ହୋଣ୍ଡା ବିକିଲା ୨,୮୩,୦୪୫ ଗାଡ଼ି

Advertisment
ହୋଣ୍ଡା ବିକିଲା ୨,୮୩,୦୪୫ ଗାଡ଼ି

ଭୁବନେଶ୍ବର: ହୋଣ୍ଡା ମୋଟରସାଇକଲ୍ ଆଣ୍ଡ୍‌ ସ୍କୁଟର ଇଣ୍ଡିଆ ପ୍ରାଇଭେଟ୍ ଲିମିଟେଡ୍‌ ଏପ୍ରିଲ୍‌‌ରେ ମୋଟ ୨,୮୩,୦୪୫ଟି ଗାଡ଼ି ବିକ୍ରି କରିଛି। ଏଥି ମଧ୍ୟରୁ ଦେଶ ଭିତରେ ୨୪୦,୧୦୦ଟି ଗାଡ଼ି ବିକ୍ରି ହୋଇଥିବା ବେଳେ ୪୨,୯୪୫ଟି ଗାଡ଼ି ବିଭିନ୍ନ ଦେଶକୁ ରପ୍ତାନି କରାଯାଇଛି। ରପ୍ତାନି କ୍ଷେତ୍ରରେ କଂପାନି ଉଲ୍ଲେଖନୀୟ ସଫଳତା ହାସଲ କରିଛି। ଗତବର୍ଷ ଏପ୍ରିଲ୍‌ରେ କଂପାନି ମାତ୍ର ୨୬୩୦ଟି ଗାଡ଼ି ରପ୍ତାନି କରିଥିଲା। ଏହା ଭାରତରେ ନିର୍ମିତ ବିଏସ୍‌-୬ ଗାଡ଼ି ୟୁରୋପ ଓ ଜାପାନକୁ ରପ୍ତାନି କରୁଛି। କରୋନା ମହାମାରୀକୁ ନେଇ ସୃଷ୍ଟି ହୋଇଥିବା ସ୍ଥିତିକୁ ବିଚାରକୁ ନେଇ କଂପାନି ଏହାର ସମସ୍ତ ବ୍ୟବସାୟ ଅଂଶୀଦାରମାନଙ୍କୁ ସହଯୋଗ ପ୍ରଦାନ କରିବ ବୋଲି କଂପାନିର ନିର୍ଦେଶକ-ବିକ୍ରି ଓ ମାର୍କେଟିଂ ୟଦବିନ୍ଦର ସିଂହ ଗୁଲେରିଆ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe