ନୂଆଦିଲ୍ଲୀ: ଚାରିଧାମ ଯାତ୍ରା କରିବାକୁ ଯୋଜନା ରଖିଥିବା ଶ୍ରଦ୍ଧାଳୁଙ୍କ ପାଇଁ ଭଲ ଖବର । ଭାରତୀୟ ରେଳ କ୍ୟାଟରିଂ ଆଣ୍ଡ ଟୁରିଜିମ୍ କର୍ପୋରେସନ୍ (ଆଇଆରସିଟିସି) ହିମାଳୟ ଅନ୍ତର୍ଗତ ଚାରି ଧାମ ଯାତ୍ରା-୨୦୨୧ ପାଇଁ ଭଲ ପ୍ୟାକେଜ ନେଇ ଆସିଛି। ଏହି ପ୍ୟାକେଜ ଜରିଆରେ କେଦାରନାଥ, ବଦ୍ରିନାଥ, ଗଙ୍ଗୋତ୍ରୀ ଓ ଯମୁନୋତ୍ରୀ ଧାମ ଦର୍ଶନ କରି ପାରିବେ ଶ୍ରଦ୍ଧାଳୁ।
ଆଇଆରସିଟିସି ଦ୍ବାରା ଟୁଇଟ କରି ଦିଆଯାଇଥିବା ସୂଚନା ଅନୁସାରେ, ୧୧ ରାତି ୧୨ଦିନର ଏହି ଟୁର ପ୍ୟାକେଜର ମୂଲ୍ୟ ପ୍ରତି ବ୍ୟକ୍ତିଙ୍କ ପାଇଁ ୪୩୮୫୦ ଟଙ୍କା ରହିଛି। ଏତଦବ୍ୟତୀତ ଦୁଇଧାମ ଯାତ୍ରା ପାଇଁ ମୂଲ୍ୟ ୩୭,୮୦୦ଟଙ୍କା ରଖାଯାଇଛି। କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଗୋଟିଏ ଗ୍ରୁପରେ କେବଳ ୨୦ଜଣ ଯାତ୍ରୀଙ୍କୁ ସାମିଲ କରାଯିବ। ଏହି ଟୁର ପ୍ୟାକେଜରେ ୩ ତାରକା ହୋଟେଲରେ ରହିବାର ଓ ଖାଇବାର ବ୍ୟବସ୍ଥା ରହିଛି।
ଚାରିଧାମ ଯାତ୍ରା ପାଇଁ ଆଇଆରସିଟିସିର ଅଧିକାରିକ ୱେବସାଇଟ irctctourism.comକୁ ଯାଇ ବୁକିଂ କରି ପାରିବେ। ଏଥିସହିତ କୌଣସି ପ୍ରକାର ସୂଚନା ପାଇଁ ୯୭୧୭୬୪୧୭୬୪, ୮୨୮୭୯୩୦୯୦୮, ୮୨୮୭୯୩୦୯୦୯, ୮୫୯୫୯୩୦୯୮୧ ଓ ୮୨୮୭୯୩୦୯୧୦ ନମ୍ବରରେ ସମ୍ପର୍କ କରିପାରିବେ ଯାତ୍ରୀ।
Follow Us