ହୋଣ୍ଡାର ଆକ୍ଟିଭ୍ ଇଣ୍ଡିଆ ଅଭିଯାନ

Advertisment
ହୋଣ୍ଡାର ଆକ୍ଟିଭ୍ ଇଣ୍ଡିଆ ଅଭିଯାନ

ଭୁବନେଶ୍ବର: ହୋଣ୍ଡା ମୋଟରସାଇକଲ୍ ଆଣ୍ଡ୍‌ ସ୍କୁଟର ଇଣ୍ଡିଆ ଲିମିଟେଡ୍‌ (ଏଚ୍‌ଏମ୍ଏସ୍‌ଆଇ) ତରଫରୁ ଆକ୍ଟିଭ୍ ଇଣ୍ଡିଆ ଅଭିଯାନ ଆରମ୍ଭ କରାଯାଇଛି। ଭୋଟ୍‌ଦାନ ବିଷୟରେ ଲୋକମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ହେଉଛି ଏହି ଅଭିଯାନର ମୂଳ ଲକ୍ଷ୍ୟ। ଏହା ଏକ ବୃହତ ସାମାଜିକ ଅଭିଯାନ ଯେଉଁଥିରେ ହୋଣ୍ଡା ପକ୍ଷରୁ ପ୍ରତି ଦୁଇ ଚକିଆ ଯାନ ଚାଳକଙ୍କୁ ସେମାନଙ୍କ ଗାଡ଼ିରେ କୌଣସି ସିଟ୍ ଖାଲି ନରଖି ନିଜ ବନ୍ଧୁ, ପରିଜନ ଓ ପଡ଼ୋଶୀଙ୍କୁ ନେଇ ଭୋଟ୍‌ ଦେବାକୁ ଯିବା ପାଇଁ ଉତ୍ସାହିତ କରାଯାଉଛି। କଂପାନିର ସବୁଠୁ ଲୋକପ୍ରିୟ ସ୍କୁଟର୍‌ ଆକ୍ଟିଭା ଉପରେ ଏହି ଅଭିଯାନ ପର୍ଯ୍ୟବେସିତ। କଂପାନିର ବରିଷ୍ଠ ଉପସଭାପତି (ବିକ୍ରି ଓ ମାର୍କେଟିଂ) ଯଦବିନ୍ଦର ସିଂହ ଗୁଲେରିଆ କହିଛନ୍ତି ଯେ, ଏକ ଦାୟିତ୍ବବାନ କର୍ପୋରେଟ୍‌ ନାଗରିକ ଭାବେ ହୋଣ୍ଡା ସବୁ ବେଳେ ସିଏସ୍‌ଆର୍‌ ଅଭିଯାନ ଏବଂ ସଡ଼କ ସୁରକ୍ଷା ଅଭିଯାନ ପ୍ରତି ବଦ୍ଧପରିକର। ଆକ୍ଟିଭ୍ ଇଣ୍ଡିଆ ଅଭିଯାନରେ କଂପାନି ତରଫରୁ ଲୋକମାନଙ୍କୁ ସ୍ବର ପ୍ରଦାନ କରାଯାଉଛି ଏବଂ ସେମାନଙ୍କୁ ଅଧିକ ଦାୟିତ୍ବବାନ ଏବଂ ସାମାଜିକ ସ୍ତରରେ ସଚେତନ କରୁଛି। ଏହି ଅଭିଯାନ ପାଇଁ ଏପ୍ରିଲ୍‌ ୬ରୁ ପଞ୍ଜୀକରଣ ଆରମ୍ଭ ହୋଇଛି। ଲୋକମାନେ ‌‘ହୋଣ୍ଡାଆକ୍ଟିଭ୍ଇଣ୍ଡିଆ ଡଟ୍‌ କମ୍’ରେ ମାଗଣାରେ ଓ ୯୮୭୦୫୦୦୧୧୧କୁ ମିସଡ୍‌ କଲ୍‌ ଦେଇ ନିଜ ନାମ ପଞ୍ଜୀକରଣ କରିପାରିବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe