ଜାନୁୟାରୀରୁ ମହଙ୍ଗା ହେବ ହିରୋ ବାଇକ୍‌

Advertisment
ଏପ୍ରିଲ୍‌ରେ ହିରୋ ମୋଟୋକର୍ପର ବିକ୍ରି ୬୯୪,୦୨୨ୟୁନିଟ୍‌ ଛୁଇଁଲା

ନୂଆଦିଲ୍ଲୀ: ବିଭିନ୍ନ କାର୍‌ କମ୍ପାନି ଆସନ୍ତା ମାସଠାରୁ ଦର ବୃଦ୍ଧି କରିବା ବିଷୟରେ ଘୋଷଣା କରିବା ପରେ ଏବେ ବାଇକ୍‌ କମ୍ପାନିମାନେ ମଧ୍ୟ ଦର ବୃଦ୍ଧି ଲାଗି ଘୋଷଣା କରିଛନ୍ତି । ଦେଶର ସର୍ବାଧିକ ବାଇକ୍‌ ବିକ୍ରି କରୁଥିବା କମ୍ପାନି ହିରୋ ମୋଟୋକର୍ପ ଆସନ୍ତା ଜାନୁୟାରୀରୁ ଦର ବଢାଇବ । ଆସନ୍ତା ୧ ତାରିଖରୁ କମ୍ପାନି ମଡେଲ ପିଛା ପ୍ରାୟ ୪୦୦ ଟଙ୍କା ଲେଖାଏଁ ଦର ବୃଦ୍ଧି କରିବ । କଞ୍ଚାମାଲ ଦର ବୃଦ୍ଧି ପାଇଥିବାରୁ ଏହି ଦର ବୃଦ୍ଧି କରାଯାଇଥିବା କମ୍ପାନି କହିଛି । ତେବେ ମଡେଲ ଅନୁସାରେ ଓ ଅଞ୍ଚଳ ଅନୁସାରେ ଏହି ଦରବୃଦ୍ଧି ଭିନ୍ନ ଭିନ୍ନ ହେବ ।

ଗତକାଲି ହିରୋ ପକ୍ଷରୁ ୩ଟି ନୂଆ ମଡେଲର ମୋଟରସାଇକେଲ ବଜାରକୁ ଛଡାଯାଇଥିଲା । ହିରୋ ପକ୍ଷରୁ ଦର ବୃଦ୍ଧି କରାଯିବା ପରେ ଅନ୍ୟ ବାଇକ୍‌ ଓ ସ୍କୁଟର କମ୍ପାନି ମଧ୍ୟ ଦର ବୃଦ୍ଧି କରିବାର ଯଥେଷ୍ଟ ସମ୍ଭାବନା ରହିଛି ।

publive-image

ପୂର୍ବରୁ ମାରୁତି-ସୁଜୁକୀ, ହୋଣ୍ଡା, ସ୍କୋଡା, ଟୋୟୋଟା ଓ ଟାଟା ମୋଟର୍ସ ମଧ୍ୟ ଦର ବୃଦ୍ଧି କରିବା ଲାଗି ଘୋଷଣା କରିଛନ୍ତି । ସବୁ କମ୍ପାନି ପ୍ରାୟ ୨ରୁ ୩ ପ୍ରତିଶତ ପର୍ଯ୍ୟନ୍ତ ଦର ବୃଦ୍ଧି କରିବେ ବୋଲି କହିଛନ୍ତି । କଞ୍ଚାମାଲ, ପରିବହନ ବ୍ୟୟ ଓ ଅନ୍ୟ ଆନୁଷଙ୍ଗିକ ବ୍ୟୟ ବୃଦ୍ଧି କାରଣରୁ ଏହି ଦରବୃଦ୍ଧି ହେବ ବୋଲି ଉଭୟ କମ୍ପାନି କହିଛନ୍ତି । ଟୟୋଟା ପକ୍ଷରୁ ଜାନୁୟାରୀରୁ ବିଭିନ୍ନ ମଡେଲର ଦର ପ୍ରାୟ ୩ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି କରାଯିବ । ହୋଣ୍ଡା ପକ୍ଷରୁ ମଧ୍ୟ ନିଜର ବିଭିନ୍ନ ମଡେଲର ମୂଲ୍ୟ ୨୫ ହଜାର ଟଙ୍କା ବା ୧ରୁ ୨ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି କରାଯିବ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe