ହିରୋର ୨ ନୂଆ ବାଇକ୍, ୧ ସ୍କୁଟର୍‌

Advertisment
ହିରୋର ୨ ନୂଆ ବାଇକ୍, ୧ ସ୍କୁଟର୍‌

cof_vivid

ଭୁବନେଶ୍ବର: କଟକର ଶିଖରପୁର ଠାରେ ଥିବା ଏସେନ୍ ଅଟୋମୋବାଇଲ୍‌ସ ପକ୍ଷରୁ ହିରୋ ମୋଟୋକର୍ପର ତିନି ନୂଆ ଦୁଇଚକିଆ ଗାଡ଼ି ମାଏଷ୍ଟ୍ରୋ ଏଜ୍ ୧୨୫ ଏଫ୍ଆଇ, ଏକ୍ସଟ୍ରିମ୍ ୨୦୦ଏସ୍‌ ଓ ଏକ୍ସପ୍ଲସ୍‌ ୨୦୦ଟିକୁ ଉନ୍ମୋଚନ କରାଯାଇଛି। କଂପାନିର ସ୍କୁଟର ମାଏଷ୍ଟ୍ରୋ ଏଜ୍ର ଏଫ୍‌ଆଇ ଭାରିଆଣ୍ଟ୍‌ରେ ଫୁଏଲ୍‌ ଇଞ୍ଜେକ୍ସନ ପ୍ରଯୁକ୍ତି ବ୍ୟବହାର କରାଯାଇଛି। ଏହାର ଏକ୍ସ ସୋ’ରୁମ୍ ଦର ୬୧,୫୦୦ ଟଙ୍କାରୁ ଆରମ୍ଭ ହୋଇଛି। ଏହା ତିନିଟି ଭାରିଆଣ୍ଟ୍‌ରେ ଉପଲବ୍ଧ ହେଉଛି। ସେହିପରି ଏକ୍ସପ୍ଲସ୍‌ ୨୦୦ଟି ବାଇକ୍‌ର ଏକ୍ସ ସୋ’ରୁମ୍ ଦର ୯୬ ହଜାର ଟଙ୍କା ରହିଛି। ନୂଆ ବାଇକ୍ ଏକ୍ସଟ୍ରିମ୍ ୨୦୦ଏସ୍‌ର ମୂଲ୍ୟ ୯୯,୯୦୦ ଟଙ୍କା ରହିଛି। ଏହି ଅବସରରେ ହିରୋ ‌ମୋଟୋକର୍ପର ଟେରିଟୋରି ସେଲସ୍‌ ମ୍ୟାନେଜର ଅଭିନବ କୁମାର, ଏସସେନ୍ ଅଟୋମୋବାଇଲସ୍‌ର ମ୍ୟାନେଜିଂ ପାର୍ଟନର୍‌ ସୌରଭ ଥକର୍‌ ଓ ଗ୍ରାହକମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe