ଯାଜପୁରରେ ସିମେଣ୍ଟ୍‌ କାରଖାନା ବସାଇବ ମାଇଁ ହୋମ୍ ଇଣ୍ଡଷ୍ଟ୍ରିଜ୍

ଯାଜପୁରରେ ସିମେଣ୍ଟ୍‌ କାରଖାନା ବସାଇବ ମାଇଁ ହୋମ୍ ଇଣ୍ଡଷ୍ଟ୍ରିଜ୍

Sambad English

ଭୁବନେଶ୍ବର: ହାଇଦ୍ରାବାଦର ସଂସ୍ଥା ମାଇଁ ହୋମ୍ ଇଣ୍ଡଷ୍ଟ୍ରିଜ୍ ପ୍ରାଇଭେଟ୍ ଲିମିଟେଡ୍‌ ଯାଜପୁରର ବଇରି ଗ୍ରାମଠାରେ ଏକ ବାର୍ଷିକ ୩ ନିୟୁତ ଟନ୍ କ୍ଷମତା ବିଶିଷ୍ଟ ସିମେଣ୍ଟ୍‌ କାରଖାନା ସ୍ଥାପନ କରିବ। ଏଥିପାଇଁ ଇଡ୍‌କୋ ୧୦୦ ଏକର ଜମି ଯୋଗାଇ ଦେବାକୁ ଥିବା ବେଳେ ଅବଶିଷ୍ଟ ୧୦ ଏକରରୁ ଅଧିକ ଜମି କଂପାନି କର୍ତ୍ତୃପକ୍ଷ ଲୋକଙ୍କଠାରୁ ସିଧାସଳଖ କିଣିବେ। କାରଖାନା ପାଇଁ ଆବଶ୍ୟକ ଜଳ ମଧ୍ୟରୁ କଂପାନି ୯୦% ବର୍ଷା ଜଳ ସଂରକ୍ଷଣ କରି ବ୍ୟବହାର କରିବ। ବଇରି ଓ ଆଖପାଖ ଅଞ୍ଚଳରେ କଂପାନି ପକ୍ଷରୁ ବ୍ୟାପକ ବଅକ୍ଷରୋପଣ କରାଯିବ। କାରଖାନାରେ ସ୍ଥାନୀୟ ବାସିନ୍ଦାଙ୍କୁ ପ୍ରତ୍ୟକ୍ଷ ଓ ପରୋକ୍ଷ ନିଯୁକ୍ତି ପ୍ରଦାନ କରାଯିବ। ସ୍ଥାନୀୟ ଅଞ୍ଚଳର ଉନ୍ନତି ପାଇଁ କଂପାନି ସାମାଜିକ କଲ୍ୟାଣମୂଳକ କାର୍ଯ୍ୟ ମଧ୍ୟ ହାତକୁ ନେବ। ପୂର୍ବରୁ କଂପାନି ରାଜ୍ୟରେ କେବଳ ସିମେଣ୍ଟ୍‌ ବିକ୍ରି କରୁଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe