ଏୟାର ଇଣ୍ଡିଆ ପାଇଁ ହିନ୍ଦୁଜା ଆଗ୍ରହୀ

Advertisment
କୋଭିଡ ସସମୟରେ ବିମାନ ଯାତ୍ରା ନିରାପଦ

Image Source: Zee News

ମୁମ୍ବାଇ: ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ଭାରତର ସରକାରୀ ବିମାନ ସେବା ପ୍ରଦାନକାରୀ କମ୍ପାନି ଏୟାର ଇଣ୍ଡିଆକୁ କିଣିବା ଲାଗି ହିନ୍ଦୁଜା ଗ୍ରୁପ୍ ଏବଂ ଆମେରିକାର ଇଣ୍ଟରଅପ୍‌ସ କମ୍ପାନି ଆଗ୍ରହୀ ଅଛନ୍ତି। ବିପୁଳ କ୍ଷତିରେ ଚାଲୁଥିବା ଏୟାର ଇଣ୍ଡିଆର ଅଂଶଧନ ବିକ୍ରି କରିବା ପାଇଁ ସରକାର ଉଦ୍ୟମ ଚଳାଇଥିବାବେଳେ ଏବଂ ଏଭଳି ଆଶା ସଞ୍ଚାର ହୋଇଛି। ପୂର୍ବରୁ ଜେଟ୍ ଏୟାରୱେଜ୍ କିଣିବା ପାଇଁ ହିନ୍ଦୁଜା ଗ୍ରୁପ୍ ଆଗ୍ରହ ଦେଖାଇଥିଲା। କିନ୍ତୁ ଏଥିପାଇଁ ଡକାଯାଇଥିବା ନିଲାମରେ କମ୍ପାନି ଭାଗ ନେଇ ନଥିଲା। ବୋଧହୁଏ ଏୟାର ଇଣ୍ଡିଆ କିଣିବା ଆଶାରେ ହିନ୍ଦୁଜା ଗ୍ରୁପ୍ ରହିଥିଲା। ଏକ ସୂତ୍ରରୁ ଜଣାଯାଇଛି, ହିନ୍ଦୁଜା ଗ୍ରୁପ୍ ଏୟାର ଇଣ୍ଡିଆ ଅଧିଗ୍ରହଣ ପାଇଁ ଇଚ୍ଛୁକ ଅଛୁ। ନିଲାମ ଦସ୍ତାବିଜ୍ ପ୍ରକାଶ ପାଇଲେ କମ୍ପାନି ଏ ନେଇ ନିଷ୍ପତ୍ତି ନେବ। ଆମେରିକାର କମ୍ପାନି ଇଣ୍ଟରଅପ୍‌ସ ମଧ୍ୟ ଏୟାର ଇଣ୍ଡିଆର ନିଲାମକୁ ଅପେକ୍ଷା କରିଛି ବୋଲି କହିଛି। ଆମେ ଭାରତର ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ସହିତ ଆଲୋଚନା ଆରମ୍ଭ କରିଦେଇଛୁ। ଆସନ୍ତା ସପ୍ତାହରେ ସିଇଓ ଲୁଇ ଜୋନ୍ସ ଭାରତ ଗସ୍ତରେ ଯାଇ ଏହି ପ୍ରସଙ୍ଗରେ ଆଲୋଚନା କରିବେ।

ଏୟାର ଇଣ୍ଡିଆର ମୋଟ ଋଣରୁ ୨୯,୫୦୦ କୋଟି ଟଙ୍କା ସ୍ଥାନାନ୍ତର ପାଇଁ ସରକାର ଏୟାର ଇଣ୍ଡିଆ ଆସେଟ୍‌ସ ହୋଲଡିଂ ନାମରେ ଏକ ଏସ୍‌ପିଭି (ସ୍ବତନ୍ତ୍ର ପର୍ପୋଜ ଭେଇକିଲ୍‌) ଗଠନ କରିଛନ୍ତି। ଏହାପରେ ଏୟାର ଇଣ୍ଡିଆ ନିଲାମରେ ଭାଗ ନେବା ପାଇଁ କମ୍ପାନିମାନେ ଆଗ୍ରହ ଦେଖାଉଛନ୍ତି। ଗତ ଜୁନରେ ସରକାର ଏୟାର ଇଣ୍ଡିଆର ୭୬% ଅଂଶଧନ ବିକ୍ରି ନିଷ୍ପତ୍ତି ନେଇଥିଲେ। କିନ୍ତୁ ଏବେ ସରକାର ୧୦୦% ଅଂଶଧନ ବିକିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ତେଣୁ ସରକାରଙ୍କ ଏଭଳି ନିଷ୍ପତ୍ତି ନିବେଶକମାନଙ୍କୁ ଆକୃଷ୍ଟ କରବ ବୋଲି ଆଶା ରହିଛି। ପୂର୍ବରୁ ଟାଟା ଗ୍ରୁପ୍ ମଧ୍ୟ ଏୟାର ଇଣ୍ଡିଆକୁ କିଣିବା ଲାଗି ଆଗ୍ରହ ପ୍ରକାଶ କରିଥିଲା। କିନ୍ତୁ ଆଇନଗତ ବିବାଦରେ ଛନ୍ଦି ହେବାର ଆଶଙ୍କା ଥିବାରୁ କମ୍ପାନି ଆଗାମୀ ନିଲାମରେ ଭାଗ ନନେଇ ପାରେ ବୋଲି କୁହାଯାଉଛି। ଏବେ ଭିସ୍ତାରା ଏବଂ ଏୟାର ଏସିଆ ଇଣ୍ଡିଆରେ ଟାଟା ଗ୍ରୁପର ମାଲିକାନାସ୍ବତ୍ବ ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe