ହିରୋର ନୂଆ ଡେଷ୍ଟିନି ୧୨୫ ଏକ୍ସଟେକ୍‌

Advertisment
ହିରୋର ନୂଆ ଡେଷ୍ଟିନି ୧୨୫ ଏକ୍ସଟେକ୍‌

ଭୁବନେଶ୍ବର: ହିରୋ ମୋଟୋକର୍ପ ପକ୍ଷରୁ ସ୍କୁଟର ସେଗମେଣ୍ଟକୁ ସୁଦୃଢ଼ କରିବା ପାଇଁ ନୂଆ ଡେଷ୍ଟିନି ୧୨୫ ଏକ୍ସଟେକ୍‌ ଉନ୍ମୋଚନ କରାଯାଇଛି। ଏଥିରେ କମ୍ପାନି ଅନେକ ନୂଆ ଫିଚର ସାମିଲ କରିଛି। ନୂତନ ‌ଏଲଇଡି ହେଡଲ୍ୟାମ୍ପ, ଚମକପ୍ରଦ ରେଟ୍ରୋ ଡିଜାଇନ ଏବଂ ସଠିକ୍ କ୍ରୋମ୍ ଏଲିମେଣ୍ଟ୍ ଉକ୍ତ ସ୍କୁଟରକୁ ମଜଭୁତ ଓ ଶକ୍ତିଶାଳୀ କରିଛି। ସେହିଭଳି ଆଇ୩ଏସ ଟେକ୍ନୋଲୋଜି, ଫ୍ରଣ୍ଟ୍ ୟୁଏସ୍‌ବି ଚାର୍ଜର, କଲ୍, ଏସଏମଏସ ଆଲର୍ଟ ସହ ବ୍ଲୁଟୁଥ କନେକ୍ଟିଭିଟି ସହିତ ନୂଆ ଡିଜି ଆନାଲଗ ସ୍ପିଡୋମିଟର, ସାଇଣ୍ଡ୍ ଷ୍ଟାଣ୍ଡ୍ ଇଞ୍ଜିନ କଟ୍ ଅଫ ଏବଂ ସିଟ୍ ବ୍ୟାକରେଷ୍ଟ୍‌ ଆଦି ଉକ୍ତ ସ୍କୁଟରରେ ଯାତ୍ରାକୁ ଆହୁରି ଆରାମଦାୟକ କରିଛି। ସାରା ଦେଶରେ କମ୍ପାନିର ସୋ’ରୁମ୍‌ଗୁଡ଼ିକରେ ଏହା ଉପଲବ୍ଧ କରାଯାଇଛି। ଷ୍ଟାଣ୍ଡାର୍ଡ ଭାରିଆଣ୍ଟ୍‌ର ଦାମ୍‌ ୬୯ ହଜାର ଟଙ୍କାରୁ ଏବଂ ଡେଷ୍ଟିନି ଏକ୍ସଟେକ୍‌ର ଦାମ୍ ୭୦,୯୯୦ ଟଙ୍କା(ଦିଲ୍ଲୀ-ଏକ୍ସସୋରୁମ)ରୁ ଆରମ୍ଭ ହୋଇଛି। ସ୍ମାର୍ଟ ଯାତ୍ରା କ୍ଷେତ୍ରରେ ଏହା ଗ୍ରାହକଙ୍କର ପ୍ରଥମ ପସନ୍ଦ ହେବ ବୋଲି କମ୍ପାନିର ହେଡ୍ ଅଫ୍ ଷ୍ଟ୍ରାଟେଜି ଆଣ୍ଡ୍ ଗ୍ଲୋବାଲ ପ୍ରଡକ୍ଟ ପ୍ଲାନିଂ ମାଲୋ ଲେ ମ୍ୟାସନ ଏବଂ ଚିଫ୍ ଗ୍ରୋଥ୍‌ ଅଫିସର ରଣଜୀବଜିତ୍‌ ସିଂହ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe