ଏପ୍ରିଲ୍‌ରୁ ହି‌ରୋ ଗାଡ଼ି ମହଙ୍ଗା ହେବ

Advertisment
ଏପ୍ରିଲ୍‌ରୁ ହି‌ରୋ ଗାଡ଼ି ମହଙ୍ଗା ହେବ

ET Auto

ନୂଆଦିଲ୍ଲୀ: ହିରୋ ମୋଟୋକର୍ପ ଏହାର କେତେକ ମୋଟରସାଇକଲ୍ ଓ ସ୍କୁଟରର ଏକ୍ସ ସୋ’ରୁମ୍‌ ଦାମ୍‌କୁ ଏପ୍ରିଲ୍‌ ୧ରୁ ବଢ଼ାଇବ। ଓବିଡି୨ ନିୟମ ପାଳନ କରିବା ଲାଗି ହୋଇଥିବା ଖର୍ଚ୍ଚକୁ ଭରଣା କରିବା ଲାଗି ଏହି ଦରବୃଦ୍ଧି ଜରୁରୀ ବୋଲି କଂପାନି ପକ୍ଷରୁ କୁହାଯାଇଛି। ଗ୍ରାହକମାନଙ୍କ ଉପରେ ଏହାର ପ୍ରଭାବର ମୁକାବିଲା କରିବା ଲାଗି କଂପାନି ସେମାନଙ୍କୁ ଅଭିନବ ଫାଇନାନ୍ସ ସମାଧାନ ପ୍ରଦାନ କରିବ। କଂପାନିର ବିଭିନ୍ନ ମଡେଲ୍‌ ଦାମ୍‌ରେ ପ୍ରାୟ ୨ ପ୍ରତିଶତ ବୃଦ୍ଧି ହେବ। ବିଭିନ୍ନ ଗାଡ଼ିର ମୂଲ୍ୟ ଭିନ୍ନ ଭିନ୍ନ ବଢ଼ିବ। ସାମାଜିକ କ୍ଷେତ୍ର ଲାଗି ସରକାର ଲାଗୁ କରିଥିବା ସ୍କିମ୍ ଓ କୃଷି ଉତ୍ପାଦନ ଉତ୍ସାହଜନକ ଥିବାରୁ ଗ୍ରାମୀଣ ବଜାରରେ ଗାଡ଼ିର ଚାହିଦା ବଢ଼ିଛି। ଏହି ଅଭିବୃଦ୍ଧିର ଧାରା ଉତ୍ସବ ଋତୁ ପର୍ଯ୍ୟନ୍ତ ଯିବା ସହ ଆସନ୍ତା ଆର୍ଥିକ ବର୍ଷ ପର୍ଯ୍ୟନ୍ତ ବଜାୟ ରହିବ ବୋଲି କଂପାନି ଆଶା କରୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe