Hindustan Times
ନୂଆଦିଲ୍ଳୀ: ସରକାରଙ୍କଠାରୁ ନେଇ ବିଭିନ୍ନ ରାଜେନତିକ ଦଳଗୁଡ଼ିକ ମତଦାତାମାନଙ୍କୁ ମତଦାନ ସକାଶେ ପ୍ରୋତ୍ସାହିତ କରିବା ପାଇଁ ଭିନ୍ନ ଶୈଳୀରେ ପ୍ରଚାର ଚଳାଇଛନ୍ତି। ବିପୁଳ ସଂଖ୍ୟାକ ଲୋକଙ୍କୁ ମତଦାନ ପାଇଁ ପ୍ରୋତ୍ସାହିତ କରିବାକୁ ‘ମୋଟୋକର୍ପ’, ‘ସବ୍ଓଏ’, ‘ମ୍ୟାକ୍ଡୋନାଲ୍ଡ’, ‘ଫିଉଚର୍ ରିଟେଲ୍’, ଆଦି କମ୍ପାନିଗୁଡ଼ିକ ଏକ ନିଆରା ଶୈଳୀରେ ପ୍ରୋତ୍ସାହିତ କରୁଛନ୍ତି। ମତଦାନ କରିଥିବା ଗ୍ରାହକମାନଙ୍କୁ ଏହି ସବୁ କମ୍ପାନି ତାଙ୍କର ସାମଗ୍ରୀ ଉପରେ ୩୦ ପ୍ରତିଶତ ପର୍ଯ୍ୟନ୍ତ ରିହାତି ପ୍ରଦାନ କରୁଛନ୍ତି। ଗ୍ରାହକମାନେ ନିଜ ଆଙ୍କୁଠିରେ ଲାଗିଥିବା କାଳି ଦେଖାଇବା ପରେ ଏହି ସୁବଧା ପାଇ ପାରିବେ ବୋଲି କୁହାଯାଇଛି।
ବିଶ୍ୱର ବୃହତ୍ ଦୁଇ ଚକିଆ କମ୍ପାନି ‘ମୋଟୋକର୍ପ’ ଗାଡ଼ି ଧୋଇଲେ କିମ୍ବା ସର୍ଭିସିଂ କଲେ ମାତ୍ର ୧୯୯ ଟଙ୍କା ନେବ ବୋଲି ସୂଚନା ରହିଛି। ଯଦିଓ ଏହାର ଅସଲ ଦର ରହିଛି ୫୦୦ ରୁ ୬୦୦ ଟଙ୍କା। ଏହି ଅଫର୍ ଭୋଟ ଦେଇ ସାରିବାର ୨ ଦିନ ପର୍ଯ୍ୟନ୍ତ ଉପଲବ୍ଧ ରହିବ। ମତଦାତାମାନେ ଭୋଟ ଦେବାର ୨ ଦିନ ମଧ୍ୟରେ ଏହି ସୁବିଧାର ଲାଭ ଉଠାଇ ପାରିବେ। ସେହିପରି କୁଇକ୍ ସର୍ଭିସ ରେଷ୍ଟୁରାଣ୍ଟ୍ ସବ୍ଓଏରେ ନିଜ ଆଙ୍ଗୁଠିର ଭୋଟିଂ କାଳି ଦେଖାଇ ଗ୍ରାହକମାନେ ୧୮ ପ୍ରତିଶତ ରିହାତିରେ ଖାଦ୍ୟ ବରାଦ କରିପାରିବେ। ସେହିପରି ଭାରତରେ ଥିବା ମ୍ୟାକ୍ଡୋନାଲ୍ଡ ତା’ର ଖାଦ୍ୟ ଉପରେ ଗ୍ରାହକଙ୍କୁ ୫୦ ଟଙ୍କା ରିହାତି ପ୍ରଦାନ କରୁଛି।
Follow Us