୍ତି ଉତ୍ପାଦନ, ଶିଳ୍ପ ବିକାଶର ନୂତନ ସମ୍ଭାବନା ଉପରେ ବିସ୍ତୃତ ଆଲୋଚନା ହୋଇଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍ତି ଯେ ଓଡ଼ିଶା ଭଳି ରାଜ୍ୟରେ ଶିଳ୍ପ ପ୍ରତିଷ୍ଠା ପାଇଁ ଯେଉଁ ସମ୍ଭାବନା ରହିଛି ତାହାର ସଫଳ ରୂପାୟନ ଓ ରାଜ୍ୟରେ ଥିବା ସମ୍ଭାବନାକୁ ସଫଳତାରେ ପରିଣତ କରିବା ପାଇଁ ରାଜ୍ୟ ସରକାର ପ୍ରୟାସ କରିବେ। ଓଡ଼ିଶାର ଯୁବବର୍ଗଙ୍କୁ ସ୍ବାବଲମ୍ବୀ କରିବା ଏବଂ ରୋଜଗାର ପାଇଁ ନୂତନ ସୁଯୋଗ ସୃଷ୍ଟି କରିବା ଆମର ଲକ୍ଷ୍ୟ ବୋଲି ସେ କହିଛନ୍ତି।

ୱାରେ ଏନର୍ଜିସ୍‌ ହେଉଛି ଦେଶର ଏକ ଅଗ୍ରଣୀ ସୋଲାର୍ ପିଭି ନିର୍ମାତା। ଏହି କମ୍ପାନି ଢେଙ୍କାନାଳ ଜିଲ୍ଲାର ନେଉଳପୋଇଠାରେ ଏକ ସମନ୍ବିତ ସୋଲାର ଉପକରଣ ଉତ୍ପାଦନ କାରଖାନା ସ୍ଥାପନ କରିବାକୁ ଯୋଜନା ରଖିଛି। କମ୍ପାନି ସେଥିରେ ୨୫୦୦୦ କୋଟି ଟଙ୍କା ନିବେଶ କରିବ। ଏହା ୫୦୦୦୦ ଏମ୍‌ଟିର ପଲିସିଲିକନ୍, ୧୦,୦୦୦ ଏମ୍‌ଡବ୍ଲୁ ଲେଖାଏଁ ଇନ୍‌ଗଟ୍‌, ୱାଫର, ସୋଲାର୍ ସେଲ୍ ଓ ସୋଲାର ମଡ୍ୟୁଲ୍‌ ସ୍ଥାପନ କରିବାକୁ ଯୋଜନା ରଖିଛି। ଗତବର୍ଷ ଉଚ୍ଚସ୍ତରୀୟ ମଞ୍ଜୁରି କର୍ତ୍ତୃପକ୍ଷ ଏହି ପ୍ରକଳ୍ପକୁ ମଞ୍ଜୁର କରିଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ମୁଖ୍ୟ ସଚିବ ନିକୁଞ୍ଜ ବିହାରୀ ଧଳ ଓ ୱାରେ ଏନର୍ଜିସ୍‌ର ଅନ୍ୟ ବରିଷ୍ଠ ଅଧିକାରୀମ‌ାନେ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe