ସରକାରୀ ବ୍ୟାଙ୍କରେ ହିନ୍ଦୀ ଦିବସ

ସରକାରୀ ବ୍ୟାଙ୍କରେ ହିନ୍ଦୀ ଦିବସ

Happy Day

ଭୁବନେଶ୍ବର : ସରକାରୀ ବ୍ୟାଙ୍କଗୁଡ଼ିକରେ ହିନ୍ଦୀ ମାସ ପାଳନ କରାଯାଇଛି। ୟୁନିୟନ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ ଭୁବନେଶ୍ବର ଓ କଟକ କ୍ଷେତ୍ରୀୟ କାର୍ଯାଳୟ ପକ୍ଷରୁ ମିଳିତ ଭାବେ ଭୁବନେଶ୍ବରସ୍ଥିତ ଷ୍ଟାଫ୍‌ ଟ୍ରେନିଂ ସେଣ୍ଟର୍‌ରେ ଏହି ହିନ୍ଦୀ ଦିବସ ପାଳିତ ହୋଇଛି। ଭାରତୀୟ ରାଜଭାଷା ପରିଷଦର ସଭାପତି ଡକ୍ଟର ସୁବାଷ ପାଣି ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା କହିଥିଲେ ଯେ ସମଗ୍ର ବିଶ୍ବରେ ବହୁଳ ଭାବେ ବ୍ୟବହାର ହେଉଥିବା ଭାଷା ମଧ୍ୟରେ ହିନ୍ଦୀ ଚତୁର୍ଥ ସ୍ଥାନରେ ରହିଛି। ଏହି ଅବସରରେ ବ୍ୟାଙ୍କର ଭୁବନେଶ୍ବର ଅଞ୍ଚଳର କ୍ଷେତ୍ର ମହାପ୍ରବନ୍ଧକ ରମାକାନ୍ତ ପ୍ରଧାନ, କଟକ କ୍ଷେତ୍ରୀୟ ମୁଖ୍ୟ ଭୁବନେଶ୍ବର ନାୟକ, ଭୁବନେଶ୍ବର କ୍ଷେତ୍ରୀୟ ମୁଖ୍ୟ ଶୋଭନ ସେନଗୁପ୍ତା ଓ ବାଲେଶ୍ବର କ୍ଷେତ୍ରୀୟ ମୁଖ୍ୟ ଶଙ୍କର ହେମ୍ବ୍ରମ୍ ଉପସ୍ଥିତ ଥିଲେ। ହିନ୍ଦୀ ଦିବସ ପାଇଁ ଆୟୋଜନ କରାଯାଇଥିବା ପ୍ରବନ୍ଧ ଲିଖନ, ବିତର୍କ, କବିତା ଓ ବ୍ୟାଙ୍କିଙ୍ଗ୍‌ ଶବ୍ଦାବଳୀ ଆଦି ପ୍ରତିଯୋଗିତାର ବିଜେତାଙ୍କୁ ପୁରସ୍କୃତ କରାଯାଇଥିଲା।

ସେହିପରି, ବ୍ୟାଙ୍କ ଅଫ୍ ଇଣ୍ଡିଆ ଭୁବନେଶ୍ବର ଅଞ୍ଚଳ ପକ୍ଷରୁ ଗତ ଅଗଷ୍ଟ ୧୪ରୁ ସେପ୍ଟେମ୍ବର ୧୪ ପର୍ଯ୍ୟନ୍ତ ହିନ୍ଦୀ ମାସ ପାଳନ କରାଯାଇଛି। ଏହି ଅବସରରେ ବ୍ୟାଙ୍କ ପକ୍ଷରୁ ସଙ୍ଗୀତ ଗାନ, କବିତା ପାଠ, ସାମାଚାର ପଠନ, ସ୍ଲୋଗାନ ଓ ବିତର୍କ ଆଦି ପ୍ରତିଯୋଗିତା ଆୟୋଜନ କରାଯାଇଥିଲା ଓ ଏହାର ବିଜେତାମାନଙ୍କୁ ପୁରସ୍କୃତ କରାଯାଇଛି। ଏହି ଅବସରରେ ବ୍ୟାଙ୍କର ଆଞ୍ଚଳିକ ପ୍ରବନ୍ଧକ ପ୍ରିୟବ୍ରତ ପଟ୍ଟନାୟକ, ଉପ ଆଞ୍ଚଳିକ ପ୍ରବନ୍ଧକ ଭରତ ବରାଡ ଏବଂ ଆର୍‌ ସି ଦାସ ପ୍ରମୁଖ ଉପସ୍ଥିତ ରହି ହିନ୍ଦୀ ଦିବସର ବାର୍ତା ପ୍ରଦାନ କରିଥିଲେ। ସମସ୍ତ କର୍ମଚାରୀ ହିନ୍ଦୀ ଭାଷାରେ କାମ କରିବା ନିମନ୍ତେ ସଂକଳ୍ପ ନେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe