ପହିଲାରୁ ମହଙ୍ଗା ହେବ ହିରୋ ଗାଡ଼ି

Advertisment
ଏପ୍ରିଲ୍‌ରୁ ହି‌ରୋ ଗାଡ଼ି ମହଙ୍ଗା ହେବ

ET Auto

ନୂଆଦିଲ୍ଲୀ: ଆସନ୍ତାମାସ ପହିଲାରୁ ହିରୋ ମୋଟୋ କର୍ପ ଏହାର ବିଭିନ୍ନ ମଡେଲ ଗାଡ଼ିର ଏକ୍ସ ସୋରୁମ ମୂଲ୍ୟ ବଢ଼ାଇବ। ସ୍କୁଟର ଏବଂ ମୋଟରସାଇକଲ ମୂଲ୍ୟରେ ୧୫୦୦ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି ଘଟିବ। ତେବେ ବଜାର ଏବଂ ମଡେଲ ଅନୁସାରେ ମୂଲ୍ୟବୃଦ୍ଧିରେ ପାର୍ଥକ୍ୟ ରହିବ ବୋଲି କମ୍ପାନି ଷ୍ଟକ ଏକ୍ସଚେଞ୍ଜକୁ ସୂଚନା ଦେଇଛି। ମୁଦ୍ରାସ୍ଫୀତି ଜନିତ କାରଣରୁ କମ୍ପାନି ପାଇଁ ଏହାର ମୋଟରସାଇକଲ ଓ ସ୍କୁଟର ମୂଲ୍ୟ ବଢ଼ାଇବାର ଆବଶ୍ୟକତା ଦେଖାଦେଇଛି। ୨୦୨୨ରେ ଚତୁର୍ଥ ଥର ପାଇଁ ହିରୋ ଏହାର ଗାଡ଼ି ମୂଲ୍ୟ ବଢ଼ାଇବ। ଏହା ପୂର୍ବରୁ ଗତ ସେପ୍ଟେମ୍ବରରେ କମ୍ପାନି ଗାଡ଼ି ମୂଲ୍ୟରେ ୧୦୦୦ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି ଘୋଷଣା କରିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe