ବ୍ରିଟେନ୍ ସହ ଐତିହାସିକ ରାଜିନାମା: ମୁକ୍ତ ବାଣିଜ୍ୟ ଚୁକ୍ତି ପାଇଁ ୨୦୨୨ରୁ ଚାଲିଥିଲା କଥାବାର୍ତ୍ତା

Advertisment

ପାଲଟା ଶୁଳ୍କ ଲଗାଇବା ଲାଗି ଆମେରିକା ସାରା ବିଶ୍ବକୁ ଧମକାଉଥିବା ଭଳି ଏକ ଗୁରୁତ୍ବପୂର୍ଣ୍ଣ ସମୟରେ ବ୍ରିଟେନ୍ ସହ ମୁକ୍ତ ବାଣିଜ୍ୟ ରାଜିନାମା(ଏଫ୍‌ଟିଏ) ସ୍ବାକ୍ଷର କରି ଭାରତ ସରକାର ଏକ ଐତିହାସିକ ସଫଳତା ପାଇଛନ୍ତି।

ପାଲଟା ଶୁଳ୍କ ଲଗାଇବା ଲାଗି ଆମେରିକା ସାରା ବିଶ୍ବକୁ ଧମକାଉଥିବା ଭଳି ଏକ ଗୁରୁତ୍ବପୂର୍ଣ୍ଣ ସମୟରେ ବ୍ରିଟେନ୍ ସହ ମୁକ୍ତ ବାଣିଜ୍ୟ ରାଜିନାମା(ଏଫ୍‌ଟିଏ) ସ୍ବାକ୍ଷର କରି ଭାରତ ସରକାର ଏକ ଐତିହାସିକ ସଫଳତା ପାଇଛନ୍ତି।

dffdvcvcv

ନୂଆଦିଲ୍ଲୀ: ପାଲଟା ଶୁଳ୍କ ଲଗାଇବା ଲାଗି ଆମେରିକା ସାରା ବିଶ୍ବକୁ ଧମକାଉଥିବା ଭଳି ଏକ ଗୁରୁତ୍ବପୂର୍ଣ୍ଣ ସମୟରେ ବ୍ରିଟେନ୍ ସହ ମୁକ୍ତ ବାଣିଜ୍ୟ ରାଜିନାମା(ଏଫ୍‌ଟିଏ) ସ୍ବାକ୍ଷର କରି ଭାରତ ସରକାର ଏକ ଐତିହାସିକ ସଫଳତା ପାଇଛନ୍ତି। ଉଭୟ ଦେଶ ଡବଲ୍ କଣ୍ଟ୍ରିବ୍ୟୁସନ୍ କନ୍‌ଭେନ୍‌ସନ୍ ପାଇଁ ମଧ୍ୟ ସହମତ ହୋଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋସିଆଲ୍ ମିଡିଆରେ ଏହି ସୂଚନା ଦେଇଛନ୍ତି। ଡବଲ୍‌ କଣ୍ଟ୍ରିବ୍ୟୁସନ କନ୍‌ଭେନସନ୍ ହେଉଛି ଏଭଳି ଏକ ଚୁକ୍ତି ଯାହା ଦ୍ବାରା ବିଦେଶରେ ଯାଇ କାମ କରୁଥିବା ଲୋକମାନେ ଉପକୃତ ହେବେ। ସେମାନଙ୍କୁ ଉଭୟ ଦେଶରେ ସାମାଜିକ ସୁରକ୍ଷା ଯୋଜନାର ଲାଭ ପାଇଁ ଯୋଗଦାନ ଦେବାକୁ ପଡ଼ିବ ନାହିଁ। ଫଳରେ ବେତନରୁ ‌ଦୁଇ ଥର ଯୋଗଦାନ ରାଶି କଟିବ ନାହିଁ। ଏହା ଦ୍ବାରା ନିଯୁକ୍ତିଦାତା ମଧ୍ୟ ଉପକୃତ ହେବେ। 

ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ବ୍ରିଟେନ୍ ପ୍ରଧାନମନ୍ତ୍ରୀ କେଅର ଷ୍ଟାରମରଙ୍କ ସହ କଥା ହୋଇ ଖୁସି ଲାଗିଲା। ଉଭୟ ଦେଶ ମିଳିତ ଭାବେ ମୁକ୍ତ ବାଣିଜ୍ୟ ରାଜିନାମା ଚୂଡ଼ାନ୍ତ କରିଛନ୍ତି। ଏହି ଐତିହାସିକ ରାଜିନାମା ଦୁଇ ଦେଶର ସମ୍ପର୍କକୁ ଆହୁରି ମଜଭୁତ କରିବ। ଏହା ଦୁଇ ଦେଶରେ ବାଣିଜ୍ୟ, ନିବେଶ, ଅଭିବୃଦ୍ଧି, ନିଯୁକ୍ତି ସୃଷ୍ଟି ଓ ନବସୃଜନକୁ ପ୍ରୋତ୍ସାହିତ କରିବ। ଷ୍ଟାର୍‌ମର୍‌ଙ୍କୁ ଭାରତରେ ସ୍ବାଗତ କରିବାକୁ ମୁଁ ବେଶ୍ ଉତ୍ସାହିତ ଅଛି ବୋଲି ମୋଦୀ ଲେଖିଛନ୍ତି।

ଭାରତ-ବ୍ରିଟେନ୍ ମଧ୍ୟରେ ହୋଇଥିବା ରାଜିନାମା ଦ୍ବାରା ବୟନ, ସାମୁଦ୍ରିକ ଉତ୍ପାଦ, ଚମଡ଼ା ଓ ଜୋତା, କ୍ରୀଡ଼ା ସାମଗ୍ରୀ, ଖେଳନା, ଗହଣା, ରତ୍ନପଥର, ଇଞ୍ଜିନିୟରିଂ ସାମଗ୍ରୀ, ଗାଡ଼ି ଯନ୍ତ୍ରାଂଶ, ଇଞ୍ଜିନ ଓ ଅର୍ଗାନିକ୍ କେମିକାଲ୍‌ କ୍ଷେତ୍ର ଉପକୃତ ହେବ। ସୂଚନା ପ୍ରଯୁକ୍ତି, ଆର୍ଥିକ ସେବା, ପ୍ରଫେସନାଲ୍ ସେବା ଓ ଶିକ୍ଷା କ୍ଷେତ୍ରକୁ ମଧ୍ୟ ତାହାର ଲାଭ ମିଳିବ। ରାଜିନାମା ପରେ ପ୍ରଫେସନାଲମାନେ ଲାଭବାନ ହେବେ। ଯୋଗ ପ୍ରଶିକ୍ଷକ, ସଙ୍ଗୀତକାର ଓ ସେଫ୍‌ମାନଙ୍କୁ ତାହାର ଲାଭ ମିଳିବ। ମୁକ୍ତ ବାଣିଜ୍ୟ ରାଜିନାମାକୁ ନେଇ ଭାରତ ଓ ବ୍ରିଟେନ୍ ମଧ୍ୟରେ ୨୦୨୨ ଜାନୁଆରି ୧୩ରୁ ଆନୁଷ୍ଠାନିକ କଥାବାର୍ତ୍ତା ଆରମ୍ଭ ହୋଇଥିଲା।

ଏହାପରେ ଅନେକ ପର୍ଯ୍ୟାୟରେ ଆଲୋଚନା ହେବା ପରେ ଏବେ ତାହା ଚୂଡ଼ାନ୍ତ ହୋଇଛି। ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପୀୟୂଷ ଗୋୟଲ ବ୍ରିଟେନ୍‌ର ବ୍ୟବସାୟ ଓ ବାଣିଜ୍ୟ ସଚିବ ଜୋନାଥନ ରେନଲ୍ଡଙ୍କ ସହ ଏନେଇ ଆଲୋଚନା କରିଥିଲେ। ସାମଗ୍ରୀ ଓ ସେବା ରପ୍ତାନି ବଢ଼ାଇବା ଲାଗି ଭାରତ ସରକାର ୧୩ଟି ମୁକ୍ତ ବାଣିଜ୍ୟ ରାଜିନାମା ଓ ୬ଟି ପ୍ରିଫରେନ୍ସିଆଲ ରାଜିନାମା ସ୍ବାକ୍ଷର କରିଛନ୍ତି। ୨୦୧୪ ପରଠାରୁ ମରିସସ୍, ୟୁଏଇ, ‌ଅଷ୍ଟ୍ରେଲିଆ, ୟୁରୋପୀୟ ମୁକ୍ତ ବାଣିଜ୍ୟ ସଂଗଠନ ସହ ମୁକ୍ତ ବାଣିଜ୍ୟ ରାଜିନାମା ହୋଇଛି। ୟୁରୋପୀୟ ସଂଘ ସହ ସେଭଳି ରାଜିନାମା କରିବା ଲାଗି ସରକାର ଜୋରଦାର ଆଲୋଚନା ଜାରି ରଖିଛନ୍ତି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe