ଭୁବନେଶ୍ୱର: ହୋଣ୍ଡା ମୋଟରସାଇକଲ୍ ଆଣ୍ଡ୍ ସ୍କୁଟର ଇଣ୍ଡିଆ ଲିମିଟେଡ୍ କ୍ରମାଗତ ତୃତୀୟ ମାସ ପାଇଁ ୫ ଲକ୍ଷରୁ ଅଧିକ ଗାଡ଼ି ବିକ୍ରି କରିଛି। ୨୦୧୮ ଜୁଲାଇ ମାସରେ କଂପାନି ୫.୪୮ ଲକ୍ଷ ୟୁନିଟ୍ ଗାଡ଼ି ବିକ୍ରି କରିଛି। ୨୦୧୭ ଜୁଲାଇରେ କଂପାନି ୫.୪୪ ଲକ୍ଷ ୟୁନିଟ୍ ଗାଡ଼ି ବିକ୍ରି କରିଥିଲା। ଏହି ମାସରେ କଂପାନିର ରପ୍ତାନି ୪୦,୧୬୨ ୟୁନିଟ୍ ହୋଇଛି ଯାହା ୨୦୧୭ ଜୁଲାଇରେ ୩୨,୫୦୦ ୟୁନିଟ୍ ଥିଲା। ଗତ ଏପ୍ରିଲ୍ରୁ ଜୁଲାଇ ମାସ ମଧ୍ୟରେ କଂପାନି ଘରୋଇ ବଜାରରେ ମୋଟ ୨୦ ଲକ୍ଷରୁ ଅଧିକ ଗାଡ଼ି ବିକ୍ରି କରିଛି। ଗତବର୍ଷ ଏହି ସମୟରେ କଂପାନିର ବିକ୍ରି ପରିମାଣ ପ୍ରାୟ ୨୦ ଲକ୍ଷ ୟୁନିଟ୍ ଥିଲା। ୨୦୧୮ ରେ ତାହା ୧୦% ବୃଦ୍ଧି ପାଇ ପ୍ରାୟ ୨୨ ଲକ୍ଷ ୟୁନିଟ୍ ହୋଇଛି। ଅଟୋମେଟିକ୍ ସ୍କୁଟର ବିକ୍ରିରେ କଂପାନି ୧୧% ବୃଦ୍ଧି ହାସଲ କରି ୧୪.୫୭ ଲକ୍ଷ ସ୍କୁଟର ବିକ୍ରି କରିଛି। ପୂର୍ବବର୍ଷ ଏହି ଚାରି ମାସରେ ତାହା ୧୩.୧୭ ଲକ୍ଷ ୟୁନିଟ୍ ଥିଲା। ଘରୋଇ ମୋଟରସାଇକଲ୍ ବିକ୍ରିରେ ମଧ୍ୟ କଂପାନି ଜବରଦସ୍ତ ସଫଳତା ହାସଲ କରିଛି। କଂପାନି ଏହି ସମୟରେ ୧୦% ଅଭିବୃଦ୍ଧି ସହିତ ୭.୪୧ ଲକ୍ଷ ୟୁନିଟ୍ ମୋଟରସାଇକଲ୍ ବିକ୍ରି କରିଛି ଯାହା ପୂର୍ବବର୍ଷ ୬.୭୨ ଲକ୍ଷ ୟୁନିଟ୍ ଥିଲା। କଂପାନିର ରପ୍ତାନି ପରିମାଣ ୩୫% ବୃଦ୍ଧି ପାଇ ଏହି ଚାରି ମାସରେ ୧.୫୪ ଲକ୍ଷ ୟୁନିଟ୍ ହୋଇଛି। ପୂର୍ବବର୍ଷ ତାହା ୧.୧୪ ଲକ୍ଷ ୟୁନିଟ୍ ଥିଲା।
ଜୁଲାଇରେ ୫.୪୮ ଲକ୍ଷ ଦୁଇଚକିଆ ଯାନ ବିକିଲା ହୋଣ୍ଡା
Advertisment
Follow Us