ଆସିଲା ଟ୍ବିଟର୍‌ର ବିକଳ୍ପ ‘ଥ୍ରେଡ୍‌ସ’: ପ୍ରଥମ ଦିନରେ ୧୦ ନିୟୁତ ଆକଉଣ୍ଟ୍‌ ଖୋଲିଲା

Advertisment

ଯୋଡ଼ିହେଲେ ବହୁ ସେଲିବ୍ରିଟି

ଯୋଡ଼ିହେଲେ ବହୁ ସେଲିବ୍ରିଟି

ଆସିଲା ଟ୍ବିଟର୍‌ର ବିକଳ୍ପ ‘ଥ୍ରେଡ୍‌ସ’: ପ୍ରଥମ ଦିନରେ ୧୦ ନିୟୁତ ଆକଉଣ୍ଟ୍‌ ଖୋଲିଲା

ନୂଆଦିଲ୍ଲୀ: ମାର୍ଜ ଜୁକରବର୍ଗଙ୍କ କଂପାନି ମେଟା ଅଧିନରେ ପରିଚାଳିତ ହେଉଥିବା ସୋସିଆଲ ମିଡ଼ିଆ ସଂସ୍ଥା ଇନ୍‌ଷ୍ଟାଗ୍ରାମ୍ ପକ୍ଷରୁ ନୂଆ ଆପ୍‌ ‘‌‌ଥ୍ରେଡ୍‌ସ’କୁ ଉନ୍ମୋଚନ କରାଯାଇଛି। ଆଣ୍ଡ୍ରଏଡ୍‌ ଓ ଆଇଫୋନ୍‌ ବ୍ୟବହାରକାରୀଙ୍କ ପାଇଁ ଏହି ଆପ୍ ଉପଲବ୍ଧ ହେବା ପରେ ତାହାକୁ ନେଇ ଲୋକମାନଙ୍କ ଭିତରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଛି। କିଛି ଘଣ୍ଟା ଭିତରେ ଏଥିରେ ଲକ୍ଷ ଲକ୍ଷ ନୂଆ ଆକାଉଣ୍ଟ୍‌ ଖୋଲାଯାଇଛି। ଜୁକରବର୍ଗ କହିଛନ୍ତି ଯେ ଥ୍ରେଡ୍‌ସରେ ୧୦ ନିୟୁତରୁ ଅଧିକ ଆକାଉଣ୍ଟ୍‌ ଖୋଲାଯାଇସାରିଲାଣି। ଥ୍ରେଡ୍‌ସକୁ ଲୋକପ୍ରିୟ ସୋସିଆଲ ମିଡିଆ ଟ୍ବିଟର୍‌ର ଅବିକଳ ନକଲ ବୋଲି କୁହାଯାଉଛି। ଟ୍ବିଟରରେ ୨୮୦ ଅକ୍ଷର ବ୍ୟବହାର କରିବାର ଅନୁମତି ଥିବା ବେଳେ ଥ୍ରେଡ୍‌ସରେ ୫୦୦ ଅକ୍ଷର ଲେଖିହେବ।

ଥ୍ରେଡ୍‌ସ ଆରମ୍ଭ ହେବା ସହିତ ଜୁକରବର୍ଗ ଓ ଟ୍ବିଟରର ନୂଆ ମାଲିକ ଏଲନ୍‌ ମସ୍କଙ୍କ ଭିତରେ ଲଢ଼େଇ ଆରମ୍ଭ ହୋଇଯାଇଛି। ଏହି ଆପ୍‌ ଲୋକପ୍ରିୟ ହେଲେ ଟ୍ବିଟର ତାହାର ପ୍ରାସଙ୍ଗିକତା ହରାଇବ ବୋଲି କୁହାଯାଉଛି। ‌ଥ୍ରେଡ୍‌ସ ବିଷୟରେ ଘୋଷଣା କରିବା ଲାଗି ଦୀର୍ଘ ୧୧ ବର୍ଷ ପରେ ଜୁକରବର୍ଗ ନିଜ ଟ୍ବିଟର ଆକାଉଣ୍ଟ୍‌କୁ ବ୍ୟବହାର କରିଥିଲେ। ଦୁଇ ସ୍ପାଇଡରମ୍ୟାନ୍‌ ପରସ୍ପର ଆଡ଼କୁ ଆଙ୍ଗୁଠି ଦେଖାଇଥିବାର ଛବିକୁ ସେ ସେୟାର କରିଥିଲେ। ‌ଥ୍ରେଡ୍‌ସକୁ ଟ୍ବିଟରର ଅବିକଳ ନକଲ କୁହାଯାଉଥିବାରୁ ତାହା ଉପରେ ମସ୍କ ପ୍ରତିକ୍ରିୟା ରଖି ହସ ସହ ଆଖିରୁ ଲୁହ ଝରୁଥିବା ଏକ ଇମୋଜି ସେୟାର କରିଛନ୍ତି। ବ୍ରିଟେନ୍‌ ସମେତ ବିଶ୍ବର ୧୦୦ ଦେଶରେ ଥ୍ରେଡ୍‌ସ ଉପଲବ୍ଧ ହୋଇଛି। ଇନଷ୍ଟାଗ୍ରାମ୍‌ ଆକାଉଣ୍ଟ୍‌ ଥିବା ବ୍ୟବହାରକାରୀମାନେ ସେହି ବିବରଣୀକୁ ନେଇ ଥ୍ରେଡ୍‌ସରେ ଲଗ୍‌ ଇନ୍ କରିପାରିବେ।

ଯୋଡ଼ିହେଲେ ବହୁ ସେଲିବ୍ରିଟି
ଇନ‌୍‌ଷ୍ଟାଗ୍ରାମ୍‌ର ନୂଆ ଆପ୍ ଥ୍ରେଡ୍‌ସରେ ପ୍ରଥମ ଦିନରୁ ବିଭିନ୍ନର ବର୍ଗର ବିଶିଷ୍ଟ ବ୍ୟକ୍ତିମାନେ ଆକାଉଣ୍ଟ୍‌ ଖୋଲିଛନ୍ତି। ସେମାନଙ୍କ ମଧ୍ୟରେ ରହିଛନ୍ତି ‌ବୈଦେଶିକ ମନ୍ତ୍ରୀ ଏସ୍‌ ଜୟଶଙ୍କର, ଉଦ୍ୟୋଗୀ ନିଖିଲ କାମାତ, ଅନୁପମ ମିତ୍ତଲ, ବିଜୟ ଶେଖର ଶର୍ମା, ଅଶନୀର ଗ୍ରୋଭର, ସେଲିବ୍ରିଟି ଦିଲଜିତ ଡୋସାଞ୍ଜ, କାଜଲ, କୁନାଲ ଶାହ, ତାପସୀ ପନ୍ନୁ, ତମନ୍ନା ଭାଟିଆ, ପରିଣୀତି ଚୋପ୍ରା, ସନ୍ନି ଲିଓନି, ଟ୍ବିଙ୍କିଲ୍‌ ଖାନ୍ନା, ମସାବା ଗୁପ୍ତା, ପ୍ରିୟଙ୍କା ଚର୍ତୁଦେବୀ, ଦେବିନା ବାନାର୍ଜୀ ଓ ବରୁଣ ସୁଦ୍‌। ବିଭିନ୍ନ ସରକାରୀ ବିଭାଗ ଓ ସଂସ୍ଥା ମଧ୍ୟ ‌ଥ୍ରେଡ୍‌ସରେ ଆକାଉଣ୍ଟ୍‌ ଖୋଲିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe