ଏହି ୪ଟି ବାଇକ୍‌ ଦେଇଥାଏ ଜବରଦସ୍ତ ମାଇଲେଜ, ୧ଲିଟରରେ ଦୌଡ଼ିଥାଏ ୧୦୨ କିମି

Advertisment
ଏହି ୪ଟି ବାଇକ୍‌ ଦେଇଥାଏ ଜବରଦସ୍ତ ମାଇଲେଜ, ୧ଲିଟରରେ ଦୌଡ଼ିଥାଏ ୧୦୨ କିମି

ବାଇକ୍‌ କିଣିବା କଥା ଉଠିବା ମାତ୍ରେ ପ୍ରଥମେ ଏହାର ମାଇଲେଜ୍‌ ଉପରେ କଥା ଆସିଥାଏ। ନିକଟରେ ଦମଦାର୍‌ ମାଇଲେଜ୍‌ ଦେଉଥିବା ୫ ଟି ବାଇକ୍‌ ବିଷୟରେ ଆସନ୍ତୁ ଜାଣିବା।

୧ .Hero Splendor Ismart ୧୧୦ : କମ୍ପାନିର କହିବାନୁସାର Hero Splendor Ismart ୧୧୦ ବାଇକ୍‌ ୧ ଲିଟର ତେଲରେ ୧୦୨ କିଲୋମିଟର ଯାଇପାରିବ । ଏହା ପଛରେ ଥିବା କାରଣ ହେଉଛି ବାଇକରେ ଦିଆଯାଇଥିବା ଆଇଡଲ୍‌ ଷ୍ଟାର୍ଟ ଷ୍ଟପ୍‌ ସିଷ୍ଟମ୍‌ ଟେକନିକ୍‌ । ଏହି ବାଇକରେ ୯୭.୨ ସିସି ସିଙ୍ଗଲ୍‌ ସିଲିଣ୍ଡର ଇଞ୍ଜିନ୍‌ ଦିଆଯାଇଛି । ଏହି ବାଇକର ଦାମ୍‌ ହେଉଛି ୫୦,୨୫୫ ଟଙ୍କା ।

୨ . Bajaj CT ୧୦୦ : ବଜାଜ୍‌ କମ୍ପାନିର ବାଇକ୍‌ମାନଙ୍କ ମଧ୍ୟରେ ଅଧିକ ବିକ୍ରି ହେଉଥିବା ବାଇକ୍‌ ହେଉଛି ବଜାଜ୍‌ ସିଟି ୧୦୦ । କମ୍ପାନି କହିବା ମୁତାବକ ଏହି ବାଇକ୍‌ ୯୯.୧ କି.ମି./ଲିଟର ମାଇଲେଜ୍‌ ଦେଇଥାଏ । ଏହି ବାଇକରେ ୯୯.୨ ସିସି ସିଙ୍ଗଲ୍‌ ସିଲିଣ୍ଡର ଇଞ୍ଜିନ୍‌ ଦିଆଯାଇଛି । ଯାହା ୮ ହର୍ସପାୱାର ଏବଂ ୮.୦୫ ଏନ୍‌ ଏମ୍‌ ଟାର୍କ ଜେନେରେଟ୍‌ କରିଥାଏ । ଏହି ବାଇକର ଦାମ୍‌ ହେଉଛି ୩୫,୩୮୯ ଟଙ୍କା ରହିଛି।

publive-image

୩ . Bajaj platina comfortec : ଭଲ ମାଇଲେଜ୍‌ ଦେବାରେ ତୃତୀୟ ସ୍ଥାନରେ ଆସେ ବଜାଜ୍‌ ପ୍ଲାଣ୍ଟିନା କନଫରଟେକ୍‌ ବାଇକ୍‌ । ଏହି ବାଇକରେ ବଜାଜ୍‌ କମ୍ପାନିର ଡିଟିଏସ୍‌-ଆଇ ଟ୍ଵିନ୍‌ ସ୍ପାର୍କ ଟେକନିକ୍‌ ଦିଆଯାଇଛି। ଏହି ବାଇକ୍‌ ଏବେ କନଫରଟେକ୍‌ ନାମରେ ପରିଚିତ ହେଉଛି । ବାଇକରେ ୧୦୨ ସିସିର ଇଞ୍ଜିନ୍‌ ଦିଆଯାଇଛି। ଯାହା ୮.୬ ଏନ୍‌ ଏମ୍‌ ଟାର୍କ ଜେନେରେଟ୍‌ କରିଥାଏ । ଏହି ବାଇକର ଦାମ୍‌ ହେଉଛି ୪୫,୯୮୫ ଟଙ୍କା ।

୪ . TVS Sport :ବଜାଜ୍‌ ପରେ ଚତୁର୍ଥ ସ୍ଥାନରେ ଆସେ ଟିଭିଏସ୍‌ ସ୍ପୋର୍ଟ ବାଇକ୍‌ । କମ୍ପାନି ଏହି ବାଇକକୁ ଗତବର୍ଷ ହିଁ ଲଞ୍ଚ୍‌ କରିଛି । କମ୍ପାନି ଏହି ବାଇକର ମାଇଲେଜ୍‌ ବଢାଇବା ସହ ନୂଆ କ୍ଲଚର ଏବଂ ଇଲେକ୍ଟ୍ରିକ୍‌ ଷ୍ଟାର୍ଟ ଭଳି ଫିଚର୍ସ ମଧ୍ୟ ଦେଇଛି । କମ୍ପାନି କହିବାନୁସାର ବାଇକ୍‌ ୧ ଲିଟର ତେଲରେ ୯୫ କି.ମି ମାଇଲେଜ୍‌ ଦେଇଥାଏ। ଏଥିରେ ଟିଭିଏସ୍‌ କମ୍ପାନିର ଡ୍ୟୁରାଲାଇଫ୍‌ ଟେକନିକ୍‌ ଦିଆଯାଇଛି । ବାଇକରେ ୯୯.୭ସିସିର ଇଞ୍ଜିନ୍‌ ଦିଆଯାଇଛି। ଯାହା ୭.୮ ଏନ୍‌ ଏମ୍‌ ଟାର୍କ ଜେନେରେଟ୍‌ କରିଥାଏ । ଏହି ବାଇକର ଦାମ୍‌ ହେଉଛି ୩୭,୭୮୦ ଟଙ୍କା ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe