Hinduja Group Chairman: ହିନ୍ଦୁଜା ଗ୍ରୁପ୍ ଅଧ୍ୟକ୍ଷ ଗୋପୀଚନ୍ଦଙ୍କ ପରଲୋକ: ବ୍ରିଟେନ୍‌ର ସବୁଠୁ ବଡ଼ ଧନୀ ଥିଲେ

ହିନ୍ଦୁଜା ଗ୍ରୁପ୍‌ର ଅଧ୍ୟକ୍ଷ ଗୋପୀଚନ୍ଦ ପି ହିନ୍ଦୁଜାଙ୍କ ଲଣ୍ଡନର ଏକ ହସ୍ପିଟାଲ୍‌ରେ ୮୫ ବର୍ଷ ବୟସରେ ପର‌ଲୋକ ହୋଇଛି। ବଡ଼ ଭାଇ ଶ୍ରୀଚନ୍ଦଙ୍କ ୨୦୨୩ରେ ଦେହାନ୍ତ ପରେ ଗୋପୀଚନ୍ଦ କମ୍ପାନିର ଅଧ୍ୟକ୍ଷ ପଦ ସମ୍ଭାଳିଥିଲେ।

adgadggadzv

ଲଣ୍ଡନ: ହିନ୍ଦୁଜା ଗ୍ରୁପ୍‌ର ଅଧ୍ୟକ୍ଷ ଗୋପୀଚନ୍ଦ ପି ହିନ୍ଦୁଜାଙ୍କ ଲଣ୍ଡନର ଏକ ହସ୍ପିଟାଲ୍‌ରେ ୮୫ ବର୍ଷ ବୟସରେ ପର‌ଲୋକ ହୋଇଛି। ବଡ଼ ଭାଇ ଶ୍ରୀଚନ୍ଦଙ୍କ ୨୦୨୩ରେ ଦେହାନ୍ତ ପରେ ଗୋପୀଚନ୍ଦ କମ୍ପାନିର ଅଧ୍ୟକ୍ଷ ପଦ ସମ୍ଭାଳିଥିଲେ। ତାଙ୍କର ଦୁଇ ପୁଅ ଓ ଗୋଟିଏ ଝିଅ ଅଛନ୍ତି। ସେ ଉଭୟ ହିନ୍ଦୁଜା ଗ୍ରୁପ୍ ଓ ହିନ୍ଦୁଜା ଅଟୋମୋଟିଭ୍‌ ଲିମିଟେଡ୍‌ର ଦାୟିତ୍ବରେ ଥିଲେ। ହିନ୍ଦୁଜା ପରିବାରର ଦ୍ବିତୀୟ ପିଢ଼ିରେ ଶ୍ରୀଚନ୍ଦ, ଗୋପୀଚନ୍ଦ, ପ୍ରକାଶ ଓ ‌ଅଶୋକ ହିନ୍ଦୁଜା ହେଉଛନ୍ତି ଚାରି ଭାଇ। ଶ୍ରୀଚନ୍ଦ ଓ ଗୋପୀଚନ୍ଦଙ୍କ ଦେହାନ୍ତ ହେବା ପରେ ଦୁଇ ଭାଇ ପ୍ରକାଶ ଓ ଅଶୋକ ରହିଛନ୍ତି। 

ଗୋପୀଚନ୍ଦ ଲଣ୍ଡନରେ ରହୁଥିଲେ। ପ୍ରକାଶ ମୋନାକୋରେ ଥିବା ବେଳେ ଅଶୋକ ଭାରତରେ ରହି କାରବାରର ଦେଖାଶୁଣା କରୁଛନ୍ତି। ୧୯୫୯ରେ ମୁମ୍ବାଇରୁ ପରିବାରର ବ୍ୟବସାୟ ‌ସହ ସେ କ୍ୟାରିୟର ଆରମ୍ଭ କରିଥିଲେ। ୧୯୮୪ରେ ସେ ଗଲ୍‌ଫ ଅଏଲ୍‌ ଓ ୧୯୮୭ରେ ଅଶୋକ ଲେଲ୍ୟାଣ୍ଡ୍‌କୁ ସେ ଅଧିଗ୍ରହଣ କରିଥିଲେ। ତାଙ୍କ ନେତୃତ୍ବରେ ହିନ୍ଦୁଜା ଗ୍ରୁପ୍‌ର ବ୍ୟବସାୟ ଶକ୍ତି ଓ ଭିତ୍ତିଭୂମି ବିକାଶ ଆଡ଼କୁ ସମ୍ପ୍ରସାରିତ ହୋଇଥିଲା। ଗୋପୀଚନ୍ଦ ହେଉଛନ୍ତି ବ୍ରିଟେନ୍‌ର ସବୁଠୁ ବଡ଼ ଧନୀ। ସଣ୍ଡେ ଟାଇମ୍‌ସ ଧନୀ ତାଲିକା ଅନୁସାରେ ତାଙ୍କ ସମ୍ପତ୍ତି ପରିମାଣ ହେଉଛି ୩୨.୩ ବିଲିୟନ ପାଉଣ୍ଡ୍‌। ଅବିଭକ୍ତ ଭାରତର ସିନ୍ଧ ପ୍ରଦେଶରୁ (ବର୍ତ୍ତମାନ ପାକିସ୍ତାନରେ) ଆସିଥିବା ପରମାନନ୍ଦ ଦୀପଚନ୍ଦ ହିନ୍ଦୁଜା ୧୯୧୯ରେ ଇରାରେ ହିନ୍ଦୁଜା ଗ୍ରୁପ୍ ସ୍ଥାପନ କରିଥିଲେ ଓ ୧୯୭୯ରେ ଲଣ୍ଡନ ଚାଲିଯାଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe