ଭୁବନେଶ୍ବର: ରାମ୍କୋ ସିମେଣ୍ଟ୍ର ରାମ୍କୋ ସୌଭାଗ୍ୟ ଅଫର ଅଧୀନରେ ମୟୁରଭଞ୍ଜ ଜିଲ୍ଲାର ବାରିପଦା ସ୍ଥିତ ଡିଲର ମା’ ତାରିଣୀ ଟ୍ରେଡର୍ସର ଗ୍ରାହକ ଭୀମ ଚରଣ ମହାନ୍ତ ଏକ ହୋଣ୍ଡା ଆକ୍ଟିଭା ୬ଜି ପୁରସ୍କାର ଜିତିଛନ୍ତି। କଂପାନିର ଉପମହାପ୍ରବନ୍ଧକ (ମାର୍କେଟିଂ) ରଞ୍ଜନ ସାହୁ, ସିଆଣ୍ଡ୍ଏଫ୍ (ବାରିପଦା) ହୃଷିକେଶ ମହାପାତ୍ର ଶ୍ରୀ ମହନ୍ତଙ୍କୁ ପୁରସ୍କାର ପ୍ରଦାନ କରିଛନ୍ତି। ଏହି ଅଫରରେ ୩୦ଟି ରାମ୍କୋ ସିମେଣ୍ଟ୍ ବସ୍ତା କିଣୁଥିବା ଗ୍ରାହକମାନଙ୍କୁ ଏକ ସ୍କ୍ରାଚ୍ କାର୍ଡ ଦିଆଯାଉଛି। ସେଥିରେ ନିଶ୍ଚିତ ଉପହାର ରହିଛି। ଚଳିତ ବର୍ଷ ଜାନୁଆରି ୬ରୁ ଆରମ୍ଭ ହୋଇଥିବା ଏହି ଅଫର ଫେବ୍ରୁଆରି ୨୮ରେ ଶେଷ ହେବ। ଏହି ଅଫର ପ୍ରତି ଗ୍ରାହକଙ୍କ ପ୍ରବଳ ଆଗ୍ରହ ଦେଖିବାକୁ ମିଳିଛି ବୋଲି କଂପାନିର ଓଡ଼ିଶା ବିକ୍ରି ମୁଖ୍ୟ ପ୍ରତୀକ ରାୟ କହିଛନ୍ତି।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us