ହାଇ ଲାଇଫ୍ ପ୍ରଦର୍ଶନୀ ଆରମ୍ଭ

Advertisment
ହାଇ ଲାଇଫ୍ ପ୍ରଦର୍ଶନୀ ଆରମ୍ଭ

ଭୁବନେଶ୍ବର : ଭାରତର ସର୍ବବୃହତ ଓ ଲୋକପ୍ରିୟ ଫେସନ ପ୍ରଦର୍ଶନୀ ହାଇ ଲାଇଫ୍ ପ୍ରଦର୍ଶନୀ ଆଜିଠାରୁ ହୋଟେଲ୍‌ ମେ’ ଫେୟାର ଲାଗୁନ୍‌ରେ ଆରମ୍ଭ ହୋଇଛି। ଏହି ଦୁଇ ଦିନିଆ ପ୍ରଦର୍ଶନୀରେ ଦେଶର ପ୍ରମୁଖ ଡିଜାଇନରମାନେ ଅଂଶଗ୍ରହଣ କରି ସେମାନଙ୍କ ଆକର୍ଷଣୀୟ ସମ୍ଭାରଗୁଡ଼ିକୁ ପ୍ରଦର୍ଶିତ କରିଛନ୍ତି। ବ୍ରାଇଡାଲ୍ ଓୟାରଠାରୁ ଆରମ୍ଭ କରି ଡିଜାଇନର ପୋଷାକ, ଗହଣା, ଫେସନ୍ ଆକ୍‌ସେସୋରିଜ୍ ଓ ହୋମ୍ ଆକ୍‌ସେସୋରିଜ୍ ଆଦି ଏଥିରେ ସାମିଲ ହୋଇଛି। ଏହି ପ୍ରଦର୍ଶନୀରେ ଗ୍ରାହକମାନେ ଉନ୍ନତ ସପିଙ୍ଗ ଅନୁଭୂତି ହାସଲ କରିପାରିବେ। ବାଙ୍ଗାଲୋର, ଅହମ୍ମଦାବାଦ, ସୁରଟ, କୋଚି, ହାଇଦ୍ରାବାଦ, ଚେନ୍ନାଇ, ନାଗପୁର, ରାୟପୁର, ଭାଇଜାଗ୍, କାଲିକଟ, କୋଏମ୍ବାଟୁର, ପୁନେ, ମୁମ୍ବାଇ, ଜୟପୁର ଓ ଇନ୍ଦୋର ବ୍ୟତୀତ ଶ୍ରୀଲଙ୍କାରେ ମଧ୍ୟ ହାଇ ଲାଇଫ୍‌ ଏହାର ପ୍ରଦର୍ଶନୀ ଆୟୋଜନ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe