ଭାଙ୍ଗିଯିବ ହିନ୍ଦୁଜା ଗ୍ରୁପ୍‌: ଚାରି ଭାଇ ଭିତରେ ସମ୍ପତ୍ତି ଭାଗବଣ୍ଟା ହେବ

Advertisment

୧୦୮ ବର୍ଷ ପୁରୁଣା ସଂସ୍ଥା

୧୦୮ ବର୍ଷ ପୁରୁଣା ସଂସ୍ଥା

ଭାଙ୍ଗିଯିବ ହିନ୍ଦୁଜା ଗ୍ରୁପ୍‌: ଚାରି ଭାଇ ଭିତରେ ସମ୍ପତ୍ତି ଭାଗବଣ୍ଟା ହେବ

ନୂଆଦିଲ୍ଲୀ: ବିଶ୍ବର ଅନ୍ୟତମ ଧନୀ ପରିବାର ହିନ୍ଦୁଜା ପରିବାରରେ ସମ୍ପତ୍ତିର ଭାଗବଣ୍ଟା ହେବ। ହିନ୍ଦୁଜା ଗ୍ରୁପ୍‌ ଅଧୀନରେ ଏକ ଲକ୍ଷ କୋଟି ଟଙ୍କାରୁ ଅଧିକ ମୂଲ୍ୟର ସମ୍ପତ୍ତି ରହିଛି। ତାହାକୁ ପରିବାରର ଚାରି ଭାଇ ଶ୍ରୀଚନ୍ଦ, ଜିପି, ପିପି ଏବଂ ଏପି ହିନ୍ଦୁଜାଙ୍କ ମଧ୍ୟରେ ଭାଗବଣ୍ଟା କରାଯିବ। ଚଳିତ ମାସ ଶେଷ ସୁଦ୍ଧା ଏହି ପ୍ରକ୍ରିୟା ଶେଷ ହେବ ବୋଲି ଆଶା କରାଯାଉଛି। ୧୦୮ ବର୍ଷ ପୂର୍ବେ ୧୯୧୪ରେ ହିନ୍ଦୁଜା ଗ୍ରୁପ୍‌କୁ ପରମାନନ୍ଦ ଦୀପଚାନ୍ଦ ହିନ୍ଦୁଜା ସ୍ଥାପନ କରିଥିଲେ। ଏହି ସଂସ୍ଥାର ବିଭିନ୍ନ କଂପାନି ଅଟୋମୋବାଇଲ୍‌, ତୈଳ, ରସାୟନ, ବ୍ୟାଙ୍କ, ଫାଇନାନ୍ସ, ଆଇଟି, ସାଇବର ନିରାପତ୍ତା, ସ୍ବାସ୍ଥ୍ୟ ସେବା, ଟ୍ରେଡିଂ, ଭିତ୍ତିଭୂମି ବିକାଶ, ମିଡିଆ, ମନୋରଞ୍ଜନ, ଶକ୍ତି ଏବଂ ରିଅଲ ଇଷ୍ଟେଟ୍‌ କ୍ଷେତ୍ରରେ କାର୍ଯ୍ୟ କରୁଛନ୍ତି।

ଚାରି ହିନ୍ଦୁଜା ଭ୍ରାତାଙ୍କ ଧ୍ୟରୁ ଶ୍ରୀଚନ୍ଦ ଏବଂ ଗୋପୀଚାନ୍ଦ ୧୯୭୯ରେ ଲଣ୍ଡନ ଚାଲିଯାଇଥିଲେ। ପ୍ରକାଶ ହିନ୍ଦୁଜା ସ୍ବିଜରଲ୍ୟାଣ୍ଡ୍‌ରେ ବାସ କରୁଥିବା ବେଳେ ଅଶୋକ ମୁମ୍ବାଇରେ ରହିଛନ୍ତି। ଶ୍ରୀଚନ୍ଦ ଏବଂ ଗୋପୀଚାନ୍ଦ ହେଉଛନ୍ତି ବ୍ରିଟେନ୍‌ର ଅନ୍ୟତମ ଧନୀ ପରିବାର। ୨୦୧୪ରେ ହିନ୍ଦୁଜା ଭ୍ରାତା ଏକ ସ୍ବତନ୍ତ୍ର ଚୁକ୍ତି ସ୍ବାକ୍ଷର କରିଥିଲେ ଏବଂ ସେଥିରେ ସେମାନେ ସହମତ ହୋଇଥିଲେ ଯେ ହିନ୍ଦୁଜା ଗ୍ରୁପ୍‌ର ‘ସବୁ କିଛି ସମସ୍ତଙ୍କର ଏବଂ କିଛି ବି କାହାର ନୁହେଁ।’ ମାତ୍ର ସେମାନଙ୍କ ପିଲାମାନଙ୍କ ଲାଗି ଏହି ଚୁକ୍ତି ଏକ ଅଡ଼ୁଆ ସ୍ଥିତି ସୃଷ୍ଟି କରିଥିଲା। ଦୀର୍ଘ ବର୍ଷ ପର୍ଯ୍ୟନ୍ତ ଝଗଡ଼ା ଲାଗି ରହିବା ପରେ ସବୁ କିଛି ଭୁଲି ମିଶିବାକୁ ଚାରି ଭାଇ ରାଜି ହୋଇଛନ୍ତି। ବ୍ରିଟେନ୍ ହାଇକୋର୍ଟଙ୍କ ହସ୍ତକ୍ଷେପ ଯୋଗୁ ସମ୍ପତ୍ତି ଭାଗବଣ୍ଟା ପ୍ରକ୍ରିୟା ଆରମ୍ଭ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe