ହିଣ୍ଡେନ୍‌ବର୍ଗ ରିପୋର୍ଟ ମିଥ୍ୟା; ଆମ ବ୍ୟବସାୟକୁ ବିଭ୍ରାନ୍ତ କରିପାରିବ ନାହିଁ: ଅଦାନୀ ଗ୍ରୁପ୍‌

ହିଣ୍ଡେନ୍‌ବର୍ଗ ରିପୋର୍ଟ ମିଥ୍ୟା; ଆମ ବ୍ୟବସାୟକୁ ବିଭ୍ରାନ୍ତ କରିପାରିବ ନାହିଁ: ଅଦାନୀ ଗ୍ରୁପ୍‌

Image Courtesy of India Today

ନୂଆଦିଲ୍ଲୀ: ଆମେରିକୀୟ ପ୍ରତିଷ୍ଠାନ ‘ହିଣ୍ଡେନ୍‌ବର୍ଗ’ର ରିପୋର୍ଟ ମିଥ୍ୟା ଏବଂ ଏହା ଆମ ଗ୍ରୁପ୍‌ର ମୌଳିକ ବ୍ୟବସାୟକୁ ବିଭ୍ରାନ୍ତ କରିପାରିବ ନାହିଁ ବୋଲି ‘ଅଦାନୀ ଗ୍ରୁପ୍‌’ ମୁଖ୍ୟ ଅର୍ଥନୈତିକ ଅଧିକାରୀ ଜୁଗେଶିନ୍ଦର୍‌ ସିଂହ କହିଛନ୍ତି।

ଗଣମାଧ୍ୟମକୁ ଜୁଗେଶିନ୍ଦର୍‌ କହିଛନ୍ତି, ଏହି ମିଥ୍ୟା ରିପୋର୍ଟ ମିଥ୍ୟା ଓ ବିଭ୍ରାନ୍ତିକର ତଥ୍ୟ ଉପରେ ଆଧାରିତ ହେଲେ ବି ଆମର ବ୍ୟବସାୟକୁ ବିଭ୍ରାନ୍ତିକର ଭାବେ ଉପସ୍ଥାପନ କରିପାରିବ ନାହିଁ। ଏହି ରିପୋର୍ଟରେ କମ୍ପାନି ଚଳାଇବା ଲାଗି ଆମର ଦକ୍ଷତା ଓ ଚିନ୍ତାଧାରା ଉପରେ କିଛି ଉଲ୍ଲେଖ ନାହିଁ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ଉପରୋକ୍ତ ପ୍ରତିଷ୍ଠାନ ଉଠାଇଥିବା ପ୍ରଶ୍ନ ସଂକ୍ରାନ୍ତରେ ଅଦାନୀ ଗ୍ରୁପ୍‌ ୪୧୩ ପୃଷ୍ଠା ସମ୍ବଳିତ ଉତ୍ତର ଦେଇଛି। ରବିବାର ଦିନ ଦେଇଥିବା ଏହି ଉତ୍ତରରେ ଅଦାନୀ ଗ୍ରୁପ୍‌ କହିଛି ଯେ, ଆମେରିକୀୟ କମ୍ପାନି ଲାଗି ଆର୍ଥିକ ଲାଭ ପ୍ରାପ୍ତି ନିମନ୍ତେ ମିଥ୍ୟା ବଜାର ସୃଷ୍ଟି କରିବା ପାଇଁ ଗୁପ୍ତ ଅଭିସନ୍ଧି ରଖାଯାଇ ‘ହିଣ୍ଡେନ୍‌ବର୍ଗ’ ରିପ‌ୋର୍ଟ ପ୍ରସ୍ତୁତ କରାଯାଇଛି।

ଜୁଗେଶିନ୍ଦର୍‌ ଆହୁରି ମଧ୍ୟ କହିଛନ୍ତି, ସମସ୍ତ ୮୮ଟି ପ୍ରଶ୍ନର ଉତ୍ତର ଦିଆଯାଇଛି। କୌଣସି ଗବେଷଣା ନ କରି ‘ହିଣ୍ଡେନ୍‌ବର୍ଗ’ ଆମ ଘୋଷଣାନାମାକୁ ବ୍ୟବହାର କରିଛି। ୮୮ଟି ପ୍ରଶ୍ନରୁ ୬୮ଟି ପ୍ରଶ୍ନ ମିଥ୍ୟା ଓ ବିଭ୍ରାନ୍ତିକର।

publive-image Image Courtesy of NDTV

ଅଦାନୀ ଏଣ୍ଟର୍‌ପ୍ରାଇଜସେ୍‌ର ‘ଫଲୋ-ଅନ୍‌-ପବ୍ଲିକ୍‌ ଅଫର୍‌’ (ପିଏଫ୍‌ଓ) ହେଉଛି ଭାରତ ଇତିହାସରେ ସର୍ବବୃହତ୍। ୨୦,୦୦୦ କୋଟି ଟଙ୍କା ଆୟ କରିବା ଏହାର ଲକ୍ଷ୍ୟ। ‘ହିଣ୍ଡେନ୍‌ବର୍ଗ’ର ନକାରାତ୍ମକ ରିପୋର୍ଟ  ଭାବାବେଗକୁ କଳଙ୍କିତ କରିବା ସହିତ ଅଦାନୀ ଗ୍ରୁପ୍‌ର ସମସ୍ତ କମ୍ପାନିର ଅଂଶଧନକୁ ପ୍ରଭାବିତ କରିଛି।

ଜୁଗେଶିନ୍ଦର୍‌ କହିଛନ୍ତି, ସେମାନେ ଜାଣିଶୁଣି ଜନସାଧାରଣଙ୍କୁ ବିଭ୍ରାନ୍ତ କରୁଛନ୍ତି। ଆମେ ମିଥ୍ୟା ଓ ବିଭ୍ରାନ୍ତିକର କଥା ଗ୍ରହଣ କରିପାରିବୁ ନାହିଁ।

ସୂଚନାଯୋଗ୍ୟ, ‘ହିଣ୍ଡେନ୍‌ବର୍ଗ’ ହେଉଛି ‘ସର୍ଟ ସେଲିଙ୍ଗ୍‌’ରେ ପାରଦର୍ଶିତା ଥିବା ନ୍ୟୁୟର୍କର ଗୋଟିଏ କ୍ଷୁଦ୍ର କମ୍ପାନି। ତା’ର ଏହି ରିପୋର୍ଟ ଯୋଗୁଁ ଅଦାନୀ ଗ୍ରୁପ୍‌ ମାତ୍ର ଦୁଇ ସପ୍ତାହରେ ୫୦ ବିଲିୟନ୍‌ ଆମେରିକୀୟ ଡଲାର ‘ମାର୍କେଟ୍‌ ଭେଲ୍ୟୁ’ ହରାଇଛି। ନିଜେ ଅଦାନୀ ମଧ୍ୟ ୨୦ ବିଲିୟନ୍‌ ଡଲାର୍‌ ବା ସମୁଦାୟ ସମ୍ପତ୍ତିର ଏକପଞ୍ଚମାଂଶ ହରାଇଛନ୍ତି।

ସେପଟେ, ଅଦାନୀ ଗ୍ରୁପ୍‌ ପ୍ରକାଶ କରିଥିବା ୪୧୩ ପୃଷ୍ଠା ସମ୍ବଳିତ ଉତ୍ତରକୁ ଅସ୍ବୀକାର କରି ‘ହିଣ୍ଡେନ୍‌ବର୍ଗ’ ଆଜି କହିଛି ଯେ, ଆମ ରିପୋର୍ଟ ମିଥ୍ୟା ନୁହେଁ। ଜାତୀୟତାବାଦ ଦ୍ବାହି ଏବଂ ଅତିରଞ୍ଜିତ ଉତ୍ତର ଦେଇ ଜାଲିଆତିକୁ ଅସ୍ପଷ୍ଟ କରାଯାଇପାରିବ ନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe