ହିରୋ ଆଣିବ ସୁଲଭ ମୂଲ୍ୟର ଇଭି: ବିଦେଶରେ ବି ବିକ୍ରି କରିବ

Advertisment
ହିରୋ ଆଣିବ ସୁଲଭ ମୂଲ୍ୟର ଇଭି: ବିଦେଶରେ ବି ବିକ୍ରି କରିବ

ନୂଆଦିଲ୍ଲୀ: ଇଲେକ୍ଟ୍ରିକ୍ ଦୁଇଚକିଆ ଯାନ ବା ଇଭି କ୍ଷେତ୍ରରେ ଆଗୁଆ ରହିବା ଲାଗି ହିରୋ ମୋଟୋକର୍ପ ରଣନୀତି ପ୍ରସ୍ତୁତ କରିଛି। ଅଧିକରୁ ଅଧିକ ଗ୍ରାହକଙ୍କ ନିକଟରେ ପହଞ୍ଚିବା ଲାଗି ଚଳିତ ଆର୍ଥିକ ବର୍ଷରେ ଏକ ସୁଲଭ ମୂଲ୍ୟର ଇଭି ଆଣିବା ଉପରେ କମ୍ପାନି କାର୍ଯ୍ୟ କରୁଛି ବୋଲି ସିଇଓ ନିରଞ୍ଜନ ଗୁପ୍ତା ସୂଚନା ଦେଇଛନ୍ତି। ହିରୋ ଏହାର ଇଭିଗୁଡ଼ିକୁ ଅନ୍ତର୍ଜାତୀୟ ବଜାରରେ ବିକ୍ରି କରିବାକୁ ମଧ୍ୟ ଯୋଜନା ରଖିଛି। କମ୍ପାନିର ଭିଡା ଭି୧ ପ୍ରୋକୁ ନେଇ ବଜାରରେ ଉତ୍ସାହ ରହିଥିବା ବେଳେ ଇଭିର ଏକ ସମ୍ପୂର୍ଣ୍ଣ ଉତ୍ପାଦ ବର୍ଗମାଳା ସୃଷ୍ଟି କରିବାକୁ ଯୋଜନା ରଖାଯାଇଛି।

ମଧ୍ୟମ ଓ ସୁଲଭ ମୂଲ୍ୟ ବର୍ଗରେ ଉତ୍ପାଦ ଆଣିବା ଉପରେ କମ୍ପାନି ବିଚାର କରୁଛି। ବର୍ତ୍ତମାନ ବିକ୍ରି ହେଉଥିବା ଭିଡା ଇଭିର ଦାମ୍ ୧ ଲକ୍ଷ ଟଙ୍କାରୁ ୧.୫ ଲକ୍ଷ ଟଙ୍କା ମଧ୍ୟରେ ରହିଛି। ହିରୋ ମୋଟୋକର୍ପର କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ପୱନ ମୁଞ୍ଜାଲ୍‌ କହିଛନ୍ତି ଯେ ଏଥର୍‌ ଏନର୍ଜି ସହ ମିଶି କମ୍ପାନି ଦୁଇଚକିଆ ଇଭି ପାଇଁ ଭାରତର ସର୍ବବୃହତ ସାର୍ବଜନୀନ ଚାର୍ଜିଂ ଭିତ୍ତିଭୂମି ସ୍ଥାପନ କରିଛି। ଜିରୋ ମୋଟରସାଇକଲ୍ ସହ ହଯୋଗିତାରେ କମ୍ପାନି ନୂଆ ଇଭି ମୋଟରସାଇକଲ୍ ମଧ୍ୟ ବିକାଶ କରୁଛି। ହିରୋର ଭିଡା ଇଭି ଏବେ ୧୦୦ରୁ ଅଧିକ ସହରରେ ଉପଲବ୍ଧ ହୋଇଛି। ନୂଆ ଇଭି ଆଣିବା ଲାଗି କମ୍ପାନିର ଜୟପୁର ଏବଂ ‌ଜର୍ମାନୀରେ ଥିବା ଗବେଷଣା ଓ ବିକାଶ କେନ୍ଦ୍ରରେ କାର୍ଯ୍ୟ ଜାରି ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe