ହିରୋ ଆଣିବ ନୂଆ ସ୍କୁଟର ‘ଡେଷ୍ଟିନି ୧୨୫’

Advertisment
ହିରୋ ସ୍କୁଟର ପାଇଁ ଆକର୍ଷଣୀୟ ଫାଇନାନ୍ସ ସ୍କିମ୍

ନୂଆଦିଲ୍ଲୀ: ହିରୋ ମୋଟୋକର୍ପ ପକ୍ଷରୁ ଆସନ୍ତାକାଲି ବଜାରରେ ଏହାର ନୂଆ ସ୍କୁଟର ‘ହିରୋ ଡେଷ୍ଟିନି ୧୨୫’କୁ ଉନ୍ମୋଚନ କରାଯିବ। ଏହି ସ୍କୁଟର୍‌କୁ ‘ଡୁଏଟ୍‌ ୧୨୫’ ନାମରେ ଚଳିତ ବର୍ଷର ଅଟୋ ଏକ୍ସପୋରେ ପ୍ରଦର୍ଶନ କରାଯାଇଥିଲା। ଏହା ବଜାରରେ ହୋଣ୍ଡା ଆକ୍ଟିଭା ୧୨୫ ଓ ସୁଜୁକି ଆକ୍‌ସେସ୍‌ ୧୨୫ ସହିତ ପ୍ରତିଦ୍ବନ୍ଦ୍ବିତା କରିବ। ରାଜସ୍ଥାନରେ ଥିବା କଂପାନିର ଆରଆଣ୍ଡ୍‌ଡି ସେଣ୍ଟର୍‌ରେ ଡେଷ୍ଟିନି ୧୨୫କୁ ବିକଶିତ କରାଯାଇଛି। ଏଥିରେ ପ୍ରଥମ ଥର ପାଇଁ ଆଇ୩ଏସ୍‌ ପ୍ରଯୁକ୍ତି ବ୍ୟବହାର କରାଯାଇଛି ଯାହା ଇନ୍ଧନ ସଞ୍ଚୟ କରିବାରେ ସହାୟକ ହେ‌ବ। ଏଥିରେ ମୋବାଇଲ୍‌ ଚାର୍ଜିଂ, ବୁଟ୍ ଲାଇଟ୍, ସାଇଡ୍ ଷ୍ଟାଣ୍ଡ୍‌ ଇଣ୍ଡିକେଟର୍‌, ବାହ୍ୟ ଫୁଏଲ୍‌ ଫିଲ୍‌ ଆଦି ସୁବିଧା ରହିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe