ବଜାରକୁ ଆସିଲା ହୋଣ୍ଡା ନାଭିର ୨୦୧୮ ଏଡିସନ୍‌

Advertisment
ବଜାରକୁ ଆସିଲା ହୋଣ୍ଡା ନାଭିର ୨୦୧୮ ଏଡିସନ୍‌

ଭୁବନେଶ୍ୱର: ହୋଣ୍ଡା ମୋଟରସାଇକଲ୍‌ ଆଣ୍ଡ ସ୍କୁଟର ଇଣ୍ଡିଆ ପ୍ରାଇଭେଟ୍‌ ଲିମିଟେଡ୍‌ ପକ୍ଷରୁ ନାଭିର ୨୦୧୮ ଏଡିସନ୍‌କୁ ଉନ୍ମୋଚନ କରାଯାଇଛି। ଏଥିରେ ନୂଆ ଷ୍ଟାଇଲିସ୍‌ ଫୁଏଲ୍‌ ଗଜ୍‌ ଓ ମେଟାଲ୍‌ ମଫଲର୍‌ ପ୍ରୋଟେକ୍ଟର ବ୍ୟବହାର କରାଯାଇଛି। ନୂଆ ଗ୍ରାବ୍‌ ରେଲ୍‌, ହେଡ୍‌ଲାଇଟ୍‌ କଭର, ରିଅର୍‌ ଭିଉ ମିରର୍‌ ଓ ସ୍ପୋର୍ଟି ଲାଲ୍‌ ରଙ୍ଗର କୁସନ୍‌ ସ୍ପ୍ରିଙ୍ଗ୍‌ ଏହାକୁ ଆକର୍ଷଣୀୟ ଲୁକ୍‌ ପ୍ରଦାନ କରୁଛି। ୨୦୧୮ ହୋଣ୍ଡା ନାଭି ଦୁଇଟି ଜୀବ‘ ରଙ୍ଗ-ରେଞ୍ଜର୍‌ ଗ୍ରିନ୍‌ ଓ ଲାଦାଖ ବ୍ରାଉନ୍‌ରେ ଉପଲବ୍ଧ ହୋଇଛି।

୨୦୧୬ ଅଟୋ ଏକ୍ସପୋରେ ଉନ୍ମୋଚନ ହେବା ପରଠାରୁ ଏହାର ଯୁବବର୍ଗଙ୍କ ଦ୍ୱାରା ବେଶ ଆଦୃତ ହୋଇଥିବା ବେଳେ ଅନ୍ତର୍ଜାତିକ ବଜାର ଯଥା ଲାଟିନ୍‌ ଆମେରିକାରେ ମଧ୍ୟ ଲୋକପ୍ରିୟ ହୋଇପାରିଛି। ୨୦୧୬ ରେ ବଜାରକୁ ଆସିଥିବା ଏହି ନୂଆ ଯାନ ୨୦୧୮ରେ ଏହାର ସ୍ଥିତିକୁ ଆହୁରି ସୁଦୃଢ଼ କରିବାକୁ ଲକ୍ଷ୍ୟ ରଖିଛି । ୧୦୦-୧୧୦ ସିସି ବଜାରରେ ନୂତନ ରୋମାଞ୍ଚ ଭରିବା ପାଇଁ ନାଭିକୁ ଉନ୍ମୋଚନ କରାଯାଇଛି ଯାହା ହେଉଛି ହୋଣ୍ଡା ଆର୍‌ଆଣ୍ଡଡି ଦ୍ୱାରା ବିକଶିତ କରାଯାଇଥିବା ଏକ ୧୦୦% ମଡେଲ୍‌। ଏଥିରେ ୧୦୯ ସିସି ଇଂଜନ ଓ ଟ୍ୟୁବ୍‌ଲେସ୍‌ ଟାୟାର ରହିଛି। ଏହାର ସାମ୍ନାରେ ଟେଲିସ୍କୋପିକ୍‌ ଫର୍କ ଓ ପଛରେ ହାଇଡ୍ରଲିକ୍‌ ମୋନୋସକ୍‌ ରହିଛି। ଏହାର ମୂଲ୍ୟ ଏକ୍ସ ସୋ’ରୁମ୍‌ ଦିଲ୍ଲୀ ମୂଲ୍ୟ ହେଉଛି ୪୪,୭୭୫ ଟଙ୍କା। ଏହା ରେଂଜର ଗ୍ରିନ୍‌ ଓ ଲାଦାଖ ବ୍ରାଉନ୍‌ ଭଳି ଦୁଇଟି ନୂଆ ରଂଗ ସଙ୍ଗେ ମୋଟ 6ଟି ରଙ୍ଗ ବିକଳ୍ପରେ ଉପଲବ୍ଧ ହେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe