ବ୍ୟାଟେରି ଭଡ଼ାରେ ଦେବ ହିରୋ

ହିରୋ ମୋଟକର୍ପ ତାର ଇଲେକ୍ଟ୍ରିକ ସ୍କୁଟର ଭିଡା ଭି୧ ଭିଏକ୍ସ-୨ର ମୂଲ୍ୟରେ ଏକ ବଡ଼ ହ୍ରାସ କରିଛି। କମ୍ପାନୀ ଏକ ନୂତନ ବ୍ୟାଟେରୀ ଭଡା ମଡେଲ କିମ୍ବା ବ୍ୟାଟେରି ଆଜ୍ ଏ ସର୍ଭିସ (ବାସ୍) ସ୍କିମ ପ୍ରଚଳନ କରିଛି । ଏହା ଫଳରେ ଦର ହ୍ରାସ ପାଇଛି ।

Battery

ନୂଆଦିଲ୍ଲୀ : ଭାରତୀୟ ବଜାରରେ ଇଲେକ୍ଟ୍ରିକ ଯାନର ଚାହିଦା ଦ୍ରୁତ ଗତିରେ ବୃଦ୍ଧି ପାଉଛି। ନିକଟରେ ହିରୋ ମୋଟକର୍ପ ତାର ଇଲେକ୍ଟ୍ରିକ ସ୍କୁଟର ଭିଡା ଭି୧ ଭିଏକ୍ସ-୨ର ମୂଲ୍ୟରେ ଏକ ବଡ଼ ହ୍ରାସ କରିଛି। କମ୍ପାନୀ ଏକ ନୂତନ ବ୍ୟାଟେରୀ ଭଡା ମଡେଲ କିମ୍ବା ବ୍ୟାଟେରି ଆଜ୍ ଏ ସର୍ଭିସ (ବାସ୍) ପ୍ରଚଳନ କରିଛି, ଯାହା ଦ୍ବାରା ସ୍କୁଟରର ପ୍ରାରମ୍ଭିକ ମୂଲ୍ୟ ୧୫୦୦୦ ଟଙ୍କା ହ୍ରାସ ପାଇଛି। ବର୍ତ୍ତମାନ ଏହି ସ୍କୁଟରଟି ମାତ୍ର ୪୪,୪୯୦ ଟଙ୍କା (ଏକ୍ସ-ଶୋରୁମ୍) ରେ ଆସୁଛି, ଯାହା ପୂର୍ବରୁ ୫୯,୪୯୦ ଟଙ୍କା ଥିଲା। ତେବେ ଯଦି ଗ୍ରାହକମାନେ ବ୍ୟାଟେରି ଆଜ୍ ଏ ସର୍ଭିସ ବିନା ସ୍କୁଟରଟିକୁ କିଣିବାକୁ ଚାହୁଁଛନ୍ତି, ସେମାନଙ୍କୁ ୮୪,୯୯୦ ଟଙ୍କା ଦେବାକୁ ହେବ । ସେହିପରି ଭିଏକ୍ସ-୨ ପ୍ଲସର ମୂଳ ମୂଲ୍ୟ ୯୯,୯୯୦ ଟଙ୍କା ରହିଛି ଓ ବାସ ସହିତ କିଣିଲେ ଏହାର ମୂଲ୍ୟ ହେବ ୫୭୯୯୦ ଟଙ୍କା ହେବ । 

ଏହି ଯୋଜନା ଅନୁଯାୟୀ, ଗ୍ରାହକମାନେ ସ୍କୁଟରର ବ୍ୟାଟେରୀ ଭଡା ନେଇପାରିବେ। ଅର୍ଥାତ୍, ଆପଣଙ୍କୁ ବ୍ୟାଟେରୀ କିଣିବାକୁ ପଡ଼ିବ ନାହିଁ, କିନ୍ତୁ ଆପଣ ଯେତେ ଗାଡ଼ି ଚଲାନ୍ତି ସେତେ ଭଡା ଦେବେ। ଆରୋହୀଙ୍କୁ ପ୍ରତି କିଲୋମିଟର ଅନୁସାରେ ଶୁଳ୍କ ଦେବାକୁ ପଡିବ। ଏହି ମଡେଲର ସୁବିଧା ହେଉଛି ପ୍ରାରମ୍ଭିକ ମୂଲ୍ୟ ହ୍ରାସ ପାଇଛି। ଆପଣ ଏହାକୁ ଆପଣଙ୍କ ଯୋଜନା ଅନୁସାରେ ଚୟନ କରିପାରିବେ। ବ୍ୟାଟେରି ଭଡ଼ାର ବିଭିନ୍ନ ପ୍ଲାନ ରହିଛି, ଯେପରିକି ୫ ବର୍ଷିଆ, ୩ ବର୍ଷିଆ ଓ ୨ ବର୍ଷିଆ ପ୍ଲାନ । ମାସିକ ଗାଡ଼ିର ସର୍ବନିମ୍ନ ରନିଂ ଅନୁସାରେ ଗ୍ରାହକଙ୍କୁ ମାସିକ ଭଡ଼ା ଦେବାକୁ ହେବ । ପ୍ଲାନ ଅବଧି ପରେ ଗାଡ଼ିଟି ଗ୍ରାହକଙ୍କ ମାଲିକାନାକୁ ଆସିଯିବ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe