ହୋଣ୍ଡା ଦୁଇଚକିଆ ବିକ୍ରି ୪୦ ନିୟୁତ ଟପିଲା

ହୋଣ୍ଡା ଦୁଇଚକିଆ ବିକ୍ରି ୪୦ ନିୟୁତ ଟପିଲା

ଭୁବନେଶ୍ବର: ଭାରତରେ ହୋଣ୍ଡାର ସ୍କୁଟର ଓ ବାଇକ୍‌ ବିକ୍ରି ୪୦ ନିୟୁତ ମାଇଲଖୁଣ୍ଟ ଅତିକ୍ରମ କରିଛି। ଦେଶରେ କାରବାର କରିବାର ୧୮ ବର୍ଷ ଭିତରେ କଂପାନି ଏହି ସଫଳତା ପାଇଛି। ପ୍ରଥମ ୧୦ ନିୟୁତ ଗାଡ଼ି ବିକ୍ରି କରିବାକୁ କଂପାନିକୁ ୧୧ ବର୍ଷ ସମୟ ଲାଗିଥିଲା। ତାହାର ପର ତିନି ବର୍ଷରେ ତିନି ଗୁଣା ବେଗରେ ଆଗକୁ ବଢ଼ି କଂପାନି ଆଉ ୧୦ ଲକ୍ଷ ଗ୍ରାହକ ଯୋଡ଼ିଥିଲା। ବିଗତ ଚାରି ବର୍ଷ ଭିତରେ କଂପାନି ଆଉ ୨୦ ଲକ୍ଷ ଗ୍ରାହକ ଯୋଡ଼ିପାରିଛି। ଆକ୍ଟିଭା ହେଉଛି କଂପାନି ସର୍ବାଧିକ ବିକ୍ରି ହେଉଥିବା ଗାଡ଼ି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe