ହେନ୍‌ଲେ ଆଣ୍ଡ ପାର୍ଟନର୍ସ ରିପୋର୍ଟ: ୨୦୨୨ରେ ଭାରତ ଛାଡ଼ିଲେଣି ୮ ହଜାର ଧନୀ

Advertisment

ରୁଷରୁ ୧୫ ହଜାର, ଚୀନରୁ ୧୦ ହଜାର, ୟୁଏଇ ଓ ସିଙ୍ଗାପୁରକୁ ଯାଉଛନ୍ତି ଅଧିକ ଧନୀ

ରୁଷରୁ ୧୫ ହଜାର, ଚୀନରୁ ୧୦ ହଜାର, ୟୁଏଇ ଓ ସିଙ୍ଗାପୁରକୁ ଯାଉଛନ୍ତି ଅଧିକ ଧନୀ

ହେନ୍‌ଲେ ଆଣ୍ଡ ପାର୍ଟନର୍ସ ରିପୋର୍ଟ: ୨୦୨୨ରେ ଭାରତ ଛାଡ଼ିଲେଣି ୮ ହଜାର ଧନୀ

Henley & Partners

ନୂଆଦିଲ୍ଲୀ: ଚଳିତବର୍ଷ ବର୍ତ୍ତମାନ ସୁଦ୍ଧା ୮ ହଜାର ଧନୀ ବା ନିୟୁତପତି ଭାରତୀୟ ଦେଶ ଛାଡ଼ିଛନ୍ତି। ନିଜ ଦେଶ ଛାଡ଼ି ବିଦେଶ ପଳାଉଥିବା ଧନୀମାନଙ୍କ ସଂଖ୍ୟା କ୍ଷେତ୍ରରେ ଭାରତ ତୃତୀୟ ସ୍ଥାନରେ ରହିଛି। ପ୍ରଥମ ସ୍ଥାନରେ ରୁଷ୍‌ ଏବଂ ଦ୍ବିତୀୟ ସ୍ଥାନରେ ଚୀନ୍ ରହିଛନ୍ତି। ରୁଷ୍‌ରୁ ୧୫ ହଜାର ନିୟୁତପତି ଏବଂ ଚୀନରୁ ୧୦ ହଜାର ନିୟୁତପତି ଛାଡ଼ି ପଳାଇଛନ୍ତି ବୋଲି ଅନ୍ତର୍ଜାତୀୟସ୍ତରର କନସଲଟାଣ୍ଟ୍ ହେନଲେ ଆଣ୍ଡ ପାର୍ଟନର୍ସ ପକ୍ଷରୁ କୁହାଯାଇଛି।
କୋଭିଡ-୧୯ ମହାମାରୀ ଯୋଗୁ ଧନୀମାନେ ଦେଶ ଛାଡ଼ିବା କ୍ଷଣିକ ପାଇଁ ହ୍ରାସ ପାଇଥିଲା। କିନ୍ତୁ ଏବେ ପୁଣି ଏଥିରେ ବୃଦ୍ଧି ଘଟିଛି। ୧ ନିୟୁତ ଡଲାରରୁ ଅଧିକ ଧନ ଥିବା ବ୍ୟକ୍ତିମାନଙ୍କୁ ଏଠାରେ ଧନୀ ବା ନିୟୁତପତି ଭାବେ ବିବେଚନା କରାଯାଇଛି। ତେବେ ଭାରତ ପାଇଁ ଏଥିରେ ଏକ ଆଶ୍ବାସନାର ବିଷୟ ମଧ୍ୟ ରହିଛି। ଯେତିକି ଧନୀ ଭାରତ ଛାଡ଼ିଛନ୍ତି ତାହା ତୁଳନାରେ ଅଧିକ ଧନୀ ଦେଶରେ ସୃଷ୍ଟି ହେଉଛନ୍ତି।

ଏଥିସହିତ ଅନ୍ୟ ଏକ ବିଷୟ ହେଲା ବିଦେଶରେ ରହୁଥିବା ଧନୀମାନେ ମଧ୍ୟ ଭାରତକୁ ଫେରୁଛନ୍ତି। ଦେଶରେ ଜୀବନଯାପନର ମାନରେ ଉନ୍ନତି ଆସିଲେ ଧନୀମାନେ ଦେଶକୁ ଫେରିବା ନେଇ ଆଶା ରଖାଯାଇଛି ବୋଲି ଉକ୍ତ ସଂସ୍ଥା ପକ୍ଷରୁ କୁହାଯାଇଛି। ୨୦୩୧ ସୁଦ୍ଧା ଭାରତରେ‌ ଉଚ୍ଚ ଧନୀ ବ୍ୟକ୍ତିଙ୍କ ସଂଖ୍ୟାରେ ୮୦ ପ୍ରତିଶତ ବୃଦ୍ଧି ଆଶା ରଖାଯାଇଛି। ଫଳରେ ଏହି ସମୟ ମଧ୍ୟରେ ଭାରତ ଧନସୃଷ୍ଟିରେ ବିଶ୍ବର ସର୍ବାଧିକ ଅଧିକ ଅଭିବୃଦ୍ଧି ହାସଲକାରୀ ରାଷ୍ଟ୍ର ହେବ ବୋଲି ଏହି ସଂସ୍ଥାର ରିପୋର୍ଟରେ ଦର୍ଶାଯାଇଛି। ଉପରୋକ୍ତ ୩ଟି ଦେଶ ବ୍ୟତୀତ ହଂକଂ, ୟୁକ୍ରେନ, ବ୍ରାଜିଲ, ମେକ୍ସିକୋ, ବ୍ରିଟେନ, ସାଉଦି ଆରବ ଏବଂ ଇଣ୍ଡୋନେସିଆରୁ ମଧ୍ୟ ବହୁସଂଖ୍ୟକ ଧନୀ ବିଦେଶକୁ ପଳାଇଛନ୍ତି।

ଅନ୍ୟପକ୍ଷରେ ଚଳିତବର୍ଷ ବର୍ତ୍ତମାନ ସୁଦ୍ଧା ୟୁ‌ଏଇ, ଇସ୍ରାଏଲ, ଆମେରିକା, ପର୍ତ୍ତୁଗାଲ, କାନାଡ଼ା, ସିଙ୍ଗାପୁର, ଅଷ୍ଟ୍ରେଲିଆ, ନ୍ୟୁଜିଲାଣ୍ଡ, ଗ୍ରିସ ଏବଂ ସ୍ବିଜରଲାଣ୍ଡକୁ ଧନୀ ଲୋକମାନେ ଅଧିକ ସଂଖ୍ୟାରେ ଆସିଛନ୍ତି। ଏଥିସହିତ ମାଲଟା, ମରିସସ ଏବଂ ମୋନାକୋକୁ ମଧ୍ୟ ବହୁସଂଖ୍ୟକ ଧନୀ ଆସିବେ ବୋଲି ଆଶା ରଖାଯାଇଛି। ଚଳିତବର୍ଷ ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ)କୁ ସର୍ବାଧିକ ଧନୀ ଆସିବେ। ୨୦୨୨ରେ ରେକର୍ଡ ୪ ହଜାର ନିୟୁତପତି ଏହି ଦେଶକୁ ଆସିବା ଆକଳନ କରାଯାଇଛି। ଏହାପଛକୁ ସିଙ୍ଗାପୁରକୁ ପାଖାପାଖି ୨୮୦୦ ଧନୀ ଲୋକ ଆସିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe