ହିରୋ ଆଣିଲା ୩ ନୂଆ ବାଇକ୍‌

Advertisment
ହିରୋ ଆଣିଲା ୩ ନୂଆ ବାଇକ୍‌

ନୂଆଦିଲ୍ଲୀ: ହିରୋ ମୋଟୋକର୍ପ ଆଜି ୩ଟି ନୂଆ ବାଇକ୍‌ ଉନ୍ମୋଚନ କରିଛି। ସେଗୁଡ଼ିକ ହେଲା ସୁପର ସ୍ପ୍ଲେଣ୍ଡର, ପାସନ୍‌ ପ୍ରୋ ଏବଂ ପାସନ୍‌ ଏକ୍ସପ୍ରୋ। ଏହି ୩ଟି ୨୦୧୮ ମଡେଲ ବାଇକ୍‌ ଗୁଡ଼ିକ ନୂଆ ଷ୍ଟାଇଲ୍‌, ଫିଚର ଏବଂ ଗ୍ରାଫିକ୍ସରେ ଆସିଛି। ଏସବୁ ବାଇକ୍‌ରେ କମ୍ପାନିର ଆଇ୩ଏସ୍‌ ପ୍ରଯୁକ୍ତିର ଇଞ୍ଜିନ ଲାଗିଛି। ତେବେ ବଜାରରେ କେବେଠାରୁ ଏହି ବାଇକ୍‌ ଉପଲବ୍ଧ ହେବ ନେଇ ସୂଚନା ଦେଇ ନଥିବାବେଳେ ଡିସେମ୍ବର ଶେଷ ସୁଦ୍ଧା କିମ୍ବା ଜାନୁଆରି ପ୍ରଥମ ଭାଗରେ ଏହି ଗାଡ଼ି ଗୁଡ଼ିକର ମୂଲ୍ୟ ଘୋଷଣା ହେବ ବୋଲି ଜଣାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe