ହୋଲିରେ ୨୦୦୦ କୋଟି ବେପାର ଆଶା: ଦେଶରେ ୬୦ହଜାର କୋଟି ଟପିବ ବ୍ୟବସାୟୀ ମହାସଂଘର ଆକଳନ

Advertisment

ଚଳିତ ବର୍ଷ ହୋଲିରେ ରାଜ୍ୟରେ ୨୦୦୦ କୋଟି ଟଙ୍କାର ବେପାର ହେବ ବୋଲି ଆକଳନ କରାଯାଇଛି। ଗତବର୍ଷ ହୋଇଥିବା ବେପାର ତୁଳନାରେ ୧୦-୧୫ ପ୍ରତିଶତ ଅଧିକ ବ୍ୟବସାୟ ହେବ ବୋଲି ସର୍ବଭାରତୀୟ ବ୍ୟବସାୟୀ ମହାସଂଘ, ଓଡ଼ିଶା ଶାଖାର ମହାସଚିବ ସୁଧାକର ପଣ୍ଡା କହିଛନ୍ତି।

ଚଳିତ ବର୍ଷ ହୋଲିରେ ରାଜ୍ୟରେ ୨୦୦୦ କୋଟି ଟଙ୍କାର ବେପାର ହେବ ବୋଲି ଆକଳନ କରାଯାଇଛି। ଗତବର୍ଷ ହୋଇଥିବା ବେପାର ତୁଳନାରେ ୧୦-୧୫ ପ୍ରତିଶତ ଅଧିକ ବ୍ୟବସାୟ ହେବ ବୋଲି ସର୍ବଭାରତୀୟ ବ୍ୟବସାୟୀ ମହାସଂଘ, ଓଡ଼ିଶା ଶାଖାର ମହାସଚିବ ସୁଧାକର ପଣ୍ଡା କହିଛନ୍ତି।

sdsdsdxcxcd

ଭୁବନେଶ୍ବର: ଚଳିତ ବର୍ଷ ହୋଲିରେ ରାଜ୍ୟରେ ୨୦୦୦ କୋଟି ଟଙ୍କାର ବେପାର ହେବ ବୋଲି ଆକଳନ କରାଯାଇଛି। ଗତବର୍ଷ ହୋଇଥିବା ବେପାର ତୁଳନାରେ ୧୦-୧୫ ପ୍ରତିଶତ ଅଧିକ ବ୍ୟବସାୟ ହେବ ବୋଲି ସର୍ବଭାରତୀୟ ବ୍ୟବସାୟୀ ମହାସଂଘ, ଓଡ଼ିଶା ଶାଖାର ମହାସଚିବ ସୁଧାକର ପଣ୍ଡା କହିଛନ୍ତି। ସେ କହିଛନ୍ତି ଯେ ଏଥର ବେପାର ବଢ଼ିବାର ଏକ ବଡ଼ କାରଣ ହେଉଛି, ରାଜ୍ୟ ପ୍ରାକୃତିକ ବିପର୍ଯ୍ୟୟ ଦ୍ବାରା ଏବର୍ଷ ବିଶେଷ କ୍ଷତିଗ୍ରସ୍ତ ହୋଇନାହିଁ। ଅନ୍ୟପକ୍ଷରେ ସୁଭଦ୍ରା ଯୋଜନାରେ ମହିଳାମାନଙ୍କ ପାଖକୁ ବିପୁଳ ଟଙ୍କା ପଠାଯାଇଛି। ତେଣୁ ଲୋକମାନେ ଉତ୍ସବ ପାଳନ କରିବାକୁ ଚାହୁଛନ୍ତି। ଆଗକୁ ଆସୁଥିବା ଦୋଳ ପୂର୍ଣ୍ଣିମା ଓ ହୋଲିରେ ସେମାନେ ଖର୍ଚ୍ଚ କରିବେ ବୋଲି ଆଶା କରାଯାଉଛି। ବିଭିନ୍ନ ସ୍ଥାନରେ ହେଉଥିବା ଦୋଳ ଉତ୍ସବ ଦେଖିଯିବା, ମେଳା ବୁଲିବା, ହୋଲି ପାଇଁ ରଙ୍ଗ ଓ ପିଚ୍‌କାରୀ ଆଦି କିଣାକିଣି କରିବାରେ ଲୋକମାନେ ଖର୍ଚ୍ଚ କରିବେ। ତାହାର ପ୍ରଭାବରେ ସ୍ଥାନୀୟ ଅର୍ଥନୀତି ଉପକୃତ ହେବ ବୋଲି ସେ କହିଛନ୍ତି। 

ମହାସଂଘ ପକ୍ଷରୁ ଆକଳନ କରାଯାଇଛି ଯେ ଏଥର ହୋଲିରେ ସାରା ‌ଦେଶରେ ୬୦ହଜାର କୋଟି ଟଙ୍କାର ବେପାର ହେବ। ଗତବର୍ଷ ହୋଲିରେ ୫୦ହଜାର କୋଟିର ବେପାର ହୋଇଥିଲା। ଏଥର ତା’ଠାରୁ ୨୦ ପ୍ରତିଶତ ଅଧିକ ବେପାର ହେବ ବୋଲି ଆକଳନ କରାଯାଇଛି। ମହାସଂଘର ମହାସଚିବ ପ୍ରବୀଣ ଖଣ୍ଡେଲୱାଲ କହିଛନ୍ତି ଯେ ହୋଲିରେ ଅର୍ଥନୈତିକ କାର୍ଯ୍ୟକଳାପ ବଢ଼ିବ। ତାହାର ପ୍ରଭାବରେ ସ୍ଥାନୀୟ ବ୍ୟବସାୟୀ, ଛୋଟ ବେପାରୀ ଓ କ୍ଷୁଦ୍ର ଶିଳ୍ପ ଲାଭବାନ ହେବ। ଉଭୟ ଖୁଚୁରା ବିକ୍ରେତା ଓ ବ୍ୟବସାୟୀଙ୍କ ପାଇଁ ହୋଲି ଲାଭଦାୟକ ହେବ ବୋଲି ସେ କହିଛନ୍ତି। ହୋଲିରେ କେବଳ ଦିଲ୍ଲୀରେ ୮ହଜାର କୋଟି ଟଙ୍କାର ବେପାର ହେବା ଆଶା କରାଯାଉଥିବା ସେ କହିଛନ୍ତି।

ହୋଲିଦିନ ସାରା ଦେଶରେ ହୋଟେଲ୍‌, ଫାର୍ମ ହାଉସ୍, ରେସ୍ତୋରାଁ, ପାର୍କ ଆଦିରେ ଲୋକମାନେ ଏକତ୍ରୀତ ହୋଇଥାନ୍ତି। ସେହି ସବୁ ସ୍ଥାନଗୁଡ଼ିକର ବୁକିଂ ବଢ଼ିବ। ଦିଲ୍ଲୀରେ ୩୦୦୦ରୁ ଅଧିକ ହୋଲି ମିଳନ ସମାରୋହ ଆୟୋଜନ କରାଯିବ। ପୂର୍ବବର୍ଷଗୁଡ଼ିକ ଭଳି ଚଳିତ ବର୍ଷ ହୋଲିରେ ମଧ୍ୟ ବ୍ୟବସାୟୀ ଓ ଗ୍ରାହକମାନେ ଚୀନ୍‌ ଉତ୍ପାଦ ବର୍ଜନ କରିବେ ବୋଲି ଶ୍ରୀ ଖଣ୍ଡେଲୱାଲ କହିଛନ୍ତି। ହୋଲି ସମୟରେ ଦେଶରେ ବିପୁଳ ପରିମାଣରେ ରଙ୍ଗ, ପିଚ୍‌କାରୀ, ପୂଜା ସାମଗ୍ରୀ, ପୋଷାକ, ଚନ୍ଦନ କାଠ, ବେଲୁନ, ହର୍ବାଲ ରଙ୍ଗ ବିକ୍ରି ହୋଇଥାଏ। ଏହା ସହିତ ମିଷ୍ଟାନ୍ନ, ଡ୍ରାଏ ଫ୍ରୁଟ୍‌ସ, ଫୁଲ, ଫଳ, ଗ୍ରୋସରି, ଏଫ୍ଏମ୍‌ସିଜି ଉତ୍ପାଦର ଚାହିଦାରେ ମଧ୍ୟ ବୃଦ୍ଧି ଘଟିଥାଏ। ଧଳା ରଙ୍ଗର ଉଭୟ ପୁରୁଷ ଓ ମହିଳା ପୋଷାକ ବିକ୍ରି ବଢ଼ିଥାଏ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe